fbpx
BSKY SKY
BSKY SKY

୫୦୦ ଏବଂ ୧୦୦୦ ଟଙ୍କାର ପୁରୁଣା ନୋଟକୁ ନେଇ RBIର ବଡ଼ ଖୁଲାସା, ପୁଣି ଚାଲିବ ସେହି ନୋଟ୍ !

BSKY

ନୂଆଦିଲ୍ଲୀ: ସାରା ଦେଶରେ ହୋଇଥିବା ବିମୁଦ୍ରୀକରଣ ବା ନୋଟବନ୍ଦୀ ପରେ ୫୦୦ ଓ ୧୦୦୦ ଟଙ୍କିଆ ନୋଟକୁ ନେଇ ଅନେକ ଖବର ସାମ୍ନାକୁ ଆସିଥିଲା । ଯଦି ଆପଣ ମଧ୍ୟ ସେହି ସମୟରେ ୫୦୦ ଏବଂ ୧୦୦୦ ଟଙ୍କାର ନୋଟ୍ ବଦଳାଇ ନାହାଁନ୍ତି, ତେବେ ଆଜି ଆଉ ଏକ ସୁଯୋଗ ଆପଣଙ୍କ ପାଖରେ ଅଛି … ଆରବିଆଇ (ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ) ରୁ ବଡ ସୂଚନା ସାମ୍ନାକୁ ଆସିଛି । ଘରେ ଆପଣଙ୍କର ପୁରୁଣା ନୋଟ୍ ଅଛି କି? ଯଦି ହଁ, ତେବେ ଆସନ୍ତୁ ଜାଣିବା ସରକାର କ’ଣ କହିଛନ୍ତି ।

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ର ଏକ ଲେଟର ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି । ଏହି ଚିଠିରେ ୫୦୦ ଏବଂ ୧୦୦୦ ଟଙ୍କାର ପୁରୁଣା ନୋଟ୍ ବଦଳାଇବା ବିଷୟରେ ଉଲ୍ଲେଖ କରାଯାଇଛି । ଭାଇରାଲ ଚିଠିରେ ଦାବି କରାଯାଇଛି ଯେ, ଆରବିଆଇ ବିଦେଶୀ ନାଗରିକଙ୍କ ପାଇଁ ଭାରତୀୟ ବିମୁଦ୍ରୀକରଣ ମୁଦ୍ରା ନୋଟ ବିନିମୟ ପାଇଁ ଏହି ସୁବିଧାକୁ ଆହୁରି ବଢ଼ାଇ ଦେଇଛି ।

ସତ କଣ?
ଯେତେବେଳେ ଏହି ପୋଷ୍ଟର ଅନୁସନ୍ଧାନ କରାଯାଇଥିଲା, ଗମ୍ଭୀରତାକୁ ଦେଖି ପ୍ରେସ ସୂଚନା ବ୍ୟୁରୋର ଫ୍ୟାକ୍ଟ ଚେକ୍ ଟିମ୍ (ପିଆଇବି ଫ୍ୟାକ୍ଟ ଚେକ୍) ଏହାର ଅନୁସନ୍ଧାନ କରି ଏହାର ସତ୍ୟତା ପ୍ରକାଶ କରିଥିଲା । ପିଆଇବି ଏହି ଭାଇରାଲ୍ ପୋଷ୍ଟକୁ ଫ୍ୟାକ୍ଟ-ଚେକ୍ କରିଛି । ପିଆଇବି ଫ୍ୟାକ୍ଟ ଚେକ୍ କହିଛି ଯେ, ବିଦେଶୀ ନାଗରିକଙ୍କ ପାଇଁ ୫୦୦-୧୦୦୦ ପୁରୁଣା ନୋଟ ବିନିମୟର ସୁବିଧା ବଢ଼ାଇବାର ଦାବି ନକଲି ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଦାବି ସମ୍ପର୍କରେ ଟ୍ୱିଟ୍ କରି ପିଆଇବି କହିଛି ଯେ, ବିଦେଶୀ ନାଗରିକଙ୍କ ପାଇଁ ଭାରତୀୟ ବିମୁଦ୍ରୀକରଣ ମୁଦ୍ରା ନୋଟ ବିନିମୟ କରିବାର ସୁବିଧା ୨୦୧୭ ରେ ଶେଷ ହୋଇଛି । ୫୦୦ ଏବଂ ୧୦୦୦ ନୋଟ୍ ବିନିମୟ ସମ୍ବନ୍ଧରେ ସେପରି କୌଣସି ନିର୍ଦ୍ଦେଶ ଦିଆଯାଇ ନାହିଁ ।

Get real time updates directly on you device, subscribe now.