fbpx

ବାଲେଶ୍ବର ହିଂସା : ଆଉ ୪୮ ଘଣ୍ଟା ପାଇଁ ସୋସିଆଲ ମିଡିଆ ବ୍ୟାନ୍

ବାଲେଶ୍ବର : ବାଲେଶ୍ବର ସହରରେ ଆଉ ୪୮ ଘଣ୍ଟା ପାଇଁ ବଢ଼ିଲା ସୋସିଆଲ ମିଡିଆ ବ୍ୟାନ୍ । ହ୍ବାଟସ ଆପ୍, ଫେସବୁକ୍, ଏକ୍ସ, ଇନଷ୍ଟାଗ୍ରାମ, ସ୍ନାପ୍ ଚାଟ୍ ଏବଂ ଅନ୍ୟ ସୋସିଆଲ ମିଡିଆ ସେବା ଉପରେ ୨୨ ତାରିଖ ସକାଳ ୧୦ଟା ପର୍ଯ୍ୟନ୍ତ କଟକଣା ବଢ଼ାଯାଇଛି । ସେହିପରି ମୋବାଇଲ ଇଣ୍ଟରନେଟ୍, ଡାଟା ସେବା, ବ୍ରଡ୍ ବ୍ୟାଣ୍ଡ ଉପରେ କଟକଣାକୁ ବି ଆଉ ୪୮ ଘଣ୍ଟା ପାଇଁ ବଢ଼ାଯାଇଛି ।

ତେବେ ଜରୁରୀ ସେବା ପାଇଁ ବାଲେଶ୍ବର ପୌରପାଳିକା ଅଞ୍ଚଳରେ ଇଣ୍ଟରନେଟ ଲିଜ ଲାଇନ ଖୋଲା ରହିବ। ଗୋଷ୍ଠୀ ସଂଘର୍ଷ ଘଟଣା ପରେ ଧୀରେ ଧୀରେ ବାଲେଶ୍ବର ସ୍ଥିତି ସୁଧୁରୁଛି ।

ଗତକାଲି ଉଚ୍ଚସ୍ତରୀୟ ବୈଠକରେ ସ୍ଥିତି ସମୀକ୍ଷା ପରେ ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଅବଧି ବଢ଼ାଇ ଦିଆଯାଇଛି । ତେବେ ଆଜି ସକାଳ ୭ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ କର୍ଫ୍ଯୁ ସାମାନ୍ୟ କୋହଳ କରାଜିଥିଲା । ୪ ଘଣ୍ଟା କୋହଳ ହୋଇଥିଲା କର୍ଫ୍ୟୁ। ସାଧାକଣ ଲୋକ ଜରୁରୀ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କିଣିଥିଲେ। ଜରୁରୀ କାଳୀନ ସେବା ପାଇଁ ବାଣିଜ୍ୟିକ ପ୍ରତିଷ୍ଠାନ ଖୋଲା ରହିଛି । ପରେ ପୁଣି କଟକଲା ଲାଗୁ ହୋଇଛି। ଏପଟେ ଗୋଷ୍ଠୀ ସଂଘର୍ଷ ପରେ ଗିରଫଙ୍କ ସଂଖ୍ୟା ୪୫କୁ ବୃଦ୍ଧି ପାଇଛି।

ତେବେ ନାଳରେ ପ୍ରବାହିତ ଲାଲ୍‌ ରଙ୍ଗର ପାଣିକୁ ନେଇ ସୋମବାର ସକାଳ ୧୦ଟା ବେଳେ ଘଟିଥିବା ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଓ ଢେଲାପଥର ମାଡ଼ ପରେ ବାଲେଶ୍ୱର ସହରରେ ଶାନ୍ତିଶୃଙ୍ଖଳା ରକ୍ଷା ଲାଗି ପୋଲିସ ୧୪୪ଧାରା ଜାରି କରିଥିଲା। ରାତି ପ୍ରାୟ ୧୧ଟା ବେଳେ ଟାଉନ ଥାନାକୁ ଉଭୟ ଗୋଷ୍ଠୀ ଲିଖିତ ଅଭିଯୋଗ ଦେବାକୁ ଯାଇଥିଲେ। ସେଠାରେ ଉଭୟ ଗୋଷ୍ଠୀ ମଧ୍ୟରେ କଥା କଟାକଟି ହେବା ପରେ ପରସ୍ପରକୁ ଆକ୍ରମଣ ପ୍ରତି ଆକ୍ରମଣ କରିଥିଲେ। ପୋଲିସର ହସ୍ତକ୍ଷେପ ପରେ ଉଭୟ ଗୋଷ୍ଠୀ ଥାନାରୁ ପଳାଇ ଆସିଥିଲେ। ମଧ୍ୟରାତ୍ରରେ ସୋଏଲପୁରସ୍ଥିତ ମସ୍‌ଜିଦ୍‌ ଓ ପାତ୍ରପଡାସ୍ଥିତ ମସ୍‌ଜିଦ୍‌ରେ ଗୋଟିଏ ଗୋଷ୍ଠୀ ପଶି ଭଙ୍ଗାରୁଜା କରିଥିଲେ। ଉକ୍ତ ଗଣ୍ଡଗୋଳକୁ ନେଇ ଟାଉନ ଥାନାରେ ୧୫ରୁ ଊର୍ଦ୍ଧ୍ୱ ମାମଲା ରୁଜୁ ହୋଇଛି। ୧୪୪ଜଣ ଲୋକଙ୍କୁ ଅଟକ ରଖାଯାଇ ତଦନ୍ତ କରାଯାଉଛି। ଏହି ଘଟଣା ପରେ ବିଳମ୍ବିତ ରାତିରେ ବାଲେଶ୍ୱର ଟାଉନ ଥାନାରେ ଏସ୍‌ପି ସାଗରିକା ନାଥ ଓ ଜିଲାପାଳ ଆଶିଷ ଠାକ୍‌ରେ ଏକ ଜରୁରୀ ବୈଠକ ଡାକି ସ୍ଥିତି ସମୀକ୍ଷା କରିଥିଲେ। ଏହାପରେ କର୍ଫ୍ୟୁ ଜାରି କରାଯାଇଥିଲା।

Get real time updates directly on you device, subscribe now.