fbpx

(Video) ନିର୍ବାଚନୀ ପ୍ରଚାରରେ କମ୍ପୁଛି ବଡ଼ଚଣା ମାଟି; ବର୍ଷାଙ୍କ ଲୋକପ୍ରିୟତା ଦେଖି ବିରୋଧୀ ଛାନିଆ

ଯାଜପୁର: ବର୍ଷାଙ୍କ ଜୟ ଜୟ କାରରେ କମ୍ପୁଛି ବଡ଼ଚଣା ମାଟି। ଯାହା ମୁହଁରୁ ଶୁଣ ବର୍ଷାଙ୍କ ପ୍ରଶଂସା । ପିଲାଠୁ ବୁଢା ଯାଏଁ ସମସ୍ତଙ୍କ ଓଠରେ ଗୋଟିଏ କଥା । ଏଥର ବଡ଼ଚଣା ଆଉ ପଛରେ ରହିବନି । ବଡ଼ଚଣା ବିକାଶର ସାରଥୀ ଯେତେବେଳେ ଘରେ ଘରେ ପଶି ଲୋକଙ୍କ ଭଲ ମନ୍ଦ , ସୁବିଧା ଅସୁବିଧା ପଚାରି ବୁଝୁଛନ୍ତି , ସେତେବେଳେ ସେ ଅଂଚଳ ଆଉ ପଛରେ ରହିବାର ପ୍ରଶ୍ନ ଉଠୁଛି କେଉଁଠି ? ତେବେ ବିରୋଧୀ ଏହାକୁ ଲୋକ ଦେଖାଣିଆ ବୋଲି କହୁଥିବା ବେଳେ ପ୍ରଶଂସକ କୁହନ୍ତି କିଛି ଅଲଗା କଥା । ୨୪ ସାଧାରଣ ନିର୍ବାଚନ ସିନା ଏବେ ଏବେ ମୁଣ୍ଡ ଟେକିଲା , ହେଲେ ପୂର୍ବରୁ ଦେଖିଲେ ଭଲ ଭାବରେ ଜଣା ପଡିଯିବା ତାଙ୍କ ବ୍ୟକ୍ତିତ୍ୱ କଣ ? ଜୀବନ ରେ ଅନେକ ଝଡ଼ଝଞ୍ଜାକୁ ଖୁବ୍ ଦୃଢତାର ସହ ସାମ୍ନା କରିଛନ୍ତି ବର୍ଷା ।

କେବେ ବିଚଳିତ ହେଇ ନାହାନ୍ତି କି ଭାଙ୍ଗି ପଡ଼ିନାହାନ୍ତି । ବରଂ ସବୁବେଳେ ସେ ଅଂଟା ସଳଖି ଦୃଢ ଭାବରେ ଠିଆ ହେଇଛନ୍ତି । ହେଲେ ନିଜ ବ୍ୟକ୍ତିଗତ ଜୀବନକୁ ସବୁବେଳେ ସେ ବ୍ୟକ୍ତିଗତ ହିଁ ରଖିଛନ୍ତି । ଅନେକାଂଶ ରେ ଦେଖାଯାଏ ଅନେକ ଅଛନ୍ତି ଗଣମାଧ୍ୟମରେ ମିଛ ସତ କହି ସାଧାରଣ ଜନତାଙ୍କ ଠାରୁ ସମବେଦନା ପାଇବାକୁ ଚେଷ୍ଟା କରନ୍ତି ,ହେଲେ ବର୍ଷା କେବେବି ନିଜ ବ୍ୟକ୍ତିଗତ ସମସ୍ୟାକୁ ନେଇ ଗଣମାଧ୍ୟମ ଆଗରେ ମୁହଁ ଖୋଲି ନାହାନ୍ତି । ନିଜ ମନ ତଳର ଯନ୍ତ୍ରଣାକୁ ଲୁଚେଇବାକୁ ହେଉ କିମ୍ବା ନିଜ ଖୁସିକୁ ଜାହିର କରିବାକୁ ହେଉ ସେ କରନ୍ତି ସମାଜ ସେବା । ଅନ୍ୟ ଓଠରେ ହସ ହେଇ ସେ ରହିବାକୁ ଭଲ ପାଆନ୍ତି । ଦୁଖୀ ପାଖରେ ଦରଦୀ ବନ୍ଧୁ ଟିଏ ହେଇ ଠିଆ ହେବାକୁ ସେ ଇଛା କରନ୍ତି । ସାଧାରଣ ମଣିଷଙ୍କ ପରି ମଣିଷ ଟିଏ ହେଇ ସେ ଜିଇଁ ବାକୁ ଭଲ ପାଆନ୍ତି ।

ଖାସ୍ ଏଇ ନିଆରା ଗୁଣ ତାଙ୍କୁ ଆଜି ଦରଦୀ ମଣିଷ ଟିଏ ଭାବରେ ସାଧାରଣ ଲୋକଙ୍କ ପାଖରେ ଏକ ନିଆରା ପରିଚୟ ଆଣି ଦେଇଛି । ବିଜୁ ଜନତା ଦଳରେ ସାମିଲ ହେବା ପରେ ତାଙ୍କ ବ୍ୟକ୍ତିତ୍ୱ ବେଶ ପ୍ରଭାବିତ କରିଛି ଅନ୍ୟ ସହକର୍ମୀ ମାନଙ୍କୁ । ଜଣେ ଆଗଧାଡିର ସଫଳ ଅଭିନେତ୍ରୀ ଭାବରେ ସେ ଯେତିକି ପ୍ରତିଷ୍ଠା ପାଇଛନ୍ତି ତା ଠୁ ଢେର ଅଧିକ ଜଣେ ଦରଦୀ ମଣିଷ ତଥା ସମାଜ ସେବୀ ଭାବରେ ସେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଆଉ ଏମିତି ଜଣେ ନିଆରା ମଣିଷଙ୍କୁ ବଡ଼ଚଣା ନିର୍ବାଚନ ମଣ୍ଡଳୀ ଲୋକେ ପାଇ ଖୁସି ହେବେନି ବା କେମିତି ? ତେବେ ବଡଚଣାରେ ବର୍ଷାଙ୍କ ଲୋକପ୍ରିୟତା ଦେଖି ବିରୋଧୀ କୁଆଡେ ଛାନିଆ ହେଲେଣି ବୋଲି ଚର୍ଚା ହେଉଛି ।

Get real time updates directly on you device, subscribe now.