fbpx

ଭାରତର ଆଉ ଏକ ଶତ୍ରୁ ନିପାତ: ଆତଙ୍କବାଦୀ ହାଜୀ ଅକବର ଅଫରିଦୀକୁ ଗୁଳିକରି ହତ୍ୟା-ରିପୋର୍ଟ

ନୂଆଦିଲ୍ଲୀ: ଭାରତର ଆଉ ଏକ ଶତ୍ରୁକୁ ପାକିସ୍ତାନରେ ହତ୍ୟା କରାଯାଇଛି । ଲସ୍କର-ଏ-ଇସଲାମର ନେତା ହାଜୀ ଅକବର ଅଫରିଦୀକୁ କିଛି ଅଜ୍ଞାତ ବନ୍ଧୁକାରୀ ଗୁଳିକରି ହତ୍ୟା କରିଥିବା ଏକ ରିପୋର୍ଟରୁ ଜଣାପଡ଼ିଛି । ଖାଇବର ଜିଲ୍ଲାର ବାରା ଅଞ୍ଚଳରେ ହାଜୀକୁ ଗୁଳିମାଡ଼ କରାଯାଇଥିବା କିଛି ସୋସିଆଲ ମିଡ଼ିଆରେ ରିପୋର୍ଟରେ କୁହାଯାଇଛି । ପୂର୍ବରୁ ଭାରତର ଏକାଧିକ ଶତ୍ରୁଙ୍କୁ ପାକିସ୍ତାନରେ ହତ୍ୟା କରାଯାଇଥିବା ନେଇ ଖବର ସାମ୍ନାକୁ ଆସିଥିବା ବେଳେ ଏବେ ହାଜୀର ନାମ ସେହି ଲିଷ୍ଟରେ ଯୋଡ଼ି ହୋଇଯାଇଛି ।

ସୂଚନାଯୋଗ୍ୟ ଯେ, ଲସ୍କର-ଏ-ଇସଲାମ ନିଜର ଆତଙ୍କବାଦୀ କାର୍ଯ୍ୟକଳାପ ଓ ଉଗ୍ରବାଦୀ ବିଚାରଧାରା ପାଇଁ ବେଶ୍ ଜଣାଣୁଣା । ଏହି ସଂଗଠନ ବିଭିନ୍ନ ସମ୍ପ୍ରଦାୟକୁ ଧମକ ଦେବା ସହିତ ଭୟ ସୃଷ୍ଟି କରିଥାଏ । ପୂର୍ବରୁ ଏହି ସଂଗଠନ କଶ୍ମୀର ପଣ୍ଡିତଙ୍କୁ ଟାର୍ଗେଟ୍ କରିବା ସହିତ ସେମାନଙ୍କୁ କଶ୍ମୀର ଛାଡ଼ିବା ଓ ଗମ୍ଭୀର ପରିଣାମ ଭୋଗିବା ନେଇ ଧମକ ଦେଇଥିଲା । ୨୦୧୪ ମସିହା ଠାରୁ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ସହ ହାଜୀର ସମ୍ପର୍କ ରହିଆସିଥିଲା ।

Get real time updates directly on you device, subscribe now.