fbpx

ଏକାଧିକ ବ୍ୟାଙ୍କରେ ଆକାଉଣ୍ଟ ଖୋଲିଥିଲେ କ୍ଷତିରେ ପଡିପାରନ୍ତି, କିପରି ମ୍ୟାନେଜ କରିବେ ଏକାଧିକ ଆକାଉଣ୍ଟ ଆସନ୍ତୁ ଜାଣିନେବା

Advertisement

ନୂଆଦିଲ୍ଲୀ: ଡିଜିଟାଲାଇଜେସନ କାରଣରୁ ବ୍ୟାଙ୍କିଂ ସହ ଜଡିତ ବିଭିନ୍ନ କାର୍ଯ୍ୟ ସହଜ ହୋଇଯାଇଛି । ଏବେ ଆପଣ ଗୋଟିଏ ଆକାଉଣ୍ଟରୁ ଅନ୍ୟ ଆକାଉଣ୍ଟକୁ ପଇସା ଟ୍ରାନ୍ସଫର କରିବା ଠାରୁ ବ୍ୟାଙ୍କରେ ଆକାଉଣ୍ଟ ଖୋଲିବା ପର୍ଯ୍ୟନ୍ତ ସମସ୍ତ କାମ ଘରେ ବସି ଅନଲାଇନରେ କରି ପାରୁଛନ୍ତି । ଏହି ସହଜ ପ୍ରକ୍ରିୟା କାରଣରୁ ଏବେ ଲୋକମାନେ ଅଲଗା ଅଲଗା ବ୍ୟାଙ୍କରେ ନିଜର ସେଭିଂ ଆକାଉଣ୍ଟ ଖୋଲୁଛନ୍ତି । ତେବେ ଏପରି କରିବା ଦ୍ୱାରା ଲାଭ ତ ରହିଛି ଏହା ସହିତ କ୍ଷତି ବି ରହିଛି ।

ଯଦି ଆପଣଙ୍କର ବି ବହୁ ବ୍ୟାଙ୍କରେ ସେଭିଂ ଆକାଉଣ୍ଟ ରହିଛି ତେବେ ଆପଣ ଏହା ଜାଣିବା ଜରୁରୀ ଯେ, ଏକାଧିକ ବ୍ୟାଙ୍କ ଆକାଉଣ୍ଟ ମ୍ୟାନେଜ୍ କରିବେ କିପରି । ଏଠାରେ ଆମେ ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରଖିବାର ଲାଭ ଓ କ୍ଷତି ବିଷୟରେ ଆଲୋଚନା କରିବା ସହିତ ଏକ ସଙ୍ଗେ ଏକାଧିକ ବ୍ୟାଙ୍କ ଆକାଉଣ୍ଟ କିପରି ମ୍ୟାନେଜ୍ କରିବେ ଆସନ୍ତୁ ଜାଣିନେବା ।

ସମସ୍ତ ସେଭିଂ ବ୍ୟାଙ୍କ ଆକାଉଣ୍ଟସରେ ଆପଣଙ୍କୁ ମିନିମମ୍ ବାଲାନ୍ସ ମେଣ୍ଟେନ କରି ରଖିବାକୁ ହେବ । ଏପରି ନ କରିବା ଦ୍ୱାରା ବ୍ୟାଙ୍କ ପକ୍ଷରୁ ପେନାଲଟି ଲଗାଯାଇଥାଏ । ମିନିମମ ବାଲାନ୍ସ ଲିମିଟ୍ ସବୁ ବ୍ୟାଙ୍କ ଲାଗି ଅଲଗା ଅଲଗା ହୋଇଥାଏ । ଏହାସହିତ ବ୍ୟାଙ୍କ ଆକାଉଣ୍ଟକୁ ସକ୍ରିୟ ରଖିବା ଲାଗି ଆପଣଙ୍କୁ ସେଥିରେ ଟ୍ରାନଜାକସନ ବି କରିବାକୁ ହେବ । ଏହା ସହିତ ଅଧିକ ଆକାଉଣ୍ଟ ଥିଲେ ଆପଣଙ୍କ ସହିତ ଅନଲାଇନ ଫ୍ରଡ ହେବାର ସମ୍ଭାବନା ବି ଅଧିକ ରହିଛି । ତେଣୁ ଆପଣଙ୍କୁ ଏଥିପ୍ରତି ବି ସତର୍କ ରହିବାକୁ ବଡିବ ।

ଆପଣଙ୍କ ପାଖରେ ଏକାଧିକ ବ୍ୟାଙ୍କ ଆକାଉଣ୍ଟ ଥିଲେ ଆପଣଙ୍କୁ ଏକ ସଙ୍ଗେ ଅଧିକ ଅର୍ଥ ଉଠାଇବାକୁ ସହଜ ହେବ କିନ୍ତୁ ଆପଣ ଯଦି କୌଣସି ବ୍ୟାଙ୍କ ଆକାଉଣ୍ଟର ଉପଯୋଗ ଦୀର୍ଘ ସମୟ ଧରି ନ କରିବେ ତେବେ ଆପଣଙ୍କ ଆକାଉଣ୍ଟ ଡିଆକ୍ଟିଭେଟ ହୋଇଯିବ । ପୁଣି ଏହାକୁ ଆକ୍ଟିଭେଟ୍ କରିବାକୁ ଆପଣଙ୍କୁ ଚାର୍ଜ ଦେବାକୁ ପଡିବ । ତେଣୁ ଆପଣ ସେତିକି ସେଭିଂ ଆକାଉଣ୍ଟ ଆକ୍ଟିଭେଟ୍ କରି ରଖନ୍ତୁ ଯେତିକି ଆପଣଙ୍କର ଆବଶ୍ୟକତା ରହିଛି ।

Get real time updates directly on you device, subscribe now.