ସବୁବେଳେ ନିଦ ଲାଗି ରହୁଥିଲେ ସାବଧାନ! ହୋଇଥାଇପାରେ ଏହି କାରଣ

ନୂଆଦିଲ୍ଲୀ: ଯଦି ରାତିରେ ଠିକ୍ ଭାବରେ ନିଦ ନହୁଏ ତେବେ ଦିନସାରା ନିଦ ଲାଗିଥାଏ । କିନ୍ତୁ ରାତିରେ ଭଲ ନିଦ ହେବା ପରେ ମଧ୍ୟ ଯଦି ଦିନସାରା ନିଦ ଲାଗୁଛି, ତେବେ ଏହାର କାରଣ ଅନ୍ୟ କିଛି ହୋଇପାରେ। ତେବେ କିଛିଦିନ ଧରି ଏହା ଲାଗି ରହିଲେ ଏହାକୁ ଅଣଦେଖା କରିବା ଉଚିତ ନୁହେଁ ବୋଲି କୁହାଯାଇଛି ।

ପ୍ରତି କଥାରେ ଚିନ୍ତା ପ୍ରକଟ କରିବା- ଅନେକ ଲୋକଙ୍କର ପ୍ରତ୍ୟେକ ଛୋଟ ବଡ଼ କଥାକୁ ନେଇ ଚାପଗ୍ରସ୍ତ ହେବାର ଅଭ୍ୟାସ ଥାଏ । ସବୁବେଳେ ଚାପ ହେତୁ ଜଣେ ବ୍ୟକ୍ତି ଚିନ୍ତାଗ୍ରସ୍ତ ହେବାରେ ଲାଗେ। ଏପରି ପରିସ୍ଥିତିରେ, ଜଣେ ବ୍ୟକ୍ତି ଯେତେ ଶୀଘ୍ର ବିଛଣାରେ ଶୋଇଲେ ମଧ୍ୟ, ସେ ଘଣ୍ଟା ଘଣ୍ଟା ଶୋଇ ପାରେ ନାହିଁ ଏବଂ ଅନେକ ସମୟରେ ରାତି ଅଧରେ ତାଙ୍କ ନିଦ ଭାଙ୍ଗିଯାଏ। ଏପରି ପରିସ୍ଥିତିରେ ଚାପ ଦୂର କରି, ନିଦ୍ରା ସମସ୍ୟାର ମଧ୍ୟ ସମାଧାନ କରାଯାଇପାରିବ।

କମ୍ ପାଣି ପିଇବା-ଶରୀରରେ ପାଣିର ଅଭାବ ଅର୍ଥାତ୍ ଡିହାଇଡ୍ରେସନ୍ ଯୋଗୁଁ ସବୁବେଳେ ନିଦ୍ରାଳୁ ଅନୁଭବ ହୁଏ । କାରଣ ପାଣିର ଅଭାବ ରକ୍ତ ପ୍ରବାହକୁ ଧୀର କରିଦିଏ, ଯାହା ଫଳରେ ଶରୀରରେ ପର୍ଯ୍ୟାପ୍ତ ଅମ୍ଳଜାନ ଏବଂ ପୋଷକ ତତ୍ତ୍ୱ ପହଞ୍ଚିପାରେ ନାହିଁ । ଡିହାଇଡ୍ରେସନ୍ ଯୋଗୁଁ ଶରୀରରେ ଇଲେକ୍ଟ୍ରୋଲାଇଟ୍ସର ସନ୍ତୁଳନ ମଧ୍ୟ ଖରାପ ହୋଇଯାଏ ।

ଧୁମ୍ରପାନ- ଧୂମପାନ କରିବା ଦ୍ୱାରା ଆପଣଙ୍କୁ ଦିନସାରା ନିଦ୍ରା ମଧ୍ୟ ଆସିଥାଏ । ଧୂମପାନ ରାତିରେ ନିଦ ହେବାରେ ମଧ୍ୟ ଅସୁବିଧା ସୃଷ୍ଟି କରେ, ଯାହା ଫଳରେ ବ୍ୟକ୍ତି ଦିନସାରା ନିଦଗ୍ରସ୍ତ ହୁଏ । ଏପରି ପରିସ୍ଥିତିରେ, ଧୂମପାନର ଅଭ୍ୟାସ ଛାଡ଼ିବା ଲାଭଦାୟକ ହୋଇପାରେ । ଏହା ବ୍ୟତୀତ ବ୍ୟାୟାମ କରିବା ଦ୍ୱାରା ରାତିରେ ଭଲ ନିଦ ହୁଏ।