ନୂଆଦିଲ୍ଲୀ: ଦେବଭୂମି ଉତ୍ତରାଖଣ୍ଡରେ ଚାରି ଧାମ ଯାତ୍ରା ଲାଗି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ପହଞ୍ଚୁଛନ୍ତି । ପ୍ରତିଦିନ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ପ୍ରଶାସନ ବି ବ୍ୟବସ୍ଥା ବଜାୟ ରଖିବାକୁ ପୁରା ପ୍ରୟାସ ଲଗାଇ ଦେଇଛି । ଏହାରି ମଧ୍ୟରେ ଉତ୍ତରାଖଣ୍ଡ ସରକାର ଚାରିଧାମର ୨୦୦ମିଟର ପରିଧି ଭିତରେ ମୋବାଇଲ୍ ଫୋନ୍ର ବ୍ୟବହାର ଉପରେ ପ୍ରତିବନ୍ଧ ଲଗାଇଛି । କାରଣ ଏହାଦ୍ୱାରା ଯାତ୍ରୀଙ୍କ ଲାଗି ତିଆରି କରାଯାଇଥିବା ବ୍ୟବସ୍ଥାରେ ସମସ୍ୟା ହେଉଥିଲା । ଉତ୍ତରାଖଣ୍ଡ ସରକାରରେ ମୁଖ୍ୟ ସଚିବ ରାଧା ରତୁଡି ଏ ବିଷୟରେ ବୟାନ ବି ଜାରି କରିଛନ୍ତି । ଏହା ସହିତ ସେ ସମସ୍ତ ଶ୍ରଦ୍ଧାଳୁଙ୍କୁ ରେଜିଷ୍ଟ୍ରେସନ କରାଇବା ପରେ ଚାରିଧାମ ଯାତ୍ରାରେ ଆସିବାକୁ ପରାମର୍ଶ ଦେଇଛନ୍ତି । ଏପରି ନ କଲେ ସେମାନଙ୍କୁ ରାସ୍ତାରୁ ଫେରାଇ ଦିଆଯିବ ।
चारधाम मंदिर परिसरों के 200 मीटर एरिया में मोबाइल प्रयोग करने पर पाबंदी। उत्तराखंड की मुख्य सचिव राधा रतूड़ी ने आदेश दिया। कहा- ''चारधाम यात्रा पर बिना रजिस्ट्रेशन कोई न आए'' pic.twitter.com/fpgmpbGiBE
— Sachin Gupta (@SachinGuptaUP) May 16, 2024
ଉତ୍ତରାଖଣ୍ଡ ମୁଖ୍ୟ ସଚିବ ରାଧା ରତୁଡି କହିଛନ୍ତି ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଚାରିଧାମ ଯାତ୍ରା ଲାଗି ଆସୁଛନ୍ତି । ଏହି ସମୟରେ ଏପରି ବି ବହୁ ଲୋକ ଆସୁଛନ୍ତି ଯେଉଁମାନେ ଭକ୍ତି କି ଶ୍ରଦ୍ଧା ପାଇଁ ନୁହେଁ କେବଳ ବୁଲିବା ପାଇଁ ଆସୁଛନ୍ତି । ଏହିପରି ଲୋକଙ୍କ ଆଚରଣ ଶ୍ରଦ୍ଧାଳୁଙ୍କ ଆସ୍ଥା ଉପରେ ପ୍ରଭାବ ପକାଉଛି । ତେଣୁ ଶ୍ରଦ୍ଧାଳୁଙ୍କ ଧାର୍ମିକ ଭାବନା କିପରି ବ୍ୟାହତ ନ ହେବ ତାହାକୁ ଦୃଷ୍ଟିରେ ରଖି ଚାରି ଧାମରେ ମୋବାଇଲ୍ ବ୍ୟାନ୍ କରାଯାଇଛି ।