fbpx

ଦୁଇ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା ନେଇ ଅଡୁଆରେ ବୈଜୟନ୍ତ ପଣ୍ଡା

ଭୁବନେଶ୍ୱର: କେନ୍ଦ୍ରାପଡା ଲୋକସଭାର ବିଜେପି ପ୍ରାର୍ଥୀ ବୈଜନ୍ତ ପଣ୍ଡାଙ୍କର ପାଇଁ ଏବେ ଅଡୁଆ ସୃଷ୍ଟି ହୋଇଛି । କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ରର ୭ଟି ବିଧାନସଭା ଆସନରୁ ବିଜେପି ବୈଜୟନ୍ତଙ୍କ ଦ୍ୱାରା ୫ଟି ଆସନରୁ ଟିକେଟ୍ ବାଣ୍ଟି ସାରିଥିବା ବେଳେ କେନ୍ଦ୍ରାପଡା ଓ ସାଲେପୁର ବିଧାନସଭା ଅଙ୍କ ଏପର୍ଯ୍ୟନ୍ତ ଅଟକି ରହିଛି । ବିଶେଷ କରି କେନ୍ଦ୍ରାପଡା ଆସନରେ ବିଜେପିର ଆଉ ଏକ ଗୋଷ୍ଠି ରହିଥିବା ବେଳେ ଏହା ବୈଜୟନ୍ତଙ୍କ ବାଟରେ କଣ୍ଟା ହୋଇ ଅଟକିଛି ।

ପୂର୍ବତନ ବିଧାୟକ ଗଣେଶ୍ୱର ବେହେରା କଂଗ୍ରେସ ଛାଡି ଯିବା ପରେ କେନ୍ଦ୍ରାପଡା ବିଧାନସଭା ଆସନ ଏକ ଭିନ୍ନ ମୋଡ ନେବାରେ ଲାଗିଛି । ଗଣେଶ୍ୱରଙ୍କ ସହ ଥିବା ପ୍ରତି ପଞ୍ଚାୟତର ମୁଖିଆ ବିଜେଡିରେ ମିଶିବା ପରେ ବିଜେପିକୁ ଏହା ଅଡୁଆ ପରିସ୍ଥିତିକୁ ଟାଣି ନେଉଛି । ଗଣେଶ୍ୱରଙ୍କ ପରେ କାହାକୁ ପ୍ରାର୍ଥୀ କରାଯିବ ତାହାତ୍କୁ ନେଇ ବର୍ତ୍ତମାନ ବିଜେପି ଏବଂ ବୈଜନ୍ତଙ୍କ ଭିତରେ ଏବେ ଅଙ୍କ କସା ଚାଲିଛି । ଦଳ ପକ୍ଷରୁ ନିଜ ତରଫରୁ ପ୍ରାର୍ଥୀ ଚୟନର ସ୍ୱାଧୀନତା ଦେଇଥିଲେ ମଧ୍ୟ ବିଜେପିର ଅନ୍ୟ ଏକ ଗୋଷ୍ଠୀ ଏଥିରେ ଚାପ ପକାଇବାରେ ଲାଗିଛନ୍ତି ।

ଆଗରୁ ଆସନ ଲାଗି ତିନିଜଣ ଦାବିବାର ଥିବା ବେଳେ ଶଶାଙ୍କ କୁମାର ଜେନାଙ୍କ ନାମ ପ୍ରଥମେ ଥିବା ବେଳେ ଅଭିମନ୍ୟୁ ଗୋଚ୍ଛାୟତ ଓ ନାରୀନେତ୍ରୀ କଳ୍ପନା ମଲ୍ଲିକ ନାମ ମଧ୍ୟ ଚର୍ଚ୍ଚା ଜୋର୍ ଧରିଥିଲା । ତେବେ ଗଣେଶ୍ୱର ବେହେରା ଦଳ ବଦଳାଇବା ପରେ ବିଜେଡିରୁ ଆସିଥିବା ଅସନ୍ତୁଷ୍ଟ ପାର୍ଥୀ ବିଜେପିରେ ମିଶିବାର ବାଟ ଖୋଲିଥିଲା ସେମାନଙ୍କ ଭିତରେ ପୂର୍ବତନ ବିଧାୟକ କିଶୋର ତରାଇ , ସିପ୍ରା ମଲ୍ଲିକ, ଜିଲ୍ଲା ପରିଷଦର ସଭାନେତ୍ରୀ ଗୀତାଞ୍ଜଳି ସେଠୀ ଓ ରାଜେଶ ଦାସ ଥିଲେ ଏହା ଭିତରେ ସିପ୍ରା କଂଗ୍ରେସରେ ମିଶି ବିଧାନସଭାର ଟିକେଟ୍ ନେଇଥିବା ବେଳେ କିଶୋର ଏବେ ଦ୍ୱନ୍ଦରେ ଅଛନ୍ତି । ଯଦିବା କିଶୋର ବିଜେପିରେ ମିଶନ୍ତି ,ସେ କେନ୍ଦ୍ରାପଡା ବଦଳରେ ରାଜନଗରରେ ଲଢିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ।

ଗତ ୨୧ ତାରିଖରେ କେନ୍ଦ୍ରାପଡା ଜିଲ୍ଲା ପରିଷଦର ସଭାପତି ଗୀତୀଞ୍ଜଳି ସେଠୀ ବିଜେପିରେ ମିଶିବା ପରେ ଏହା କେନ୍ଦ୍ରାପଡା ବିଜେପିର ସମୀକରଣକୁ ବଦଳେଇ ଦେଇଛି । ସବୁଠାରୁ ବଡ କଥା ହେଇଛି ଗୀତାଞ୍ଜଳି ବିଜେପିରେ ମିଶିବା ବେଳେ ବୈଜନ୍ତଙ୍କ ଉପସ୍ଥିତିରେ ମିଶିନାହାନ୍ତି । ଏହା ବିଜେପିର ଅନ୍ୟ ଏକ ଗୋଷ୍ଠୀ ସହଯୋଗରେ ମିଶିଥିବା ବେଳେ ବୈଜନ୍ତଙ୍କୁ ଶେଷ ମୁହୂର୍ତ୍ତରେ ସୂଚନା ଦେଇଥିବା ବେଳେ ଏହି ମିଶ୍ରଣ ପର୍ବରେ ସେ ସାମିଲ୍ ହୋଇନଥିଲେ । ଗୀତାଞ୍ଜଳିକୁ ଆଣିଥିବା ଅନ୍ୟ ବିଜେପି ଗୋଷ୍ଠୀ ତାଙ୍କୁ କେନ୍ଦ୍ରାପଡାରେ ବିଧାନସଭା ଆସନରୁ ଟିକେଟ୍ ଦେବା ପାଇଁ ରାଜ୍ୟର ନେତୃମଣ୍ଡଳୀଙ୍କ ଜରିଆରେ ଚାପ ପକାଉଛି । ବୈଜୟନ୍ତକୁ ଅଡୁଆରେ ପକାଇବା ଲାଗି ଗୀତାଞ୍ଜଳିକୁ ଆଣିଥିବାର ଚର୍ଚ୍ଚା ହେଉଛି ।

ଏବେ କେନ୍ଦ୍ରାପଡାରେ ଦୁଇ ଦାବିଦାର ଶଶାଙ୍କ କୁମାର ଜେନା ଓ ଗୀତୀଞ୍ଜଳି ସେଠୀଙ୍କ ମଧ୍ୟରେ କାହାକୁ ବାଛିବେ ତାହା ବୈଜୟନ୍ତଙ୍କ ପାଇଁ ଏକ ବଡ ଚ୍ୟାଲେଞ୍ଜ୍ ସୃଷ୍ଟି ହୋଇଛି । ଶଶାଙ୍କଙ୍କୁ ଟିକେଟ ଦେଲେ ସମଗ୍ର ଲୋକସଭା କ୍ଷେତ୍ରରେ ସଂଘ ତରଫରୁ ସମର୍ଥନ ମିଳିବା ନେଇ ପ୍ରତିଶ୍ରୁତି ଦେଇଛି । ଏହା ନକଲେ ସଂଘ ଠାରୁ ଦୂରେଇବାର ମଧ୍ୟ ଭୟ ରହିଛି । ଅନ୍ୟ ପକ୍ଷରେ ଜିଲ୍ଲା ପରିଷଦ ସଭାନେତ୍ରୀ ଗୀତୀଞ୍ଜଳି ଶାସକ ଦଳରୁ ଛାଡି ବିଜେପିରେ ମିଶିବା ପରେ ଅନ୍ୟ ଗୋଷ୍ଠୀର ଏହାକୁ ଚାପ ପକାଉଛି । ଗୀତାଞ୍ଜଳିକୁ ଅଣଦେଖା କଲେ ସେମାନେ ମଧ୍ୟ ଅସହଯୋଗ କରିବାର ଭୟ ରହୁଛି । ତେବେ ସବୁର ଗୋଳିଆ ବୈଜନ୍ତଙ୍କୁ ଏକ ଅଡୁଆ ପରିସ୍ଥିତିକୁ ଟାଣି ନେଇଛି ।

Get real time updates directly on you device, subscribe now.