Bank Holidays: ଫେବୃଆରୀ ମାସରେ ୧୪ ଦିନ ପାଇଁ ବନ୍ଦ ରହିବ ବ୍ୟାଙ୍କ, ଜାଣନ୍ତୁ କେବେ କେବେ ଛୁଟି?
ଫେବୃଆରୀ ମାସରେ ବ୍ୟାଙ୍କଗୁଡ଼ିକ ମୋଟ ୧୪ ଦିନ ବନ୍ଦ ରହିବ। ଦେଶର କେଉଁ ରାଜ୍ୟରେ ବ୍ୟାଙ୍କ କେବେ ବନ୍ଦ ରହିବ ଆସନ୍ତୁ ଜାଣିବା?
ନୂଆଦିଲ୍ଲୀ: ଦେଶର ସାଧାରଣ ବଜେଟ ଫେବୃଆରୀ ଆରମ୍ଭରେ ଉପସ୍ଥାପିତ ହେବ। ବଜେଟ୍ ୨୦୨୫-୨୬ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୧ ଫେବୃଆରୀ ୨୦୨୫ ରେ ଉପସ୍ଥାପନ କରିବେ। ପରଦିନ ବସନ୍ତ ପଞ୍ଚମୀ ଏବଂ ତା’ପରେ ଫେବୃଆରୀ ମାସରେ ଅନେକ ବିଶେଷ ଦିନ ରହିବ।
ଏପରି ପରିସ୍ଥିତିରେ, ଦେଶବ୍ୟାପୀ ବ୍ୟାଙ୍କଗୁଡ଼ିକ କିଛି ନିର୍ଦ୍ଦିଷ୍ଟ ଦିନ ବନ୍ଦ ରହିବ। ଅନ୍ୟପଟେ କିଛି ରାଜ୍ୟରେ ବିଶେଷ ଅବସରରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ। ଯଦି ଆପଣଙ୍କୁ ଫେବୃଆରୀ ମାସରେ କୌଣସି ବ୍ୟାଙ୍କ ସମ୍ବନ୍ଧୀୟ କାମ କରିବାକୁ ପଡ଼େ, ତେବେ ଫେବୃଆରୀରେ ବ୍ୟାଙ୍କଗୁଡ଼ିକ କେବେ ବନ୍ଦ ରହିବ ତାହା ପୂର୍ବରୁ ଜାଣନ୍ତୁ।
ଭାରତୀୟ ରିଜର୍ଭ ବ୍ୟାଙ୍କ ଫେବୃଆରୀ 2025 ପାଇଁ ବ୍ୟାଙ୍କ ଛୁଟିର ତାଲିକା ପ୍ରକାଶ କରିଛି। ଏହି ମାସରେ ସାପ୍ତାହିକ ଛୁଟି ଏବଂ ବିଭିନ୍ନ ରାଜ୍ୟର ପର୍ବପର୍ବାଣୀ ସମେତ ମୋଟ ୧୪ ଦିନ ବ୍ୟାଙ୍କ ବନ୍ଦ ରହିବ। ହେଲେ ଇଣ୍ଟରନେଟ୍ ବ୍ୟାଙ୍କିଂ ଏବଂ UPI ଭଳି ସେବାଗୁଡ଼ିକ ସ୍ୱାଭାବିକ ଭାବରେ କାର୍ଯ୍ୟ କରିବ।
RBI ସୂଚନା ଅନୁସାର, ସରସ୍ୱତୀ ପୂଜା, ଗୁରୁ ରବିଦାସ ଜୟନ୍ତୀ, ଛତ୍ରପତି ଶିବାଜୀ ମହାରାଜ ଜୟନ୍ତୀ, ରାଜ ଦିବସ ଏବଂ ମହାଶିବରାତ୍ରି ଭଳି ଅନେକ ପର୍ବପର୍ବାଣୀ ରହିଛି । ଫେବ୍ରୁଆରୀ କିଛି ରାଜ୍ୟରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ। ଏହା ବ୍ୟତୀତ ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ମଧ୍ୟ ପୁରା ଦେଶରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ।
୨ ଫେବୃଆରୀ – ରବିବାର ପାଇଁ ସାରା ଦେଶରେ ବ୍ୟାଙ୍କ ବନ୍ଦ ରହିବ ।
୩ ଫେବୃଆରୀ -ସୋମବାର ପଡୁଛି ହେଲେ ବସନ୍ତ ପଞ୍ଚମୀ ଯୋଗୁଁ ତ୍ରିପୁରାରେ ବ୍ୟାଙ୍କ ବନ୍ଦ ରହିବ ।
୮ ଫେବୃଆରୀ – ଦ୍ୱିତୀୟ ଶନିବାର, ସାରା ଭାରତରେ ବ୍ୟାଙ୍କ ବନ୍ଦ ରହିବ ।
୯ ଫେବୃଆରୀ- ରବିବାର ଦିନ ସାରା ଦେଶରେ ସାପ୍ତାହିକ ଛୁଟି ବନ୍ଦ ରହିବ ।
୧୧ ଫେବୃଆରୀ- ମଙ୍ଗଳବାର ଥାଇପୁସମ୍ ଯୋଗୁଁ ତାମିଲନାଡୁରେ ବ୍ୟାଙ୍କଗୁଡ଼ିକ ବନ୍ଦ ରିହବ ।
୧୨ ଫେବୃଆରୀ – ବୁଧବାର ଗୁରୁ ରବିଦାସ ଜୟନ୍ତୀ ଯୋଗୁଁ ହିମାଚଳ ପ୍ରଦେଶରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ ।
୧୫ ଫେବୃଆରୀ- ମଣିପୁରରେ ଲୁଇ-ନଗାଇ ନି ଯୋଗୁଁ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ ।
୧୬ ଫେବୃଆରୀ – ମହାରାଷ୍ଟ୍ରରେ ଦେଶବ୍ୟାପୀ ସାପ୍ତାହିକ ଛୁଟି
୧୯ ଫେବୃଆରୀ – ବୁଧବାର ପଡୁଛି ହେଲେ ଉକ୍ତଦିନ ଛତ୍ରପତି ଶିବାଜୀ ମହାରାଜ ଜୟନ୍ତୀ ଅବସରରେ ମହାରାଷ୍ଟ୍ରରେ ବ୍ୟାଙ୍କ ବନ୍ଦ ରହିବ ।
୨୦ ଫେବୃଆରୀ – ଗୁରୁବାର ଦିନ ରାଜ୍ୟ ପ୍ରତିଷ୍ଠା ଦିବସ ଯୋଗୁଁ ମିଜୋରାମ ଏବଂ ଅରୁଣାଚଳ ପ୍ରଦେଶରେ ବ୍ୟାଙ୍କ ବନ୍ଦ ରହିବ ।
୨୨ ଫେବୃଆରୀ – ଶନିବାର ଚତୁର୍ଥ ଶନିବାର, ସାରା ଭାରତରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ।
୨୩ ଫେବୃଆରୀ – ସାରା ଦେଶରେ ସାପ୍ତାହିକ ଛୁଟି
୨୬ ଫେବୃଆରୀ – ବୁଧବାର ମହାଶିବରାତ୍ରି ଯୋଗୁଁ ଅଧିକାଂଶ ରାଜ୍ୟରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ।
୨୮ ଫେବୃଆରୀ – ଲୋସାର ଯୋଗୁଁ ଗ୍ୟାଙ୍ଗଟକରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ ।