fbpx
BSKY
BJD YOUTH SKY
BJD MS SKY

ବଡ ଦୁର୍ଘଟଣା! ଟ୍ରକ ପିକ୍-ଅପ୍ ଭ୍ୟାନ ଧକ୍କାରେ ୩ ମୃତ: ୮ ଜଣ ଗୁରୁତର ଆହତ

ଯାଜପୁର: ସକାଳୁ ସକାଳୁ ଯାଜପୁର ଚଣ୍ଡିଖୋଲ ନିକଟରେ ଘଟିଯାଇଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଚଣ୍ଡିଖୋଲ-ପାରାଦୀପ ୫୩ ନଂ ଜାତୀୟ ରାଜପଥରେ ଏକ ଟ୍ରକକୁ ଧକ୍କା ଦେଇଛି ପିକ୍ଅପ ଭ୍ୟାନ । ଏହି ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଏବେ ବି ଗୁରୁତର ଥିବା ଜାଣିବାକୁ ମିଳିଛି । ତେବେ ସେମାନଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ତେବେ କୁହୁଡ ଯୋଗୁଁ ଏଭଳି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା କୁହାଯାଉଛି ।

ସୂଚନା ଅନୁଯାୟୀ, ବାଲିଚନ୍ଦ୍ରପୁର ଅଞ୍ଚଳରୁ ଆସୁଥିବା ଏକ ପିକ୍ ଅପ୍ ଭ୍ୟାନ ପାରାଦୀପ ଯିବା ବାଟରେ ଦୁର୍ଘଟଣା ଘଟାଇଛି । ଚାରିଲଙ୍ଗଳଠାରେ ଏକ ଟ୍ରକକୁ ଧକ୍କା ଦେଇଛି ଏହି ପିକ୍ଅପ୍ ଭ୍ୟାନ୍ । ଫଳରେ ୩ ଜଣ ବ୍ୟକ୍ତି ଏହି ଦୁର୍ଘଟରାରେ ପ୍ରାଣ ହରାଇଥିବା ବେଳେ ୮ ଜଣ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ତେବେ ଖବର ପାଇ ଚଣ୍ଡିଖୋଲ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିବା ସହ ସେମାନଙ୍କୁ ଉଦ୍ଧାର କରି ବଡଚଣା ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲା । ଏହାପରେ ବଡଚଣା ମେଡିକାଲ ସେମାନଙ୍କୁ କଟକ ସ୍ଥାନାନ୍ତର କରିଛି । ଅନ୍ୟ ପକ୍ଷରେ ବାଲିଚନ୍ଦ୍ରପୁର ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.