fbpx

ପୁରୀ-ରାଉରକେଲାରେ ଚାଲିବ ବନ୍ଦେ ଭାରତ, ଆସନ୍ତା ୨୦ରେ ହେବ ଟ୍ରାଏଲ ରନ

ରାଉଲରକେଲା : ପୁରୀ-ରାଉରକେଲା ମଧ୍ୟରେ ଖୁବସିଘ୍ର ଚାଲିବ ବନ୍ଦେ ଭାରତ ଟ୍ରେନ । ଆସନ୍ତା ୨୦ରେ ଏଥିପାଇଁ ଟ୍ରାୟଲ ରନ ହେବ । ଏହି ଟ୍ରେନ ସକାଳ ୫ଟାରେ ପୁରୀ ଷ୍ଟ୍ରେସନ ଛାଡି ଅପରାହ୍ନ ୧୨ ଟା ୪୫ରେ ରାଉରକେଲା ଷ୍ଟେସନରେ ପହଞ୍ଚିବ । ପୁରୀ ରାଉରକେଲା ମଧ୍ୟରେ ମାତ୍ର ୧୦ଟି ଷ୍ଟେସନ ରହିଛି । ପୁରୀ-ରାଉରକେଲା ମଧ୍ୟରେ ଦୂରତା ୫୦୫ କିଲୋମିଟର ରହିଛି ଯାହାକୁ ଅତିକ୍ରମ କରିବା ପାଇଁ ୭ ଘଣ୍ଟା ୪୫ ମିନିଟ ସମୟ ଲାଗିବ ।

ଟ୍ରାଏଲ ରନ ବେଳେ ଟ୍ରେନ ୬୩.୩୩ କିଲୋମିଟରରୁ ୬୫.୧୬ କିଲୋମିଟର ଏହାର ସ୍ପିଡ ରହିବ । ଗତ ୧୨ ତାରିଖରେ ପୁରୀ-ତାଳଚେର ରୋଡ ମଧ୍ୟରେ ପ୍ରଥମ ଟ୍ରାଏଲ ରନ ହୋଇଥିଲା । ପୂବହ୍ନ ୯ ଟାରେ ଏହା ପୁରୀରୁ ବାହାରିଥିଲା ଏବଂ ଅପରାହ୍ନ ୧୨ଟା ୪୫ରେ ତାଳଚେର ରୋଡରେ ପହଞ୍ଚିଥିଲା । ଏହା ପୁଣି ୧ଟା ୫ ମିନିଟରେ ତାଳଚେର ଷ୍ଟେସନରୁ ବାହାରି ସନ୍ଧ୍ୟା ୫ ଟା ୨୦ ମିନିଟରେ ପୁରୀରେ ପହଞ୍ଚିଥିଲା ।

Get real time updates directly on you device, subscribe now.