fbpx

ନରେନ୍ଦ୍ର ମୋଦୀଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବେ ବାଙ୍ଗଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସୀନା

ନୂଆଦିଲ୍ଲୀ: ଆସନ୍ତା ୯ ତାରିଖରେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି ନରେନ୍ଦ୍ର ମୋଦୀ । ତେବେ ଖବର ଅନୁସାରେ ଏହି ଶପଥ ଗ୍ରହଣ ସମାରୋହରେ ଯୋଗ ଦେବେ ବାଙ୍ଗଲାଦେଶର ପ୍ରଧାନମନ୍ତ୍ରୀ ଶେଖ ହସୀନା । ଏହି ଶପଥ ଗ୍ରହଣ ସମାରୋହରେ ଯୋଗ ଦେବା ପାଇଁ ଶେଖ ହସୀନା ଶୁକ୍ରବାର ଢ଼ାକାରୁ ଦିଲ୍ଲୀ ଅଭିମୁଖେ ବାହାରିବେ ।

ବାଙ୍ଗଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ଉଦ୍ଦେଶ୍ୟରେ ଭାଷଣ ଲେଖିଥିବା ଏମ୍ ନଜରୁଲ ଇସଲାମ ନ୍ୟୁଜ୍ ଏଜେନ୍ସି ବିଏସ୍ଏସ୍କୁ କହିଛନ୍ତି, ଶେଖ୍ ହସିନା ଶୁକ୍ରବାର ଅପରାହ୍ନ ୪ ଟାରେ ଢାକାରୁ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ। ଶପଥ ଗ୍ରହଣ ଉତ୍ସବରେ ଯୋଗଦେବା ପରେ ସେ ଜୁନ୍ ୯ ତାରିଖରେ ବାଂଲାଦେଶ ଫେରିବେ ।

ଶପଥ ଗ୍ରହଣ ସମାରୋହରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଫୋନ୍ କରିଥିଲେ । ଶେଖ୍ ହସିନା ଏହି ନିମନ୍ତ୍ରଣକୁ ଗ୍ରହଣ କରିଛନ୍ତି । ଭାରତରେ ଅନୁଷ୍ଠିତ ୧୮ ତମ ଲୋକସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ବାଧୀନ ଏନ୍ ଡିଏ ମେଣ୍ଟ ସଂଖ୍ୟାଗରିଷ୍ଠତା ହାସଲ କରିଛି । ଏନଡିଏ ମେଣ୍ଟ ୫୪୩ ଆସନରୁ ୨୯୩ ଟି ଆସନ ରେ ବିଜୟୀ ହୋଇଛି ।

Get real time updates directly on you device, subscribe now.