fbpx

ବ୍ୟାନ ହେଲା ଭିକ ମାଗିବା: ଜାଣନ୍ତୁ କେଉଁ ସହରରେ ଲାଗୁ ହେଲା ଏହି ନିୟମ

ନୂଆଦିଲ୍ଲୀ: ଭିକ ମାଗିବା ଉପରେ ସରକାର ଅନେକ ସ୍ଥାନରେ ରୋକ ଲଗାଇଛନ୍ତି । କିନ୍ତୁ କିଛି ଲୋକ ଏହାକୁ ନ ମାନି ଅଧିକାଂଶ ସମୟରେ ଭିକ ମାଗିବା ଭଳି ନିନ୍ଦନୀୟ କାର୍ଯ୍ୟ କରୁଥିବାର ଦେଖିବାକୁ ମିଳେ । ତେବେ ଏହି ଭିକ ମାଗିବାକୁ ବନ୍ଦ କରିବା ପାଇଁ ଏକ ସହରରେ ଦୃଢ ପଦକ୍ଷେପ ନିଆଯାଇଛି । ତେବେ ଆସନ୍ତୁ ଜାଣିବା କେଉଁ ସହରରେ ନିଆଯାଇଛି ଏହି ନିଷ୍ପତ୍ତି ।

ଉତ୍ତରାଖଣ୍ଡର ରାଜଧାନୀ ଦେହରାଦୁନରେ ଭିକ୍ଷାବୃତ୍ତି ଉପରେ ଲଗାଯାଇଛି ବ୍ୟାନ । ଦେହରାଦୁନର ଜିଲ୍ଲା ଅଧିକାରୀ ଆର ରାଜେଶ କୁମାର ଏହି ବୃତ୍ତି ଉପରେ ରୋକ ଲଗାଇବା ନେଇ ନିର୍ଦ୍ଦେଶ ଦେଇଥିବା ଜଣା ପଡ଼ିଛି । ରିଷିକେଶ ଏବଂ ଦେହରାଦୁନର ଅଧିକାରୀମାନଙ୍କ ସହ ଭିକ୍ଷାବୃତ୍ତିକୁ ବନ୍ଦ କରିବା ନେଇ ଏକ ବୈଠକରେ ଯୋଗ ଦେଇଥିଲେ ଆର. ରାଜେଶ କୁମାର । ଏହି ବୈଠକରେ ଦେହେରାଦୁନର ଜିଲ୍ଲା ଅଧିକାରୀ ଭିକ୍ଷାବୃତ୍ତି ଉପରେ ରୋକ ଲଗାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଭିକ୍ଷାବୃତ୍ତି ହେଉଛି ସମାଜ ପାଇଁ କଳଙ୍କ ତେଣୁ ଯେଉଁଠାରେ ଭିକାରୀ ଭିକ ମାଗୁଥିବାର ଦେଖାଯାଏ ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଘୋଷଣା ହୋଇଛି । ସାର୍ବଜନିକ ସ୍ଥାନ ମାନଙ୍କରେ ଭିକ ମାଗିବା କାନୁନ ଅନୁସାରେ ଅପରାଧ ହୋଇଥିବାରୁ ଜିଲ୍ଲା ଅଧିକାରୀ ଏହା ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉଛି । ଏହା ସହିତ ଭିକ ମାଗୁଥିବା ବ୍ୟକ୍ତିଙ୍କ ଉପରେ ନଜର ରଖିବା ପାଇଁ ଜିଲ୍ଲାସ୍ତରରେ ଏକ ଟାସ୍କ ଫୋର୍ସ ମଧ୍ୟ ଗଠନ କରାଯାଇଛି ।

ନିକଟରେ ହୋଇଥିବା ଏକ ସର୍ଭେ ଅନୁସାରେ ଲାକ୍ଷାଦ୍ୱୀପରେ ସବୁଠାରୁ କମ ସଂଖ୍ୟକ ଭିକାରୀ ରହିଥିବା ଜାଣିବାକୁ ମିଳିଛି । ମାତ୍ର ୨ ଜଣ ଭିକାରୀ ଲାକ୍ଷାଦ୍ୱୀପରେ ରହିଥିବା ରିପୋର୍ଟରୁ ପ୍ରକାଶ ପାଇଛି । ସେହିପରି ପଶ୍ଚିମବଙ୍ଗରେ ସବୁଠାରୁ ଅଧିକ ୮୧ହଜାର ୨୪୪ଜଣ ଭିକାରୀ ରହିଥିବା ପ୍ରକାଶ ପାଇଛି । ଦ୍ୱିତୀୟ ସ୍ଥାନରେ ଉତ୍ତର ପ୍ରଦେଶ ରହିଥିବା ବେଳେ ଏଠାକାର ଭିକାରୀମାନଙ୍କ ସଂଖ୍ୟା ୬୫ହଜାର ୮୩୮ ରହିଛି । ସେହିପରି ଉତ୍ତରାଖଣ୍ଡରେ ୩ହଜାର ୩୨୦ ଜଣ ଭିକାରୀ ରହିଥିବା ଜଣା ପଡ଼ିଛି ।

Get real time updates directly on you device, subscribe now.