fbpx

କମ୍ପିଲା ବିଧାନସଭାର ସମ୍ମୁଖ ରାସ୍ତା: କୋଶଳ ରାଜ୍ୟ ଦାବି କରୁଛି ପଶ୍ଚିମ ଓଡିଶା

ଭୁବନେଶ୍ୱର: ବିଧାନସଭା ଆଗରେ କମ୍ପୁଛି ପଶ୍ଚିମ ଓଡିଶା । କୋଶଳ ରାଜ୍ୟ ଗଢିବାକୁ ଦାବି କରିବା ସହ ବିଧାନସଭା ସମ୍ମୁଖରେ ହେଉଛି ଜୋରଦାର ବିକ୍ଷୋଭ । ଲଘୁଚାପ ବର୍ଷାରେ ବି ଆଜି ତାତି ଉଠିଛି ପଶ୍ଚିମ ଓଡିଶାର ଅନେକ ସଂଗଠନ । ବ୍ୟାରିକେଡକୁ ଭାଙ୍ଗି ବିଧାନସଭା ଭିତରକୁ ମଧ୍ୟ ପଶିବା ପାଇଁ ଉଦ୍ୟମ କରିଛନ୍ତି ବିକ୍ଷୋଭକାରୀ । ଫଳରେ ବିଧାନସଭା ସାମନାରେ ଉତ୍ତେଜନା ଦେଖାଯାଇଛି । ଘଟଣାସ୍ଥଳରେ ପୋଲିସ ଆନ୍ଦୋଳନକାରୀଙ୍କୁ ନିୟନ୍ତ୍ରଣ କରିବାକୁ ଚେଷ୍ଟ କରୁଛି ।

ପଶ୍ଚିମ ଓଡିଶାକୁ କୋଶଳ ରାଜ୍ୟ ବନାଇବା ପାଇଁ ବିଧାନସଭା ଆଗରେ ଦାବି ଜୋର ଧରିଛି । ଏହି ଆନ୍ଦୋଳନରେ ପଶ୍ଚିମ ଓଡିଶାର ବିଭିନ୍ନ ସଂଗଠନ ସାମିଲ ହୋଇ ବିକ୍ଷୋଭ କରୁଥିବା ଦେଖିବାକୁ ମିଳିଛି । ପାରମ୍ପରିକ ନୃତ୍ୟବାଦ୍ୟ ସହିତ ଭାଲା ଫାର୍ସା ଏବଂ ଧନୁତୀର ସହ ବିକ୍ଷୋଭ କରୁଛନ୍ତି ଏଠାକାର ବାସିନ୍ଦା । ତେବେ ବିକ୍ଷୋଭକାରୀଙ୍କୁ ନିୟନ୍ତ୍ରଣ କରିବାରେ ପୋଲିସକୁ ନାକେଦମ ହେବାକୁ ପଡିଛି । ବ୍ୟାରିକେଡ ଭାଙ୍ଗି ବିଧାନସଭା ଭିତରକୁ ପଶିବା ପାଇଁ ଉଦ୍ୟମ କରୁଛନ୍ତି ଆନ୍ଦୋଳନକାରୀ ।

ବିଧାନସଭା ସମ୍ମୁଖରେ ନିୟୋଜିତ ହୋଇତିବା ପୋଲିସକର୍ମୀ ବିକ୍ଷୋଭକାରୀଙ୍କୁ ଅଟକାଇବା ପାଇଁ ଚେଷ୍ଟା ଜାରି ରଖିଛନ୍ତି । ଫଳରେ ପୋଲିସ ସହ ଧସ୍ତାଧସ୍ତି ଭଳି ପରିସ୍ଥିତି ଉପୁଜିଛି । ମା’ ମାଟିର ଲଢେଇ ଲାଗି ଆସିଥିବା କହିଛନ୍ତି ଆନ୍ଦୋଳଳନକାରୀ । ତେବେ ଏହି ପ୍ରଶ୍ନର ଉତ୍ତର ସେ ନବୀନ ପଟ୍ଟନାୟକଙ୍କୁ ମାଗିବା ସହ ତାଙ୍କଠାରୁ ଉତ୍ତର ଚାହିଁଛନ୍ତି ବିକ୍ଷୋଭକାରୀ ।

Get real time updates directly on you device, subscribe now.