fbpx

ମେଡାଲ ଫେରାଇବାକୁ ଯାଇଥିଲେ ପିଏମ ଆବାସ: ପଦ୍ମଶ୍ରୀକୁ ଫୁଟପାଥରେ ରଖି ଫେରିଲେ ବଜରଙ୍ଗ ପୁନିଆ

Advertisement

ନୂଆଦିଲ୍ଲୀ: ସଂଜୟ ସିଂ ଅଧ୍ୟକ୍ଷ ହେବା କାରଣରୁ ବଜରଙ୍ଗ ପୁନିଆ, ସାକ୍ଷୀ ମଲିକ ଏବଂ ବିନେଶ ଫୋଗଟଙ୍କ ପରି ଅନେକ ରେସଲର କ୍ଷୋଭ ପ୍ରକାଶ କରିଛନ୍ତି । ତେବେ ଏହା ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରି ବଜରଙ୍ଗ ପୁନିଆ ନିଜର ‘ପଦ୍ମଶ୍ରୀ’ ପୁରସ୍କାରକୁ ଫେରାଇବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ ଏହି ପଦ୍ମଶ୍ରୀ ପୁରସ୍କାରକୁ ଫେରାଇବାକୁ ଯାଇଥିବା ବେଳେ ବଜରଙ୍ଗ ଏହାକୁ ଫୁଟପାଥରେ ଛାଡ଼ି ଆସିଥିବା ଖବର ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି ।

ଭାରତୀୟ କୁସ୍ତି ମହାସଂଘର ନିର୍ବାଚନରେ ବ୍ରିଜଭୂଷଣ ସିଂଙ୍କ ନିକଟତମ ସଂଜୟ ସିଂ ଅଧ୍ୟକ୍ଷ ହେବ ବିରୋଧରେ ବଜରଙ୍ଗ ପୁନିଆ ପଦ୍ମଶ୍ରୀ ଫେରାଇବାର ନିଷ୍ପତ୍ତି ନେଇଥିଲେ । ତେବେ ସେ ଆଜି ପ୍ରଧାନମନ୍ତ୍ରୀଙ୍କ ଆବାସକୁ ଏହାକୁ ଫେରାଇବାକୁ ଯାଇ ପୁରସ୍କାରକୁ ରାସ୍ତା ଉପରେ ରଖି ଚାଲିଆସିଥିଲେ ।

ତେବେ ଏହି ରେସଲରମାନେ ଅନେକ ଦିନ ହେବ ବ୍ରିଜ ଭୂଷଣଙ୍କ ବିରୁଦ୍ଧରେ ବିରୋଧାଭାବ ପ୍ରଦର୍ଶନ କରିଆସୁଥିଲେ । ଏପରିକି ବ୍ରିଜଭୂଷଣଙ୍କୁ ରେସଲିଙ୍ଗ ଫେଡେରେଶନ ଅଫ ଇଣ୍ଡିଆର ଅଧ୍ୟକ୍ଷ ପଦବୀରୁ ବାହାର କରି ଏହି ପଦକୁ କୌଣସି ମହିଳାଙ୍କୁ ଦିଆଯାଉ ବୋଲି ସେମାନଙ୍କର ଦାବି ଥିଲା ।

ତେବେ ଏହା ପୂର୍ବରୁ ବଜରଙ୍ଗ ନିଜର ଟ୍ୱିଟର ହ୍ୟାଣ୍ଡେଲରେ ପୋଷ୍ଟ କରି ଜଣାଇଥିଲେ । ଏହା ପରେ ସେ ପ୍ରଧାନମନ୍ତ୍ରୀଙ୍କୁ ଏ ନେଇ ଏକ ଚିଠି ମଧ୍ୟ ଲେଖିଥିଲେ । ଏହି ଚିଠିରେ ସେ ନିଜର ପଦ୍ମଶ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଫେରାଉଥିବା କହିଥିଲେ ।

Get real time updates directly on you device, subscribe now.