Assembly Election 2026: ଭୂପେନ୍ଦ୍ର ଯାଦବଙ୍କୁ ବଙ୍ଗଳା ଓ ତାମିଲନାଡୁ ବିଜୟ ପାଇଁ ବୈଜୟନ୍ତ ପଣ୍ଡାଙ୍କୁ ବଡ଼ ଦାୟିତ୍ୱ

୨୦୨୬ ବିଧାନସଭା ନିର୍ବାଚନର ବିଜେପି ପ୍ରଭାରୀ ନିଯୁକ୍ତ।

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି। ବିଜେପି ପଶ୍ଚିମବଙ୍ଗ ଏବଂ ତାମିଲନାଡୁ ପାଇଁ ନିର୍ବାଚନ ପ୍ରଭାରୀ ନିଯୁକ୍ତ କରିଛି।

ଏଥିପାଇଁ ଭୂପେନ୍ଦ୍ର ଯାଦବଙ୍କୁ ପଶ୍ଚିମବଙ୍ଗ ପାଇଁ ନିର୍ବାଚନ ପ୍ରଭାରୀ ନିଯୁକ୍ତ କରାଯାଇଛି। ଯଦି ଦେଖିବା ପଶ୍ଚିମବଙ୍ଗରେ ନିର୍ବାଚନ ୨୦୨୬ରେ ଅନୁଷ୍ଠିତ ହେବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି ବିଜେପିର ଶୀର୍ଷ ନେତୃତ୍ୱ ଭୂପେନ୍ଦ୍ରଙ୍କୁ ବଡ଼ ଦାୟିତ୍ୱ ଦେଇଛନ୍ତି।

ସେହିପରି ଓଡ଼ିଆ ପୁଣି ବୈଜୟନ୍ତ ପଣ୍ଡାଙ୍କୁ ମଧ୍ୟ ତାମିଲନାଡୁ ବିଧାନସଭା ନିର୍ବାଚନର ପ୍ରଭାରୀ ଭାବରେ ଦାୟିତ୍ୱ ଦେଇଛନ୍ତି ବିଜେପିର ମଙ୍ଗୁଆଳ। ତାମିଲନାଡୁରେ ମଧ୍ୟ ୨୦୨୬ରେ ନିର୍ବାଚନ ଅନୁଷ୍ଠିତ ହେବ। ଏଣୁ ଏହି ନିର୍ବାଚନର ମଙ୍ଗ ଧରିବେ ବୈଜୟନ୍ତ।

ତାମିଲନାଡୁ ପ୍ରଭାରୀ: ଦଳୀୟ ନେତାଙ୍କ ଅନୁଯାୟୀ, ଏହି ନିଯୁକ୍ତିଗୁଡ଼ିକ ନିର୍ବାଚନୀ ପ୍ରଦର୍ଶନକୁ ଉନ୍ନତ କରିବା ପାଇଁ କରାଯାଇଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ବୈଜୟନ୍ତ ପଣ୍ଡାଙ୍କୁ ନିର୍ବାଚନ ପ୍ରଭାରୀ ନିଯୁକ୍ତ କରିଛନ୍ତି। ଏହାସହ ସେ ବିଜେପି ନେତା ମୁରଲୀଧର ମୋହୋଲଙ୍କୁ ନିର୍ବାଚନ ସହ-ପ୍ରଭାରୀ ଭାବେ ନିଯୁକ୍ତ କରିଛନ୍ତି।

ବଙ୍ଗଳାକୁ କିଏ କମାଣ୍ଡ କରିବ: ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ଆଗାମୀ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଭୂପେନ୍ଦ୍ର ଯାଦବଙ୍କୁ ରାଜ୍ୟ ନିର୍ବାଚନ ପ୍ରଭାରୀ ଭାବରେ ନିଯୁକ୍ତ କରିଛନ୍ତି। ସାଂସଦ ବିପ୍ଳବ କୁମାର ଦେବଙ୍କୁ ବଙ୍ଗଳା ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ସହ-ପ୍ରଭାରୀ ଭାବରେ ନିଯୁକ୍ତ କରାଯାଇଛି।

ନିର୍ବାଚନରେ ​​ଭଲ ପ୍ରଦର୍ଶନ ପାଇଁ ଲକ୍ଷ୍ୟ: ଏହି ନିର୍ବାଚନରେ ​​ଭଲ ପ୍ରଦର୍ଶନ କରିବା ଦଳର ଲକ୍ଷ୍ୟ ରହିଛି। ଏହି ନେତାମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କୁ ବିଭିନ୍ନ ରାଜ୍ୟରେ ନିର୍ବାଚନ ଦାୟିତ୍ୱ ଦିଆଯାଇଛି। ଏହା ଦଳକୁ ନିର୍ବାଚନ ପାଇଁ ପ୍ରସ୍ତୁତ ହେବାରେ ସାହାଯ୍ୟ କରିବ।

ପଶ୍ଚିମବଙ୍ଗ ଏବଂ ତାମିଲନାଡୁରେ କେବେ ନିର୍ବାଚନ ହେବ: ପଶ୍ଚିମବଙ୍ଗ ଏବଂ ତାମିଲନାଡୁରେ ବିଧାନସଭା ନିର୍ବାଚନ ଆସନ୍ତା ବର୍ଷ ୨୦୨୬ରେ ହେବାକୁ ଯାଉଛି।

ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମସି ଶାସିତ ହେଉଥିବା ବେଳେ, ତାମିଲନାଡୁରେ ଏମକେ ଷ୍ଟାଲିନଙ୍କ ନେତୃତ୍ୱାଧୀନ ଡିଏମକେ ଶାସନ କରୁଛି।