fbpx

(Video) ପିଏମ ଶେଖ ହସୀନା ଦେଲେ ଇସ୍ତଫା, ହେଲିକପ୍ଟରରେ ଆସିଲେ ଭାରତ

ନୂଆଦିଲ୍ଲୀ: ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ ହସୀନା ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ଏହାପରେ ସେ ସାମରିକ ହେଲିକପ୍ଟରରେ ଭାରତ ଗସ୍ତ କରିଥିବାର ଖବର ସାମ୍ନାକୁ ଆସିଛି । ବାଂଲାଦେଶର ସେନା ପ୍ରଧାନମନ୍ତ୍ରୀ ଶେଖ ହସୀନାଙ୍କୁ ନିଜ ପଦବୀରୁ ଇସ୍ତଫା ଦେବା ପାଇଁ ୪୫ ମିନିଟର ସମୟସୀମା ଦେଇଥିଲେ । ଶେଖ ହସୀନାଙ୍କ କ୍ୱାଟରରେ ଶତାଧିକ ବିକ୍ଷୋଭକାରୀ ପଶିଯାଇଛନ୍ତି । ଏହାପରେ ସେ ସାମରିକ ହେଲିକପ୍ଟରରେ ଭାରତ ଗସ୍ତ କରିଛନ୍ତି ।

ସୋମବାର ଦିନ ୨ଟା ୩୦ ମିନିଟରେ ଶେଖ ହସୀନାଙ୍କୁ ନେଇ ସୈନ୍ୟ ହେଲିକପ୍ଟର ବଙ୍ଗଭବନରୁ ଗସ୍ତ କରିଛି । ସେ ସମୟରେ ତାଙ୍କ ସାନ ଭଉଣୀ ଶେଖ ରେହାନା ମଧ୍ୟ ତାଙ୍କ ସହ ଥିଲେ । ମିଳିଥିବା ସୂଚନା ମୁତାବକ, ହେଲିକପ୍ଟରରୁ ଭାରତ ପାଇଁ ଗସ୍ତ କରିଛନ୍ତି । ସେହିପରି ପଡୋଶୀ ଦେଶରେ ଇଣ୍ଟନେଟ ସେବାକୁ ସଂପୂର୍ଣ୍ଣ ବନ୍ଦ କରାଯାଇଛି । ଗତ ମାସରେ ସରକାରୀ ଚାକିରିରେ ସଂରକ୍ଷଣ ବିରୋଧରେ ଅନ୍ଦୋଳନ କରୁଥିବା ଛାତ୍ର ଗୋଷ୍ଠୀର ହିଂସାରେ ପାଖାପାଖି ୧୫୦ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ହଜାର ହଜାର ଲୋକେ ଆହତ ହୋଇଛନ୍ତି ।

Get real time updates directly on you device, subscribe now.