fbpx

ମମିତା କେସ୍: ଆସନ୍ତାକାଲି ବଲାଙ୍ଗିର ବନ୍ଦ

ବଲାଙ୍ଗିର(ଓଡ଼ିଶା ଭାସ୍କର): କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟତ୍ରୀ ମମିତା ମେହେରଙ୍କ ହତ୍ୟାକୁ ନେଇ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି । ଘଟଣାକୁ ନେଇ ବିଜେପି ପକ୍ଷରୁ ଆସନ୍ତାକାଲି ବଲାଙ୍ଗିର ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି । ବିଜେପି ପକ୍ଷରୁ ୧୨ ଘଣ୍ଟିଆ ବଲାଙ୍ଗିର ଜିଲ୍ଲା ବନ୍ଦ ଡାକରା ଦିଆଯାଉଛି । ମହାଲିଙ୍ଗ ମିଷ୍ଟ୍ରି ଘଟଣାକୁ ନେଇ ବିଜେପି ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି ।

ଅନ୍ୟପଟେ ମମିତା କେସରେ ନବୀନ ନିବାସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛି ବିଜେପି । ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ନବୀନ ନିବାସ ଆଗରେ ବିକ୍ଷୋଭ ପ୍ରକାଶ ହୋଇଛିି । ହାତରେ ଚୁଡି ଓ କଳା ପଟି ଧରି ନବୀନ ନିବାସ ଭିତରକୁ ଧସେଇ ହୋଇ ପଶିବାକୁ ବିଜେପି କର୍ମୀ ଉଦ୍ୟମ କରିଛନ୍ତି । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ବିକ୍ଷୋଭ ପ୍ରଦର୍ଶନ ଜାରି ହୋଇଛି ।

Get real time updates directly on you device, subscribe now.