ହାଇକୋର୍ଟଙ୍କ ରାୟ, ଦୁଷ୍କର୍ମ ପୀଡ଼ିତାଙ୍କୁ ବିବାହ କରିବେ ବଳାତ୍କାର କରିଥିବା ଅଭିଯୁକ୍ତ
ବିବାହ ପାଇଁ ରାଜି ହେବାରୁ ଦୁଷ୍କର୍ମ ଅଭିଯୁକ୍ତକୁ ଜାମିନ।
ନିଆଳି: କୋର୍ଟଙ୍କ ରାୟ ଦୁଷ୍କର୍ମ ପୀଡ଼ିତାଙ୍କି ବିବାହ କରିବେ ଦୁଷ୍କର୍ମ କରିଥିବା ଅଭିଯୁକ୍ତ। ଯାହାଙ୍କର ସର୍ବନାଶ କରିଥିଲେ, ତାଙ୍କୁ ନିଜର ଜୀବନ ସାଥୀ କରିବେ। ନହେଲେ କଡ଼ା ଶାସ୍ତି ମିଳିବ। ଆଉ କୋର୍ଟଙ୍କ ରାୟରେ ସହମତି ପ୍ରକାଶ କରିବା ପରେ ଅଭିଯୁକ୍ତକୁ ମିଳିଲା ଜାମିନ।
ହଁ ଘଟଣାଟି ହେଉଛି ନିଆଳିର। ୨୦୨୩ ମସିହାରେ ନିଆଳି ଅଞ୍ଚଳରେ ଏକ ଦୁଷ୍କର୍ମ ହୋଇଥିଲା। ଅବଶ୍ୟ ଦୁଷ୍କର୍ମ ଅଭିଯୁକ୍ତକୁ ପୋଲିସ ଗିରଫ କରିଥିଲା। ହେଲେ ଅଭିଯୁକ୍ତର କେସ୍ କୋର୍ଟରେ ଚାଲିଥିଲା। ଆଉ ଏହି କେସର ବିଚାର କରିବାକୁ ଯାଇ ହାଇକୋର୍ଟ ଶୁଣାଇଛନ୍ତି ଗୁରୁତ୍ୱପୂର୍ଣ୍ଣ ରାୟ।
କୋର୍ଟଙ୍କ ନିର୍ଦ୍ଦେଶ ଯଦି ଦୁଷ୍କର୍ମ ଅଭିଯୁକ୍ତ ବଳାତ୍କାର କରିଥିବା ପୀଡିତାଙ୍କୁ ବିବାହ କରନ୍ତି, ତେବେ ଯାଇ ତାଙ୍କୁ ଜାମିନ ମିଳିବ। ଆଉ ହାଇକୋର୍ଟଙ୍କ ଏହି ନିଷ୍ପତ୍ତିକୁ ମାନିନେଇଥିଲା ଅଭିଯୁକ୍ତ। ଆଉ ଦୁଷ୍କର୍ମ କରିଥିବା ପୀଡ଼ିତାଙ୍କୁ ବିବାହ କରିବାକୁ ରାଜି ହୋଇଥିଲା।
ପରେ କୋର୍ଟ ଅଭିଯୁକ୍ତକୁ ଅନ୍ତରୀଣ ଜାମିନ ପ୍ରଦାନ କଲେ। ଏହାସହ ମାସକ ମଧ୍ୟରେ ପୀଡ଼ିତାଙ୍କୁ ବିବାହ କରିବାକୁ ନିର୍ଦ୍ଦେଶ ଦେଲେ। ବିବାବ ପରେ ପୁଣି ଆସି କୋର୍ଟରେ ହାଜର ହେବେ ଅଭିଯୁକ୍ତ। ଗିରଫ ଅଭିଯୁକ୍ତ ଜଣକ ଏବେ ଚୌଦାର ଜେଲରେ ଥିବା ଜଣାପଡିଛି।