fbpx

ମୁମ୍ବାଇ-ସୋଲାପୁର-ଶିରିଡି କୁ ଚାଲିବ ବନ୍ଦେ ଭାରତ ଟ୍ରେନ୍, ଆଉ ୩ଟି ଏକ୍ସପ୍ରେସ ଶୁଭାରମ୍ଭ କଲେ ମୋଦୀ

ମୁମ୍ବାଇ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ମୁମ୍ବାଇ-ସୋଲାପୁର ଏବଂ ମୁମ୍ବାଇ-ଶିରିଡି ବନ୍ଦେ ଭାରତ ଟ୍ରେନର ଉଦଘାଟନ କରିଛନ୍ତି। ମୁମ୍ବାଇରୁ ଚାଲୁଥିବା ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ସଂଖ୍ୟା ତିନିକୁ ବୃଦ୍ଧି ପାଇ ଦେଶରେ ମୋଟ ୧୦ଟି ଟ୍ରେନ ହୋଇଛି। ଏହି ଅବସରରେ ମହାରାଷ୍ଟ୍ର ରାଜ୍ୟପାଳ ଭାଗବତ ସିଂ କୋଶାରି, ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣଭିସ୍, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଇତ୍ୟାଦି ଉପସ୍ଥିତ ଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିଭାଷଣରେ କହିଛନ୍ତି ଯେ ବନ୍ଦେ ଭାରତ ଟ୍ରେନ୍ ଆଜିର ଆଧୁନିକ ଭାରତର ଏକ ଚମତ୍କାର ଚିତ୍ର । ଆଜି ଦେଶର ୧୭ ଟି ରାଜ୍ୟର ୧୦୮ ଟି ଜିଲ୍ଲା ବନ୍ଦେ ଭାରତ ଟ୍ରେନ୍ ଚାଲୁଛି ।

ସିଏସଏମଟି-ସୋଲାପୁର ବନ୍ଦେ ଭାରତ ଟ୍ରେନ୍ ଏକ୍ସପ୍ରେସ ଟ୍ରେନର ଚଳାଚଳ ଦୁଇ ସହର ମଧ୍ୟରେ ସଂଯୋଗକୁ ସୁଦୃଢ କରିବ । ସିଦ୍ଧଶ୍ୱର, ଆକ୍କାଲକୋଟ, ସୋଲାପୁରର ତୁଲଜାପୁର, ସୋଲାପୁର ନିକଟସ୍ଥ ପଣ୍ଡରପୁର ଏବଂ ପୁଣେ ଜିଲ୍ଲାର ଆଲାଣ୍ଡି ତୀର୍ଥଯାତ୍ରୀଙ୍କ ପାଇଁ ସୁବିଧା ହେବ। ଅନ୍ୟପକ୍ଷରେ ନାଶିକ୍ ଜିଲ୍ଲାରେ ଅବସ୍ଥିତ ତୈମ୍ବାକେଶ୍ୱର, ସାଇନଗର ଶିରିଡି ଏବଂ ଶନି ସିଙ୍ଗନାପୁରକୁ ଯାଉଥିବା ଭକ୍ତମାନେ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍ ଦ୍ୱାରା ଉପକୃତ ହେବେ ।

କେନ୍ଦ୍ରୀୟ ରେଳ ବିଭାଗ ପକ୍ଷରୁ ମହାରାଷ୍ଟ୍ରର ମୁମ୍ବାଇ-ସୋଲାପୁର ଏବଂ ମୁମ୍ବାଇ-ସାଇନାଗର ଶିରିଡି ରୁଟର ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଭଡା ଘୋଷଣା କରାଯାଇଛି। କେନ୍ଦ୍ରୀୟ ରେଳବା ର ଜଣେ ଅଧିକାରୀ କହିଛନ୍ତି ଯେ, କ୍ୟାଟରିଂ ସେବା ବିନା ସିଏସଏମଟି-ସୋଲାପୁର ବନ୍ଦେ ଭାରତ ଟ୍ରେନର ସାଧାରଣ ସିଟ୍ ପାଇଁ ୧୦୦୦ ଟଙ୍କା ଏବଂ ଏକ୍ଜିକ୍ୟୁଟିବ୍ ସିଟ୍ ପାଇଁ ୨,୦୧୫ ଟଙ୍କା ଦେୟ ରହିଛି। କ୍ୟାଟରିଂ ସେବା ପାଇଁ ଉଭୟ ଶ୍ରେଣୀ ଯଥାକ୍ରମେ ୧,୩୦୦ ଟଙ୍କା ଏବଂ ୨,୩୬୫ ଟଙ୍କା । ମଙ୍ଗଳବାର ବ୍ୟତୀତ ସପ୍ତାହରେ ୬ ଦିନ ଚାଲିବ ।
ସେହିପରିସିଏସ୍ଏମଟିରୁ ସାଇନାଗର ଶିରିଡି ପର୍ୟ୍ୟନ୍ତ କ୍ୟାଟରିଂ ସେବା ବିନା ସାଧାରଣ ସିଟ୍ ଏବଂ ଏକ୍ଜିକ୍ୟୁଟିବ୍ ସିଟ ପାଇଁ ଯଥାକ୍ରମେ ୮୪୦ ଟଙ୍କା ଏବଂ ୧୬୭୦ ଟଙ୍କା ହେବ। କ୍ୟାଟରିଂ ସେବା ସହିତ ଟିକେଟ୍ ଯଥାକ୍ରମେ ୯୭୫ ଟଙ୍କା ଏବଂ ୧୮୪୦ ଟଙ୍କା ରହିବ ।

ମୁମ୍ବାଇ-ସୋଲାପୁର ବନ୍ଦେ ଭାରତ ଏକ୍ସପ୍ରେସ ଦେଶର ବାଣିଜ୍ୟିକ ରାଜଧାନୀ ଏବଂ ପ୍ରମୁଖ ବୟନଶିଳ୍ପ ସହର ମଧ୍ୟରେ ୬ ଘଣ୍ଟା ୩୦ ମିନିଟରେ ୪୫୫ କିଲୋମିଟର ଦୂରତା ଅତିକ୍ରମ କରିବ । ଏହା ଦୁଇ ସହର ମଧ୍ୟରେ ସଂଯୋଗକୁ ସୁଦୃଢ କରିବ ଏବଂ ସିଦ୍ଧେଶ୍ୱର, ଆକ୍କାଲକୋଟ, ତୁଲଜାପୁର, ସୋଲାପୁରର ପଣ୍ଡରପୁର ଏବଂ ପୁଣେ ଜିଲ୍ଲାର ଆଲାଣ୍ଡି ଭଳି ଗୁରୁତ୍ୱପୂର୍ଣ୍ଣ ତୀର୍ଥ କେନ୍ଦ୍ରକୁ ଯାତ୍ରାକୁ ସୁଗମ ହେବ । ମୁମ୍ବାଇ-ସାଇନାଗର ଶିରିଡି ବନ୍ଦେ ଭାରତ ଏକ୍ସପ୍ରେସ ନାଶିକ, ତ୍ରୈମ୍ବକେଶ୍ୱର ମନ୍ଦିର ଏବଂ ଶନି ସିଙ୍ଗନାପୁରର ଅନ୍ୟ ତୀର୍ଥସ୍ଥାନକୁ ୩୪୩ କିଲୋମିଟର ଯାତ୍ରା କରିବାକୁ ୫ ଘଣ୍ଟା ୨୫ ମିନିଟ୍ ସମୟ ନେବ । ଯାହା ବର୍ତ୍ତମାନର ଟ୍ରେନ୍ ସେବ ଠାରୁ ୨ ଘଣ୍ଟା କମ୍ ସମୟ ବ୍ୟବଧାନରେ ପହଞ୍ଚିବ । ବର୍ତ୍ତମାନର ସୁପରଫାଷ୍ଟ ଟ୍ରେନ୍ ମୁମ୍ବାଇ-ସୋଲାପୁର ଦୂରତା ଅତିକ୍ରମ କରିବାକୁ ୭ ଘଣ୍ଟା ୫୫ ମିନିଟ୍ ସମୟ ନେଉଥିବାବେଳେ ବନ୍ଦେ ଭାରତ ଏହାକୁ ୬.୫ ଘଣ୍ଟା ମଧ୍ୟରେ ଦାଦର, କଲ୍ୟାଣ, ପୁଣେ ଏବଂ କୁର୍ଡୁବାଡି ଷ୍ଟେସନରେ ପହଞ୍ଚିବ ।

Get real time updates directly on you device, subscribe now.