fbpx

ବୈଜ୍ଞାନିକଙ୍କ ବଡ଼ ଆବିଷ୍କାର: ବାୟୁମଣ୍ଡଳରୁ ମିଥେନ ଗ୍ୟାସକୁ ସମାପ୍ତ କରିଦେବ ବ୍ୟାକ୍ଟେରିଆ, ଗ୍ଲୋବାଲ ୱାର୍ମିଂରୁ ମିଳିପାରିବ ରକ୍ଷା!

ନୂଆଦିଲ୍ଲୀ: ସାରା ଦୁନିଆରେ ଏବେ ମିଥେନ ଗ୍ୟାସର ପରିମାଣ ବଢ଼ିବାରେ ଲାଗିଛି । ଏହା କାର୍ବନ ଡାଇଅକ୍ସାଇଡଠାରୁ ୨୫ ଗୁଣ ଅଧିକ ବିପଜ୍ଜନକ ହୋଇଥାଏ । ଏହା ଗ୍ଲୋବାଲ ୱାର୍ମିଂର ଏକ ବଡ଼ କାରଣ । ଦିନକୁ ଦିନ ତାପମାତ୍ରା ବଢ଼ିବାରେ ଲାଗିଥିବାରୁ ବୈଜ୍ଞାନିକମାନେ ଏହାର ସମାଧାନ ବାଟ ଖୋଜୁଛନ୍ତି । ତେବେ ଏହା ମଧ୍ୟରେ ବୈଜ୍ଞାନିକମାନେ ଏକ ବ୍ୟାକ୍ଟେରିଆର ସନ୍ଧାନ କରିଛନ୍ତି । ଏହି ବ୍ୟାକ୍ଟେରିଆ ଗ୍ଲୋବାଲ ୱାର୍ମିଂର ପ୍ରଭାବକୁ ହ୍ରାସ କରି ପାରିବ ବୋଲି ଜଣାପଡ଼ିଛି ।

ବୈଜ୍ଞାନିକଙ୍କ ଅନୁଯାୟୀ, ମିଥେନୋଟ୍ରାଫସ ବ୍ୟାକ୍ଟେରିଆ ପ୍ରାକୃତିକ ଭାବେ ମିଥେନକୁ କାର୍ବନ ଡାଇଅକ୍ସାଇଡରେ କନଭର୍ଟ କରିବାରେ କାମ କରିଥାଏ । ଏହି ବ୍ୟାକ୍ଟେରିଆ ବାୟୁରେ ରହିଥିବା ମିଥେନକୁ ଭକ୍ଷଣ କରିଥାଏ । ଏହି ଅବସରରେ ତାହା ମିଥେନକୁ ହଟାଇ ଦେଇଥାଏ । ତେବେ ଏହା ଅଳ୍ପ ପରିମାଣର ବାୟୁରେ ମିଥେନକୁ ଧ୍ୱଂସ କରିପାରେ । ଯଦି ଏହି ବ୍ୟାକ୍ଟେରିଆକୁ ବଡ଼ ଆକାରରେ ଉପଯୋଗ କରାଯାଏ ତେବେ ଗ୍ଲୋବାଲ ୱାର୍ମିଂକୁ ହ୍ରାସ କରିବା କ୍ଷେତ୍ରରେ ଯଥେଷ୍ଟ ସହାୟତା ମିଳିପାରିବ ବୋଲି ବିଶେଷଜ୍ଞମାନେ କହିଛନ୍ତି ।

ମିଥେନ ଗ୍ୟାସକୁ ଗ୍ରୀନ ପାୱାର ହାଉସ୍ ଗ୍ୟାସ କୁହାଯାଏ । ଏହା ସାଧାରଣ ଭାବେ ମଣିଷର କାର୍ଯ୍ୟକଳାପରୁ ନିର୍ଗତ ହୋଇଥାଏ । କୃଷି, ବର୍ଜ୍ୟ ପରିଚାଳନା, ଫ୍ୟାକ୍ଟ୍ରିରେ ଏହି ଗ୍ୟାସ ବିଶ୍ୱ ତାପାମାତ୍ରା ବଢ଼ାଇଥାଏ । ଏହି ବ୍ୟାକ୍ଟେରିଆ ସହାୟତାରେ ଆସନ୍ତା ୨୦୨୫ ସୁଦ୍ଧା ୨୩ କୋଟି ଟନ ମିଥେନ ଗ୍ୟାସ ବାୟୁମଣ୍ଡଳରେ ପହଞ୍ଚିବାରୁ ରୋକାଯାଇ ପାରିବ ବୋଲି ପ୍ରକାଶ ପାଇଥିବା ଏକ ରିସର୍ଚ୍ଚ ରିପୋର୍ଟରୁ ଜଣାପଡ଼ିଛି । ଅନ୍ୟ ବ୍ୟାକ୍ଟେରିଆ ତୁଳନାରେ ୫ ଗୁଣ ଅଧିକ ଶକ୍ତିଶାଳୀ ହୋଇଥିବା ଏକ ବ୍ୟାକ୍ଟେରିଆକୁ ବୈଜ୍ଞାନିକମାନେ ସନ୍ଧାନ କରିଛନ୍ତି । ତେବେ ୨୫-୩୦ ଡିଗ୍ରୀ ତାପମାତ୍ରାରୁ ଅଧିକ ହେଲେ ଏହି ବ୍ୟାକ୍ଟେରିଆର ବିକାଶରେ ବାଧା ସୃଷ୍ଟି ହୋଇଥାଏ ।

Get real time updates directly on you device, subscribe now.