Bank Holidays in May: ମେ’ ମାସରେ ଏତିକି ଦିନ ବନ୍ଦ ରହିବ ବ୍ୟାଙ୍କ, ଆଜି ହିଁ ଚେକ୍ କରନ୍ତୁ ମାସିକ ଛୁଟି ତାଲିକା
ଜାଣନ୍ତୁ ମେ’ ମାସରେ କେତେ ଦିନ ବନ୍ଦ ରହିବ ବ୍ୟାଙ୍କ
ନୂଆଦିଲ୍ଲୀ: ଆଉ ଗୋଟିଏ ଦିନ ପରେ ମେ’ ମାସ ଆରମ୍ଭ । ଯଦି ଏହି ମାସରେ ଆପଣଙ୍କ କିଛି ବ୍ୟାଙ୍କ ସମ୍ବନ୍ଧୀୟ କାମ ରହିଥାଏ, ତେବେ ଏହା ପୂର୍ବରୁ ଛୁଟି ତାଲିକା ଉପରେ ଧ୍ୟାନ ଦିଅନ୍ତୁ ।
ମେ’ରେ ୧୨ ଦିନ ବ୍ୟାଙ୍କ ବନ୍ଦ ରହିବ । ଏହି ତାଲିକାରେ ରବିବାର, ଦ୍ୱିତୀୟ ଏବଂ ଚତୁର୍ତ ଶନିବାର ମଧ୍ୟ ଏଥିରେ ସାମିଲ । ବ୍ୟାଙ୍କରେ ଛୁଟିଗୁଡ଼ିକ ରାଜ୍ୟ ଏବଂ ଆଞ୍ଚଳିକ ଭାବେ ହେବ । ବ୍ୟାଙ୍କ ଅନେକ ଛୁଟି ପାଇଁ ବନ୍ଦ ରହିବ । ତେବେ ଆସନ୍ତୁ ଜାଣିବା କେଉଁ କେଉଁ ଦିନ ବନ୍ଦ ରହିବ ବ୍ୟାଙ୍କ ।
ଛୁଟି ତାଲିକା:
୧ ମେ- ଶ୍ରମିକ ଦିବସ ।
୯ ମେ- ରବୀନ୍ଦ୍ରନାଥ ଟାଗୋର ଜୟନ୍ତୀ ଅବସରରେ କୋଲକାତାରେ ବ୍ୟାଙ୍କ ବନ୍ଦ ରହିବ ।
୧୨ ମେ- ବୁଦ୍ଧ ପୂର୍ଣ୍ଣିମା ।
୧୬ ମେ- ରାଜ୍ୟ ଦିବସ ଅବସରରେ ଶୁକ୍ରବାର ଦିନ ଗଙ୍ଗଟୋକରେ ବ୍ୟାଙ୍କ ବନ୍ଦ ରହିବ ।
୨୬ ମେ- କାଜି ନଜରୁଲ ଇସ୍ଲାମଙ୍କ ଜନ୍ମଦିନ ଉପଲକ୍ଷେ ସୋମବାର ଦିନ ଅଗରତାଲାରେ ବ୍ୟାଙ୍କ ବନ୍ଦ ରହିବ ।
୨୯ ମେ- ୨୯ ମେରେ ମହାରାଣା ପ୍ରତାପ ଜୟନ୍ତୀ ଅବସରରେ ଶିମଲାରେ ବ୍ୟାଙ୍କ ବନ୍ଦ ରହିବ ।
ଡିଜିଟାଲ୍ ବ୍ୟାଙ୍କିଂ କାମ କରିବା ଜାରି ରଖିବ: ବ୍ୟାଙ୍କ ଶାଖା ଯାହା ହେଉନା କାହିଁକି, UPI, IMPS, ଅନଲାଇନ୍ ବ୍ୟାଙ୍କିଂ ଏବଂ ମୋବାଇଲ୍ ଆପ୍ସ ଭଳି ଡିଜିଟାଲ୍ ବ୍ୟାଙ୍କିଂ ଅପସନଗୁଡ଼ିକ କାମ କରିବା ଜାରି ରଖିବ। ଏହା ମାଧ୍ୟମରେ ଟଙ୍କା ଟ୍ରାନ୍ସଫର, ବିଲ୍ ପେମେଣ୍ଟ ଏବଂ ଅନ୍ୟାନ୍ୟ ବ୍ୟାଙ୍କିଂ ସେବା ଜାରି ରହିବ। ତେଣୁ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। ଡିଜିଟାଲ୍ ବ୍ୟାଙ୍କିଂ ବ୍ୟବହାର କରି ଆପଣ ଛୁଟିଦିନରେ ମଧ୍ୟ ସହଜରେ ବ୍ୟାଙ୍କିଂ ସେବା ପାଇପାରିବେ।