fbpx

ଜ୍ଞାନବ୍ୟାପୀ ମାମଲାରେ ଶୁଣାଣି କରିବାକୁ ଥିବା ଜଜଙ୍କୁ ମିଳିଲା ଜୀବନରୁ ମାରିଦେବା ଧମକ, ବିଦେଶରୁ ଆସୁଛି କଲ୍!

ନୂଆଦିଲ୍ଲୀ: ବାରଣାସୀର ଜ୍ଞାନବ୍ୟାପୀ ମାମଲାକୁ ନେଇ ଐତିହାସିକ ରାୟ ଦେବାକୁ ଥିବା ସିଭିଲ ଜଜ ରବି ଦିବାକରଙ୍କୁ ଜୀବନରୁ ମାରିଦେବାର ଧମକ ମିଳିଛି । ଜଜ ରବି ଦିବାକରଙ୍କ ଅଭିଯୋଗ ରହିଛି ଯେ, ତାଙ୍କୁ ଇଣ୍ଟରନାସନାଲ ନମ୍ବରରୁ ଜୀବନରୁ ମାରିଦେବା ଧମକ ମିଳୁଛି । ଏହି ବିଷୟରେ ଜଜ ପୋଲିସକୁ ମଧ୍ୟ ସୂଚନା ଦେଇଛନ୍ତି, ସେ କହିଛନ୍ତି ଯେ, ଅନ୍ତର୍ଜାତୀୟ ନମ୍ବରରୁ ତାଙ୍କ ଫୋନ ଆସୁଛି ଏବଂ ତାଙ୍କୁ ଜୀବନରୁ ମାରିବା ଧମକ ମଧ୍ୟ ମିଳୁଛି । ସେ ଏହି ଧମକ ଗୁଡ଼ିକୁ ତଦନ୍ତ କରିବା ଲାଗି କହିଛନ୍ତି ।

ରିପୋର୍ଟ ମୁତାବକ ଧମକ ମିଳିବା ପରେ ଜଜ ରବି ଦିବାକର ଏସଏସପି ସୁଶୀଲ ଚନ୍ଦ୍ରଭାନ ଘୁଲେଙ୍କୁ ଏକ ଚିଠି ଲେଖାଯାଇ କୁହାଯାଇଛି ଯେ, ତାଙ୍କୁ ଅନ୍ତର୍ଜାତୀୟ ନମ୍ବରରୁ ଧମକପୂର୍ଣ୍ଣ କଲ ଆସୁଛି । ଏହା ପୂର୍ବରୁ ଜ୍ଞାନବ୍ୟାପୀ ଶୁଣାଣି ପରେ ଆହ୍ଲାବାଦ ହାଇକୋର୍ଟ ଜଜ ଏବଂ ତାଙ୍କ ପରିବାର ପାଇଁ ୱାଇ-ଶେଣ୍ରୀର ସୁରକ୍ଷା ପାଇଁ ମଞ୍ଜୁରୀ ଦେଇଥିଲେ । ଏହାପରେ ଏହାକୁ ହ୍ରାସ କରି ଏକ୍ସ-ଶ୍ରେଣୀ କରାଯାଇଥିଲା । ରବି ଦିବାକରଙ୍କ ଜଣେ ପାଖ ଲୋକ କହିଛନ୍ତି ଯେ, ବର୍ତ୍ତମାନ ତାଙ୍କ ସୁରକ୍ଷାରେ ଦୁଇଜଣ ସୁରକ୍ଷାକର୍ମୀ ଅଛନ୍ତି । ଏହି ସୁରକ୍ଷାକର୍ମୀଙ୍କ ପାଖରେ ଆଧୁନିକ ଅସ୍ତ୍ର ସହ ଲଢେଇ କରିବା ପାଇଁ ଅସ୍ତ୍ରଶସ୍ତ୍ର କମ ରହିଛି ।

Get real time updates directly on you device, subscribe now.