fbpx

ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନାକୁ ନେଇ ଆସିଲା ଖରାପ ଖବର: ଏହି ଚାଷୀଙ୍କୁ ଯିବାକୁ ପଡ଼ିବ ଜେଲ୍

ନୂଆଦିଲ୍ଲୀ: ଦେଶର ଚାଷୀଙ୍କ ଉପରେ ଏବେ ମୋଦୀ ସମ୍ପୂର୍ଣ୍ଣ ଫୋକସ୍ ଦେଇଛନ୍ତି । ଏହି କାରଣ ଯୋଗୁଁ ସରକାରଙ୍କ ପକ୍ଷରୁ ଚାଷୀଙ୍କ ପାଇଁ ଅନେକ ଯୋଜନା ଆରମ୍ଭ ହୋଇଛି । ସେହି ଯୋଜନା ମଧ୍ୟରେ ଗୋଟିଏ ହେଉଛି- ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା । ଏହି ଯୋଜନାର ଲାଭ ଦେଶର କୋଟି କୋଟି ଅନ୍ନଦାତାଙ୍କୁ ମିଳିବ, ଯେଉଁମାନେ ସମଗ୍ର ଦେଶକୁ ଖାଇବାକୁ ଦେଉଛନ୍ତି ।

କିନ୍ତୁ ନିକଟରେ ପିଏମ କିଷାନ ସମ୍ମାନ ନିଧି ଯୋଜନାକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ବାସ୍ତବରେ ଏବେ ସରକାର ସେହି ଚାଷୀଙ୍କଠାରୁ ଏହି ଯୋଜନାର ଅର୍ଥ ଫେରସ୍ତ କରିବାକୁ ଯାଉଛନ୍ତି, ଯେଉଁମାନେ ଅଯୋଗ୍ୟ ହୋଇ ମଧ୍ୟ ଏହି ଯୋଜନାର ଲାଭ ଉଠାଉଛନ୍ତି । ଯେବେଠୋରୁ ଏହି ଯୋଜନା ଆରମ୍ଭ ହୋଇଛି, ସେବେଠାରୁ ଆଜି ପର୍ଯ୍ୟନ୍ତ ଆଠଟି ପରିବର୍ତ୍ତନ ହୋଇଛି ।

ସରକାରଙ୍କ ଦ୍ୱାରା କରାଯାଇଥିବା ନୂଆ ବ୍ୟବସ୍ଥା ଅନୁସାରେ, ହିତାଧିକାରୀଙ୍କ ପାଇଁ ପ୍ରଧାନମନ୍ତ୍ରୀ କିଷାନ୍ ସମ୍ମାନ୍ ନିଧି ଯୋଜନାର ଲାଭ ଉଠାଇବା ପାଇଁ ଇ-କେଇସି କରିବା ବାଧ୍ୟତାମୂଳକ ହୋଇଛି । ଏହା ପରେ ଯୋଜନାରେ କରାଯାଇଥିବା ପରିବର୍ତ୍ତନ ଅନୁଯାୟୀ, ଅଯୋଗ୍ୟ ଚାଷୀଙ୍କଠାରୁ ଟଙ୍କା ଫେରସ୍ତ ଅଣାଯିବ । ଦେଶରେ ଏହି ଚାଷୀଙ୍କ ସଂଖ୍ୟା ଅଧିକ ରହିଛି, ଯେଉଁମାନେ ଅଯୋଗ୍ୟ ସତ୍ତ୍ୱେ ଏହି ଯୋଜନାର ଫାଇଦା ଉଠାଉଛନ୍ତି ଏବଂ ଦୁଇ ହଜାର ଟଙ୍କା କିସ୍ତି ପାଇଛନ୍ତି । ନିୟମ ଅନୁସାରେ, ଚାଷ ଜମି ଦୁଇ ଜଣ ଚାଷୀଙ୍କ ନାମରେ ଥିଲେ ବି ଏହି ଯୋଜନାର ଲାଭ କେବଳ ଜଣେ ଚାଷୀ ପାଇବେ ।

ଠକାମିରେ ନେଇଥିବା ଟଙ୍କାକୁ ଅଯୋଗ୍ୟ ଚାଷୀମାନେ ଘରେ ବସି ମଧ୍ୟ ଅନଲାଇନରେ ଫେରସ୍ତ କରିପାରିବେ । ନଚେତ୍ ସରକାରଙ୍କ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ । ଏପରିକି ଟଙ୍କା ନେଇଥିବା ଅଯୋଗ୍ୟ ଚାଷୀଙ୍କୁ ଜେଲ୍ ମଧ୍ୟ ହୋଇପାରେ । ଟଙ୍କା ଫେରସ୍ତ ପାଇଁ ସରକାର ପିଏମ କିଷାନ ପୋର୍ଟାଲରେ ବି ସୁବିଧା ଦେଇଛନ୍ତି ।

Get real time updates directly on you device, subscribe now.