fbpx

UPSCରେ ବାହାରିଲା ନିଯୁକ୍ତିର ସୁଯୋଗ, ମାତ୍ର ୨୫ ଟଙ୍କା ଦେଇ ଶୀଘ୍ର କରନ୍ତୁ ଆବେଦନ

ନୂଆଦିଲ୍ଲୀ: କେନ୍ଦ୍ର ସରକାରୀ ମନ୍ତ୍ରଣାଳୟ ଏବଂ ବିଭାଗରେ ଜୁନିୟର ଇଞ୍ଜିନିୟର, ପବ୍ଲିକ ପ୍ରସିକ୍ୟୁଟର ତଥା ଅନ୍ୟାନ୍ୟ ପଦବୀ ପାଇଁ ୟୁନିଅନ ପବ୍ଲିକ ସର୍ଭିସ କମିଶନ (ୟୁପିଏସସି) ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଏଥିପାଇଁ ଯୋଗ୍ୟ ତଥା ଆଗ୍ରହୀ ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍- upsconline.nic.in ରେ ଅନଲାଇନରେ ଆବେଦନ କରିପାରିବେ ।

କେନ୍ଦ୍ର ଜନସେବା ଆୟୋଗର ଏହି ଖାଲି ପଦଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଏପ୍ରିଲ ୮, ୨୦୨୩ ରୁ ଆରମ୍ଭ ହେବ। ପ୍ରାର୍ଥୀମାନେ ୨୭ ଏପ୍ରିଲ ୨୦୨୩ ପର୍ଯ୍ୟନ୍ତ ଆବେଦନ କରିପାରିବେ। ସଂଗଠନରେ ମୋଟ ୧୪୬ ଟି ପଦବୀ ପୂରଣ ପାଇଁ ଏହି ନିଯୁକ୍ତି ହେବ ।

ପଦବୀ :
ଜୁନିୟର ଇଞ୍ଜିନିୟର (ବୈଦ୍ୟୁତିକ): ୨୦
ଜୁନିୟର ଇଞ୍ଜିନିୟର (ସିଭିଲ୍): ୫୮
ସରକାରୀ ଓକିଲ: ୪୮
ସହକାରୀ ନିର୍ଦ୍ଦେଶକ (ନିୟମାବଳୀ ଏବଂ ସୂଚନା): ୧୬
ଅନୁସନ୍ଧାନ ଅଧିକାରୀ (ଯୋଗ): ୧
ଅନୁସନ୍ଧାନ ଅଧିକାରୀ (ପ୍ରାକୃତିକ ଚିକିତ୍ସା): ୧
ସହକାରୀ ନିର୍ଦ୍ଦେଶକ (ଫୋରେନସିକ୍ ଅଡିଟ୍): ୧
ସହକାରୀ ସ୍ଥାପତ୍ୟ: ୧
ଆବେଦନ ଶୁକ୍ଳ :କେନ୍ଦ୍ର ଜନସେବା ଆୟୋଗର ଏହି ନିଯୁକ୍ତି ପାଇଁ ପ୍ରାର୍ଥୀଙ୍କୁ ୨୫ ଟଙ୍କା ଆବେଦନ ଶୁଳ୍କ ଦେବାକୁ ପଡିବ। କୌଣସି ସମ୍ପ୍ରଦାୟ ତଥା SC / ST / PWBD / ମହିଳା ପ୍ରାର୍ଥୀଙ୍କ ପାଇଁ କୌଣସି ଶୁଳ୍କ ନାହିଁ ।

କିଭଳି କରିବେ ଆବେଦନ :
ସର୍ବପ୍ରଥମେ UPSC ୱେବସାଇଟ୍ upsconline.nic.in କୁ ଯାଆନ୍ତୁ ।

ଏକ-ସମୟ ପଞ୍ଜୀକରଣ (OTR) ଲିଙ୍କରେ କ୍ଲିକ୍ କରନ୍ତୁ ଏବଂ ଏକ ପଞ୍ଜୀକରଣ ପ୍ରୋଫାଇଲ୍ ସୃଷ୍ଟି କରନ୍ତୁ ।

ପୋଷ୍ଟ ପାଇଁ ଆବେଦନ କରନ୍ତୁ, ବିବରଣୀ ପୁରଣ କରନ୍ତୁ ।

ଡକ୍ୟୁମେଣ୍ଟ୍ ଅପଲୋଡ୍ କରନ୍ତୁ, ଦେୟ ଦିଅନ୍ତୁ ଏବଂ ଫର୍ମ ଦାଖଲ କରନ୍ତୁ ।

ଭବିଷ୍ୟତର ଆବଶ୍ୟକତା ପାଇଁ ଏକ ପ୍ରିଣ୍ଟଆଉଟ୍ କାଢି ନିଅ ।

Get real time updates directly on you device, subscribe now.