fbpx

୪୩୦ କୋଟି ଟଙ୍କା ବ୍ୟୟରେ କରାଯିବ ବଲାଙ୍ଗିର ଟାଉନ୍‍ ବାଇପାସ୍‍ ରାସ୍ତା ନିର୍ମାଣ : ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ୍‍ ଗଡକରୀ ଆଜି ୪୩୦ କୋଟି ଟଙ୍କା ବ୍ୟୟରେ ବଲାଙ୍ଗିର ଟାଉନ୍‍ ବାଇପାସ୍‍ ନିର୍ମାଣ କାର୍ଯ୍ୟର ଶିଳାନ୍ୟାସ ଭିଡିଓ କନ୍‍ଫରେନ୍ସିଂ ଜରିଆରେ କରିଛନ୍ତି । ୧୨ କିଲୋମିଟର ଲମ୍ବା ବାଇପାସ୍‍ ରାସ୍ତା ନିର୍ମାଣ ହେଲେ ସହରରେ ଭିଡ କମିବା ସହିତ ଲୋକମାନଙ୍କ ଜୀବନଯାତ୍ରା ସୁଗମ ହୋଇପାରିବ । ଜାତୀୟ ରାଜପଥ-୫୭ରୁ କେସିଙ୍ଗା ଓ ବରଗଡ଼କୁ ଗମନାଗମନ ସୁବିଧା ହୋଇପାରିବ ।

ଆଜିର ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ସାଂସଦ ସଂଗୀତା କୁମାରୀ ସିଂଦେଓ, ନିରଞ୍ଜନ ବିଶି, ରାଜ୍ୟ ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ କୁମାର ମଲ୍ଲିକ୍‍, ବିଧାୟକ ନରସିଂହ ମିଶ୍ର ଏବଂ ମୁକେଶ ମହାଲିଙ୍ଗ ଉପସ୍ଥିତ ଥିଲେ । କେନ୍ଦ୍ର ସରକାର ଗମନାଗମନ କ୍ଷେତ୍ରରେ ବିକାଶ, ଉତ୍ତମ ସୁରକ୍ଷା ଏବଂ ସମସ୍ତଙ୍କର ସମୃଦ୍ଧି ସୁନିଶ୍ଚିତ କରିବା ପାଇଁ ଭିତ୍ତିଭୂମି ନିର୍ମାଣ କରୁଛନ୍ତି ।

Get real time updates directly on you device, subscribe now.