fbpx

ବିଶ୍ୱ କବିଙ୍କ ରଚିତ ‘ଆମାର ସୋନାର ବାଙ୍ଗଲା’କୁ ବଦଳାଇବାକୁ ନେଇ ଚର୍ଚ୍ଚା ଭିତରେ ୟୁନୁସଙ୍କ ବୟାନ

ଢାକା: ବାଙ୍ଗଲାଦେଶର ଶାସନ ଭାର ମହମ୍ମଦ ୟୁନୁସଙ୍କ ହାତକୁ ଯିବା ପରେ ଦେଶରେ ବହୁ ପରିବର୍ତ୍ତନକୁ ନେଇ ଚର୍ଚ୍ଚା ଜୋର ଧରିଛି ।ଆଉ ଏହି ସମୟରେ ଜଣେ ପୂର୍ବତନ ସେନା ଅଧିକାରୀଙ୍କ ବୟାନ, ବାଙ୍ଗଲାଦେଶର ଜାତୀୟ ସଂଗୀତ ବଦଳାଇବା ଚର୍ଚ୍ଚାକୁ ନିଆଁ ଦେଇଛି । ନୋବେଲ ବିଜେତା, ବିଶ୍ୱ କବି ରବୀନ୍ଦ୍ର ନାଥ ଟେଗୋରଙ୍କ ଲିଖିତ ବାଙ୍ଗଲା ରାଷ୍ଟ୍ରଗାନ ଆମାର ସୋନାର ବାଙ୍ଗଲାକୁ ବଦଳାଇ ଦିଆଯିବ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ଏହି ଚର୍ଚ୍ଚା ଉପରେ ପୂର୍ଣ୍ଣଛେଦ ଟାଣିଛନ୍ତି ପ୍ରଧାନମନ୍ତ୍ରୀ ୟୁନୁସ ।

ୟୁନୁସ କହିଛନ୍ତି, ଏହି ରାଷ୍ଟ୍ରୀୟ ସଂଗୀତକୁ ବଦଳାବାରେ ସରକାରର କୌଣସି ଉଦ୍ଦେଶ୍ୟ ନାହିଁ । ସେହି ପୂର୍ବ ଅଧିକାରୀ କହିଥିଲେ କି, ୧୯୭୧ ମୁକ୍ତି ଯୁଦ୍ଧ ସମୟରେ ରବୀନ୍ଦ୍ର ନାଥ ଟେଗୋରଙ୍କ ଲିଖିତ ଜାତୀୟ ସଂଗୀତକୁ ଭାରତ ବାଙ୍ଗଲାଦେଶ ମୁଣ୍ଡରେ ଥୋପିଥିଲା । ଜାତୀୟ ସଂଗୀତ ବଦଳା ଯିବାକୁ ନେଇ ଆଶା, ଆଶଙ୍କା ସୃଷ୍ଟି ହୋଇଥିଲା ।

କିନ୍ତୁ ଅନ୍ତରୀଣ ସରକାରରେ ଧର୍ମୀୟ ମାମଲାର ପରାମର୍ଶ ଦାତା ଏଏଫଏମ ଖାଲିଦ ହୁସେନ ଲୋକଙ୍କୁ ଭରସା ଦେଇଛନ୍ତି କି, ମହମ୍ମଦ ୟୁନୁସ ସରକାର ଏମିତି କୌଣସି କାମ କରିବେ ନାହିଁ, ଯେଉଁଥିରେ ଅନାବଶ୍ୟକ ବିବାଦ ସୃଷ୍ଟି ହେବ ।

ଶୁକ୍ରବାର ଦିନ ଏକତା ପ୍ରଦର୍ଶନ କାଳରେ ଉଦିଚି ଶିଳ୍ପଗୋଷ୍ଠୀ ସାରା ଦେଶରେ ଏକ କାର୍ଯ୍ୟକ୍ରମ ଆୟୋଜିତ କରିଥିଲେ, ଯେଉଁଥିରେ ନାଗରିକମାନେ ଏକ ସ୍ୱରରେ ଜାତୀୟ ସଂଗୀତ ଗାନ କରିଥିଲେ । ଢାକା ଟ୍ରିବ୍ୟୁନ ରିପୋର୍ଟ ମୁତାବକ, ଜାତୀୟ ସଂଗୀତ ଗାନ ଅବସରରେ ଲୋକଙ୍କ ମଧ୍ୟରେ ବିପୁଳ ଦେଶ ଭକ୍ତି ଦେଖିବାକୁ ମିଳିଥିଲା । କିନ୍ତୁ ଏହାକୁ ନେଇ ବାଙ୍ଗଲାର ପୂର୍ବତନ ସେନା ଅଧିକାରୀ ଅବ୍ଦୁଲ୍ଲାହିଲ ଅମାନ ଆଜମୀ କହିଥିଲେ କି, ଜାତୀୟ ସଂଗୀତ ଆମାର ସୋନାର ବାଙ୍ଗଲା ଅତୀତର ଏକ ସନ୍ତକ, ଏଥିରେ ସ୍ୱାଧୀନ ବାଙ୍ଗଲାଦେଶର ପରିଚୟ ନାହିଁ ।

Get real time updates directly on you device, subscribe now.