fbpx

ମଦ ପିଇବା ପରେ ଜଣେ ଭୋଟ ଦେବାକୁ ଯାଇପାରିବ କି? କେଉଁ ଅବସ୍ଥାରେ ହେବ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ:କାଲି ଅର୍ଥାତ୍ ଏପ୍ରିଲ ୨୬ରେ ଦେଶରେ ହେବାକୁ ଯାଉଛି ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ । ଏହି ପର୍ଯ୍ୟାୟରେ ୧୨ ରାଜ୍ୟ ଓ ୧ କେନ୍ଦ୍ର ଶାସିତ ପ୍ରଦେଶର ୮୮ ସିଟ୍‌ରେ ଭୋଟ ଗ୍ରହଣ ହେବ । ଦିଲ୍ଲୀ ଏନସିଆରକୁ ଲାଗି ରହିଥିବା ଗାଜିଆବାଦ, ଗୌତମବୁଦ୍ଧ ନଗର, ବୁଲନ୍ଦସହର, ଅମରୋହା, ମେରୁଟ, ବାଗପତ, ଅଲିଗଡ, ମଥୁରାରେ ମଧ୍ୟ ଶୁକ୍ରବାର ନିର୍ବାଚନ ହେବ । କାଲି ଭୋଟ ଗ୍ରହଣ ଥିବା ଦୃଷ୍ଟିରୁ ପ୍ରଶାସନ ସମସ୍ତ ପ୍ରକାର ମଦ ବିକ୍ରୀ ଉପରେ ପ୍ରତିବନ୍ଧ ଲଗାଇଛି । ଏପ୍ରିଲ ୨୬ରେ ପୁରା ଦିନ ଡ୍ରାଏ ଡେ’ ରହିବ । ତେବେ ଯଦି କୌଣସି ଭୋଟର ମଦ ପିଇ ଭୋଟଦାନ କେନ୍ଦ୍ରକୁ ଯିବ ତେବେ ତା’ ଉପରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯିବ ଏହି ପ୍ରଶ୍ନ ନିଶ୍ଚୟ ଆପଣଙ୍କ ମନରେ ଉଙ୍କି ମାରିବ ।

ଭୋଟ ଗ୍ରହଣ ଦିନ ଜିଲ୍ଲା ପ୍ରଶାସନ ପକ୍ଷରୁ ପୁରା ୪୮ ଘଣ୍ଟା ଅର୍ଥାତ୍ ୨୪ ଏପ୍ରିଲ ସନ୍ଧ୍ୟା ୬ରୁ ୨୬ ଏପ୍ରିଲ ମତଦାନ ସରିବା ପର୍ଯ୍ୟନ୍ତ ମଦ ବିକ୍ରୀ ଉପରେ ସଂପୂର୍ଣ୍ଣ ଭାବରେ ପ୍ରତିବନ୍ଧ ଲଗାଇ ଦିଆଯାଇଛି । ଏହି ପ୍ରତିବନ୍ଧ ସେହିସବୁ ସ୍ଥାନରେ ରହିବ ଯେଉଁଠାରେ କାଲି ନିର୍ବାଚନ ହେବ । ତେବେ ଏପରି ସ୍ଥିତିରେ ପ୍ରଶ୍ନ ଉଠୁଛି କି କେହି ବ୍ୟକ୍ତି ଭୋଟିଂ ଦିନ ନିଜ ଘରେ ବି ମଦ ପିଇପାରିବ କି ନା? ଯଦି ମଦ ପିଇ ଭୋଟ୍ ଦେବାକୁ ଯିବ ତେବେ ପୋଲିସ ତାଙ୍କ ଉପରେ କ’ଣ କାର୍ଯ୍ୟାନୁଷ୍ଠାନ ନେବ । ସେହି ବ୍ୟକ୍ତିଙ୍କୁ ଭୋଟ ଦେବାର ଅଧିକାର ମିଳିବ କି ନା?

ତେବେ ମଦ ପିଇବା ଅପରାଧ ନୁହେଁ । କିନ୍ତୁ ମଦ ପିଇ କାହାକୁ ଖରାପ ୍ ବ୍ୟବହାର କରିବା ହେଉଛି ଭୁଲ୍ । ପ୍ରାୟ ସମୟରେ ଲୋକମାନେ ମଦ ପିଇ ଗାଡି ଚଲାଇଥାନ୍ତି । ମୋଟର ଯାନ ଆଇନ ୧୯୮୮ ଧାରା ୧୮୫ ଜରିଆରେ ଏ କ୍ଷେତ୍ରରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥାଏ । ନିର୍ବାଚନ ସମୟରେ ଯଦି କେହି ମଦ ପିଇ ଏପରି କାର୍ଯ୍ୟ କରିବ ତେବେ ତାଙ୍କ ଉପରେ ଆଦର୍ଶ ଆଚରଣ ସଂହିତା ଉଲଙ୍ଘନ ସହିତ ଆଇପିସି ଆକ୍ଟ ଜରିଆରେ ମାମଲା ରୁଜୁ ହେବ ।
ଏଣୁ ଯଦି କେହି ବ୍ୟକ୍ତି ମଦ ପିଇ ପୋଲିଂ ଷ୍ଟେସନ ଭିତରେ କିମ୍ବା ଏହା ନିକଟରେ ଗଣ୍ଡଗୋଳ, କୌଣସି ଦଳର ଜୟକାର, କିମ୍ବା କୌଣସି ଭୋଟରଙ୍କୁ ସମସ୍ୟାରେ ପକାନ୍ତି ତେବେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବ । ଜନ ପ୍ରତିନିଧି ଅଧିନିୟମ ୧୯୫୧ ଧାରା ୧୩୧ ରେ ପ୍ରିଜାଇଡିଂ ଅଫିସରଙ୍କ ପାଖରେ ଏହି ଅଧିକାର ରହିଛି କି ସେ ସେହି ବ୍ୟକ୍ତିଙ୍କ ଉପରେ ମାମଲା ରୁଜୁ କରି ଜେଲ୍ ପଠାଇ ଦେଇପାରିବେ । ପୋଲିଂ ବୁଥ୍‌ରେ ଥିବା ପୋଲିସ ଅଧିକାରୀ ବି ଆଇପିସି ଜରିଆରେ ମାମଲା ରୁଜୁ କରିପାରିବେ ।

Get real time updates directly on you device, subscribe now.