fbpx

୯ମ ଦିନରେ ବକ୍ସ ଅଫିସରେ ୫୦ କୋଟି ଛୁଇଁଲା ବଚ୍ଚନ ପାଣ୍ଡେ, ଏହି ଫିଲ୍ମଠୁ ରହିଲା ବହୁ ପଛରେ

Advertisement

ମୁମ୍ବାଇ: ଏହି ନିକଟରେ ରିଲିଜ ହୋଇଥିବା ଫିଲ୍ମ ଅକ୍ଷୟ କୁମାରଙ୍କ ଫିଲ୍ମ ବଚ୍ଚନ ପାଣ୍ଡେ ବର୍ତ୍ତମାନ ଚର୍ଚ୍ଚାରେ ଥିବା ଫିଲ୍ମ ଦ କାଶ୍ମୀର ଫାଇଲସ ଏବଂ ଆର୍ଆର୍ଆର୍ ତୁଳନାରେ ଆଶାନୁରୂପ ସଫଳତା ହାସଲ କରି ପାରିନାହିଁ । ଫିଲ୍ମ ଦ କାଶ୍ମୀର ଫାଇଲସ ଏବଂ RRR ନିକଟରେ ଫିକା ପଡିଛି ଫିଲ୍ମ ବଚ୍ଚନ ପାଣ୍ଡେ । ବହୁ ପରିଶ୍ରମ ପରେ ସିନେମାର ଆୟ ୫୦ କୋଟି ଛୁଇଁଛି ।

କୋଇମୋଇର ତଥ୍ୟ ଅନୁସାରେ ମାର୍ଚ୍ଚ ୧୮ରେ ରିଲିଜ ହୋଇଥିବା ଏହି ଫିଲ୍ମ ଦ୍ୱିତୀୟ ସପ୍ତାହରେ ୫୦ କୋଟିର ଆୟ କରିଛି ଯାହା ଫିଲ୍ମ ଆର୍ଆର୍ଆର୍ ତୁଳନାରେ ବହୁତ କମ ରହିଛି । ଫିଲ୍ମଟି ପ୍ରଥମେ ଗତ ବର୍ଷ ଡିସେମ୍ବର ୨୫ରେ ରିଲିଜ୍ ହେବାର ଥିଲା । ତେବେ କରୋନା ମହାମାରୀ ଏବଂ ଅନ୍ୟ କୌଣସି କାରଣ ପାଇଁ ଫିଲ୍ମଟି ରିଲିଜ୍ ହୋଇ ପାରିନଥିଲା । ଶେଷରେ ଥିଏଟରରେ ୨୦୨୨ ମାର୍ଚ୍ଚ ୧୮ରେ ଫିଲ୍ମଟି ରିଲିଜ ହୋଇଛି । ଏହି ଫିଲ୍ମର କାହାଣୀ ଜଣେ ଆଶାବାଦୀ ଫିଲ୍ମ ନିର୍ମାତାଙ୍କ ଉରେ ଆଧାରିତ ଯିଏ କି ଗ୍ୟାଙ୍ଗଷ୍ଟାର ଉପରେ ଫିଲ୍ମ ନିର୍ମାଣ କରିବାକୁ ଲକ୍ଷ୍ୟ ରଖିଛନ୍ତି ।ଏହି ସିନେମାରେ ନିର୍ମାତା ଭୂମିକାରେ କିର୍ତ୍ତୀ ସେନନ ଓ ଗ୍ୟାଙ୍ଗଷ୍ଟାର ଭୁମିକାରେ ଅକ୍ଷୟ କୁମାର ଅଭିନୟ କରିଛନ୍ତି ।

Get real time updates directly on you device, subscribe now.