fbpx

ମମିତା ମେହେରଙ୍କୁ କାହିଁକି ମାରିଥିଲା ଗୋବିନ୍ଦ? ଜାଣନ୍ତୁ କ’ଣ କହିଲେ ଡିଆଇଜି

ବଲାଙ୍ଗିର(ଓଡ଼ିଶା ଭାସ୍କର): କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟତ୍ରୀ ମମିତା ମେହେରଙ୍କ ହତ୍ୟାକୁ ନେଇ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି । ଘଟଣାକୁ ନେଇ ବଲାଙ୍ଗିର ପୋଲିସ ପକ୍ଷରୁ ଆୟୋଜିତ ହୋଇଛି ଏକ ସାମ୍ବାଦିକ ସମ୍ମିଳନୀ, ଯେଉଁଥିରେ ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର ମମିତା ମୃତ୍ୟୁ ବିଷୟରେ ସବିଶେଷ ବିବରଣୀ ଦେଇଛନ୍ତି ।

ଡିଆଇଜିଙ୍କ କହିବା ମୁତାବକ, ‘ଗୋବିନ୍ଦ ସାହୁ ମମିତାଙ୍କୁ ନିଜ କାରରେ ନେଇଥିଲେ । ଭବାନୀପାଟଣା ଯାଇ ଆମେ ସିସିଟିଭି ଯାଞ୍ଚ କରିଥିଲୁ । ପ୍ରିପ୍ଲାନ କରି ମମିତାଙ୍କୁ ମାରିଛନ୍ତି ଗୋବିନ୍ଦ ସାହୁ । ଗୋବିନ୍ଦଙ୍କ ଏକ୍ସଟ୍ରା ମାରିଟାଲ ଅଫେୟାର ବିଷୟରେ ଜାଣିଥିଲେ ମମିତା ମେହେର । ଏହି କଥାରେ ମୁହଁ ବନ୍ଦ କରିବାକୁ ମମିତାକୁ ଧମକ ଦେଇଥିଲା ଗୋବିନ୍ଦ । ଏନେଇ ମମିତାଙ୍କୁ ମାରିବା ପରେ ନିଜ ଗାଡ଼ିରେ ନେଇଯାଇଥିଲା ଗୋବିନ୍ଦ । ମମିତାଙ୍କ ମାରିବାର ପରଦିନ ମୃତଦେହକୁ ପୋଡ଼ାଯାଇଥିଲା । ଅଭିଯୁକ୍ତଙ୍କ ସହ ଆଉ କେତେଜଣଙ୍କର ଏହି ମାମଲାରେ ସମ୍ପୃକ୍ତି ରହିଛି, ସେନେଇ ତଦନ୍ତ ଚାଲିଛି । ଅଭିଯୁକ୍ତଙ୍କ କାରରୁ କିଛି ଆପତ୍ତି ଜନକ ସାମଗ୍ରୀ ମିଳିଛି ।’

ତେବେ ଗୋବିନ୍ଦଙ୍କ ଏକ୍ସଟ୍ରା ମାରିଟାଲ ଅଫେୟାର ବିଷୟରେ ମୁହଁ ବନ୍ଦ କରିବାକୁ ମମିତାଙ୍କୁ ହତ୍ୟା କରାଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି । ଗୋବିନ୍ଦଙ୍କ ପରକୀୟା ସମ୍ପର୍କ ବିଷୟରେ ମମିତା ଜାଣିଦେଇଥିଲେ । ଏହାକୁ ପ୍ରଘଟ କରିବା ନେଇ ମମିତା ତାଙ୍କୁ ଧମକ ଦେଇଥିବା ସୂଚନା ମିଳିଛି । ଏହି ଘଟଣାକୁ ନେଇ ମମିତାଙ୍କୁ ହତ୍ୟା ଯୋଜନା କରିଥିଲା ଗୋବିନ୍ଦ । ହତ୍ୟା ପରେ ପୂର୍ବରୁ ପ୍ରସ୍ତୁତ ଗାତରେ ପକାଇ ମମିତାଙ୍କୁ ପୋଡ଼ି ଦେଇଥିଲା । କାର୍ଡବୋର୍ଡ, ଟାୟାର ଆଦି ପକାଇ ମୃତଦେହକୁ ଜାଳି ଦେଇଥିଲା । ଘଟଣା ପରଦିନ ସକାଳେ ଉକ୍ତ ଗାତଟିକୁ ଗୋବିନ୍ଦ ପୋତି ଦେଇଥିଲା ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.