ବାଂଲାଦେଶରେ HMPV ସଂକ୍ରମିତ ମହିଳାଙ୍କ ମୃତ୍ୟୁ, ପୂର୍ବରୁ ଏହି ରୋଗରେ ଥିଲେ ପୀଡିତ

ମୃତ୍ୟୁ ପରେ ହସ୍ପିଟାଲର ଡାକ୍ତର କହିଥିଲେ, "ସେ କେବଳ ଏଚଏମପିଭି ସଂକ୍ରମଣରେ ମୃତ୍ୟୁବରଣ କରିନଥିଲେ । ଏକ୍ସ-ରେରୁ ଜଣାପଡ଼ିଲା ଯେ ତାଙ୍କର ମୋଟାପଣ, କିଡନୀ ସମ୍ବନ୍ଧୀୟ ସମସ୍ୟା ଏବଂ ଫୁସଫୁସ ସଂକ୍ରମଣ ସମେତ ଅନ୍ୟାନ୍ୟ ଅନେକ ରୋଗ ଥିଲା ।’

କରୋନା ପରେ ଏବେ ହ୍ୟୁମାନ୍ ମେଟାପ୍ନ୍ୟୁମୋଭାଇରସ୍ (ଏଚଏମପିଭି)ର ବଢ଼ୁଥିବା ମାମଲା ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରିବା ଆରମ୍ଭ କରିଛି । ଗୁରୁବାର ଲକ୍ଷେ୍ନøରେ ଏଚଏମପିଭି ଯୋଗୁଁ ପ୍ରଥମ ମୃତ୍ୟୁ ରିପୋର୍ଟ ହୋଇଛି । ଭାରତର ପଡ଼ୋଶୀ ଦେଶ ବାଂଲାଦେଶରୁ ସମାନ ଖବର ଆସିଛି । ଢାକାରେ ଜଣେ ୩୦ ବର୍ଷୀୟ ଏଚଏମପିଭି ସଂକ୍ରମିତ ମହିଳାଙ୍କ ମୃତ୍ୟୁ ହୋଇଛି । ମହିଳାଙ୍କୁ ଏଚଏମପିଭି ସହିତ ଅନ୍ୟାନ୍ୟ ଅନେକ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଥିଲା ।

ଏହି ଘଟଣା ସାମ୍ନାକୁ ଆସିବା ପରେ ବାଂଲାଦେଶରେ ଚିନ୍ତା ବୃଦ୍ଧି ପାଇଛି । କାରଣ ବାଂଲାଦେଶ ବର୍ତ୍ତମାନ ଏକ ରାଜନୈତିକ ସଙ୍କଟ ଦେଇ ଗତି କରୁଛି । ଏପରି ପରିସ୍ଥିତିରେ, ଏହାର ସ୍ୱାସ୍ଥ୍ୟ ଭିତ୍ତିଭୂମି କୌଣସି ବଡ଼ ମହାମାରୀ ମୁକାବିଲା କରିବା ପାଇଁ ପ୍ରସ୍ତୁତ ନୁହେଁ । ତଥାପି ସରକାର ଏଚଏମପିଭି ସମ୍ବନ୍ଧୀୟ ସତର୍କତା ଅବଲମ୍ବନ କରୁଛନ୍ତି ।

ଏଚଏମପିଭି ମୃତ୍ୟୁର ଏକମାତ୍ର କାରଣ ନୁହେଁ: ଢାକାର ମହାଖାଲି ହସ୍ପିଟାଲର ଡାକ୍ତର ଆରିଫୁଲ ବଶାର କହିଛନ୍ତି ଯେ ମୃତ ସଞ୍ଜିଦା ଅଖତରଙ୍କ ମୃତ୍ୟୁ ସନ୍ଧ୍ୟା ପ୍ରାୟ ୬ଟାରେ ହୋଇଥିଲା । ଆରିଫୁଲ ବଶାର କହିଛନ୍ତି ଯେ, ‘ସେ କେବଳ ଏଚଏମପିଭି ସଂକ୍ରମଣରୁ ମୃତ୍ୟୁବରଣ କରିନଥିଲେ । ଏକ୍ସ-ରେରୁ ଜଣାପଡ଼ିଲା ଯେ ସେ ମୋଟାପଣ, କିଡନୀ ସମସ୍ୟା ଏବଂ ଫୁସଫୁସ ସଂକ୍ରମଣ ଭଳି ଅନେକ ରୋଗରେ ପୀଡିତ ଥିଲେ ।’

ଏହା ବାଂଲାଦେଶରେ ଏଚଏମପିଭି ପ୍ରଭାବିତ ରୋଗୀଙ୍କ ପ୍ରଥମ ମୃତ୍ୟୁ, ଯେତେବେଳେ ଉତ୍ତର ପ୍ରଦେଶର ଲକ୍ଷେ୍ନøରେ ମୃତ୍ୟୁ ଭାରତରେ ପ୍ରଥମ ମୃତ୍ୟୁ ଥିଲା । ଯାହା ପରେ ସହରଗୁଡ଼ିକରେ ସତର୍କତା ବୃଦ୍ଧି କରାଯାଇଛି ।

ମୁମ୍ବାଇରେ ସତର୍କତା ବୃଦ୍ଧି: ସମ୍ପ୍ରତି ମୁମ୍ବାଇରେ ହ୍ୟୁମାନ୍ ମେଟାପ୍ନ୍ୟୁମୋଭାଇରସ୍ (ଏଚଏମପିଭି)ର ବର୍ଦ୍ଧିତ ମାମଲାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ପ୍ରଶାସନ ସତର୍କତା ବୃଦ୍ଧି କରିଛି । ଭାଇରସର ସମ୍ଭାବ୍ୟ ପ୍ରକୋପକୁ ରୋକିବା ଏବଂ ସଂକ୍ରମିତ ରୋଗୀଙ୍କ ଚିକିତ୍ସା ପାଇଁ, ମୁମ୍ବାଇର ପ୍ରତିଷ୍ଠିତ ସରକାରୀ କାମା ହସ୍ପିଟାଲରେ ୩ଟି ସ୍ୱତନ୍ତ୍ର ଆଇସୋଲେସନ ୱାର୍ଡ ସ୍ଥାପନ କରାଯାଇଛି ।