fbpx

ବର୍ଷା ଦିନରେ ବଢୁଛି ବିଷାକ୍ତ ପଦାର୍ଥର ଖରାପ ପ୍ରଭାବ: ଏହିସବୁ ଖାଦ୍ୟରୁ ମିଳିବ ସୁସ୍ଥ ଶରୀର

ଓଡ଼ିଶା ଭାସ୍କର: ବର୍ଷାଦିନେ ଆମକୁ ଗରମରୁ ମୁକ୍ତି ମିଳିବା ସହିତ ସବୁଠି ସବୁଜିମାର ବାତାବରଣ ମନକୁ ବେଶ୍ ଆନନ୍ଦ ଦିଏ । କିନ୍ତୁ ଏହି ସମୟରେ ରୋଗ ତଥଶ ସଂକ୍ରମଣର ଆଶଙ୍କା ଅଧିକ ରହିଥାଏ । ଏହି ସମୟରେ ପାଟି ସୁଆଦିଆ ଛଣାଛଣି ଜିନିଷ ଅଧିକ ଖାଇବାକୁ ଇଚ୍ଛା ହୁଏ ଯାହା ଦେହ ଲାଗି ଅତ୍ୟନ୍ତ ଖରାପ ହୋଇଥାଏ । ଏହା ସହିତ ଶରୀରରେ ବିଷାକ୍ତ ପଦାର୍ଥର ପ୍ରଭାବ ମଧ୍ୟ ବଢିଯାଏ । ଏଥିରୁ ମୁକ୍ତି ପାଇବା ଲାଗି ଡାଏଟ୍ ରେ ଆପଣ କିଛି ଏପରି ଖାଦ୍ୟପଦାର୍ଥ ସାମିଲ କରନ୍ତୁ ଯାହା ଶରୀରକୁ ଭିତରୁ ଡିଟକ୍ସ କରିବ । ଏହି କ୍ରମରେ ଆମେ ଆପଣଙ୍କୁ କିଛି ଏପରି ଖାଦ୍ୟ ପଦାର୍ଥ ବିଷୟରେ କହିବାକୁ ଯାଉଛୁ ଯାହା କେବଳ ସ୍ୱାଦରେ ଉତ୍ତମ ନୂହେଁ ବରଂ ଶରୀରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ଲାଭଦାୟକ ।

ସବୁଜ ପନିପରିବା: ବର୍ଷା ଋତୁରେ ସବୁଜ ପନିପରିବା ଖାଇବା ଭଲ । ପନିପରିବାରେ ଆବଶ୍ୟକ ମାତ୍ରାରେ ଭିଟାମିନ୍, ମିନେରାଲ୍ସ ଓ ଆଣ୍ଟିଅକ୍ସିଡାଣ୍ଟ ରହିଛି ଯାହା ଶରୀରରୁ ବିଷାକ୍ତ ପଦାର୍ଥ ସହଜରେ ବାହାରକୁ ବାହାର କରିବାରେ ସହାୟକ ହୋଇଥାଏ । ଖାଦ୍ୟ ପଦାର୍ଥରେ ଭିନ୍ନ ଭିନ୍ନ ପ୍ରକାରର ପନିପରିବା ସାମିଲ କରିବା ଦ୍ୱାରା ରକ୍ତ ପରିଷ୍କାର ହେବା ସହିତ ହଜମ ପ୍ରକ୍ରିୟା ଭଲ ରହିଥାଏ ।

ହଳଦୀ: ଏହା ଏକ ଶକ୍ତିଶାଳୀ ଆଣ୍ଟି ଇନଫ୍ଲାମେଟୋରୀ । ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଗୁଣ ମଧ୍ୟ ଭରପୁର ହୋଇ ରହିଛି । ପାରମ୍ପରିକ ଚିକିତ୍ସାରେ କେଉଁ ଯୁଗରୁ ହଳଦୀର ବ୍ୟବହାର କରାଯାଇ ଆସୁଛି । ହଳଦୀରେ କରକ୍ୟୁମିନ୍ ପରି ଯୌଗିକ ରହିଛି ଯାହା ବିଷାକ୍ତ ପଦାର୍ଥକୁ ଶରୀର ମଧ୍ୟରୁ ବାହାରକୁ ବାହାର କରିବାରେ ସହାୟକ ହୋଇଥାଏ । ଏହା ବ୍ୟତିତ ଏହା ଏନଜାଇମ୍ ଉତ୍ପାଦନ ବୃଦ୍ଧିରେ ସହାୟକ ହୋଇ ଆମ ଯକୃତରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସହାୟକ ହୋଇଥାଏ ।

ଗୋଟା ଶସ୍ୟ: ବର୍ଷାଦିନେ ବ୍ରାଉନ୍ ରାଇସ୍, ଓଟସ୍ ଆଦି ନିଶ୍ଚୟ ଖାଆନ୍ତୁ । ଏଥିରୁ ଆମ ଶରୀରକୁ ଫାଇବର, ଭିଟାମିନ, ମିନେରାଲ୍ସ ମିଳିଥାଏ । ଏହି ଖାଦ୍ୟ ହଜମ ପ୍ରକ୍ରିୟାରେ ସୁଧାର ଆଣିଥାଏ ଓ ରକ୍ତ ସର୍କରାକୁ ନିୟନ୍ତ୍ରିତ କରିଥାଏ ।

ଖଟା ଫଳ: ସନ୍ତରା, ଲେମ୍ବୁ, ଅଙ୍ଗୁର ପରି ଖଟା ଫଳରେ ହାଇ ଭିଟାମିନ ସି ଓ ଆଣ୍ଟି ଅକ୍ସିଡାଣ୍ଟ ଭରି ରହିଛି ଯାହା ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ । ଏହାର ତାଜା ସ୍ୱାଦ ଓ ଅଧିକ ଜଳୀୟ ଭାଗ ବର୍ଷାଦିନେ ଶରୀରକୁ ହାଇଡ୍ରେଟ୍ ରଖିଥାଏ । ଖଟାଫଳରେ ଫ୍ଲେଭୋନଏଡସ୍ ଓ ଲିମୋନଏଡସ୍ ରହିଛି ଯାହା ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସହାୟକ ହୋଇଥାଏ ।

Get real time updates directly on you device, subscribe now.