fbpx
BSKY
BJD YOUTH SKY
BJD MS SKY

ଝିଅମାନେ ଏପରି ଖରାପ ପୋଷାକ ପିନ୍ଧୁଛନ୍ତି, ପୁରା ‘ଶୁର୍ପଣେଖା’ ପରି ଦେଖାଯାଉଛନ୍ତି’, ପୁଣି ବିବାଦୀୟ ବୟାନ ଦେଲେ ବିଜେପି ନେତା କୈଳାଶ ବିଜୟଭର୍ଗିୟ

ନୂଆଦିଲ୍ଲୀ: ବିଜେପିର ଜାତୀୟ ସାଧାରଣ ସମ୍ପାଦକ କୈଳାଶ ବିଜୟଭର୍ଗିୟ ପୁଣିଥରେ ତାଙ୍କ ବିବାଦିୟ ବୟାନକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ବିଜୟଭର୍ଗିୟ ଏଥର ଝିଅ ମାନଙ୍କର କପଡ଼ା ଉପରେ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ଝିଅମାନେ ଏତେ ଖରାପ ପୋଷାକ ପିନ୍ଧି ବାହାରକୁ ଆସନ୍ତି ଯେ ସେମାନେ ” ଶୁର୍ପଣେଖା ” ପରି ଦେଖାଯାନ୍ତି । ବିଜୟଭର୍ଗିଆଙ୍କ ଅନୁଯାୟୀ ଦେବୀଙ୍କ ରୂପ ଆଉ ଝିଅମାନଙ୍କଠାରେ ଦେଖାଯାଉ ନାହିଁ । ତେବେ ତାଙ୍କର ଏହି ବୟାନ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହି ମନ୍ତବ୍ୟ ଉପରେ ଲୋକମାନେ ତାଙ୍କୁ ଜୋରଦାର ବିରୋଧ କରୁଛନ୍ତି।

ସୂଚନା ଅନୁସାରେ କୈଳାଶ ବିଜୟଭର୍ଗିୟ ଏପ୍ରିଲ ୬ ତାରିଖରେ ଇନ୍ଦୋରରେ ଏକ ଜୈନ ସମାଜର କାର୍ଯ୍ୟକ୍ରମରେ ସେ ଏହି ବୟାନ ଦେଇଥିଲେ । ଏହି ଭିଡିଓରେ ସେ କହିଥିଲେ, ‘ମୁଁ ବେଳେବେଳେ ଦେଖେ, ‘ଆଜି ବି ଯେତେବେଳେ ମୁଁ ବାହାରକୁ ଯାଏ, ମୁଁ ଶିକ୍ଷିତ ଯୁବକ ଏବଂ ପିଲାମାନେ ନିଶା କରୁଥିବାର ଦେଖିଥାଏ, ଏଭଳି ସ୍ଥିତିରେ ମୋର ଇଚ୍ଛା ହୁଏ ସେମାନଙ୍କୁ ପାଞ୍ଚ-ସାତୋଟି ଚଟକଣି ଦିଅନ୍ତି, ସେମାନଙ୍କ ନିଶା ଉତୁରି ଯାଆନ୍ତା । ହନୁମାନ ଜୟନ୍ତୀ ରାଣ ମୁଁ ମିଛ କହୁନାହିଁ । ସେହିପରି ଝିଅମାନେ ମଧ୍ୟ ଏପରି ଖରାପ ପୋଷାକ ପିନ୍ଧି ବାହାରକୁ ଆସନ୍ତି ଯେ … ସାଧାରଣ ଲୋକମାନେ ମହିଳା ମାନଙ୍କୁ ଦେବୀ ବୋଲି ଭାବନ୍ତି । କିନ୍ତୁ ବର୍ତ୍ତମାନ ଝିଅମାନଙ୍କୁ ଏଭଳି ଖରାପ ଛୋଟ କପଡ଼ାରେ ଦେବୀଙ୍କର ରୂପ ସେମାନଙ୍କ ଭିତରେ ଦୃଶ୍ୟମାନ ହୁଏ ନାହିଁ । ସେମାନେ ଶୁର୍ପଣେଖା ଦେଖାଯାଉଛନ୍ତି । ପ୍ରକୃତରେ ଭଲ ସୁନ୍ଦର ଭଗବାନ ଦେହ ଦେଇଛନ୍ତି ତ କିଛୀ ଭଲ କପଡ଼ା ପିନ୍ଧନ୍ତୁ ।’

Get real time updates directly on you device, subscribe now.