fbpx

କାଲିଠୁ ୬ ଦିନ ପର୍ଯ୍ୟନ୍ତ ଏହି ସହରରେ ବନ୍ଦ ରହିବ ବ୍ୟାଙ୍କ, ଦେଖନ୍ତୁ ଲିଷ୍ଟ୍

Advertisement

ନୂଆଦିଲ୍ଲୀ: ଯଦି ଆପଣଙ୍କର ବ୍ୟାଙ୍କ ସହିତ ଜଡିତ କୌଣସି କାମ ଅଛି, ତେବେ ତାକୁୁ ତୁରନ୍ତ କରନ୍ତୁ । କାରଣ ଜୁଲାଇ ମାସରେ ବ୍ୟାଙ୍କର ଅନେକ ଛୁଟି ସରିଥିବା ବେଳେ ଆଉ କିଛି ବାକି ଅଛି । ତେଣୁ ବ୍ୟାଙ୍କକୁ ଯିବା ପୂର୍ବରୁ ଆପଣ ଛୁଟିଦିନର ତାଲିକା ଚେକ୍ କରନ୍ତୁ । ଆସନ୍ତାକାଲି ଠାରୁ ଅର୍ଥାତ୍ ଜୁଲାଇ ୧୬ ରୁ ବ୍ୟାଙ୍କଗୁଡିକ ଲଗାତାର ୬ ଦିନ ବନ୍ଦ ରହିବ । କିନ୍ତୁ ଏହି ଛୁଟି ସବୁ ରାଜ୍ୟ ହିସାବରେ ଅଲଗା ଅଲଗା ରହିଛି । ବ୍ୟାଙ୍କଗୁଡିକର ଛୁଟିଦିନର ତାଲିକା ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଜାରି କରାଯାଇଛି, ଯାହା ଦ୍ୱାରା ଗ୍ରାହକମାନେ କୌଣସି ପ୍ରକାରର ସମସ୍ୟାର ସମ୍ମୁଖୀନ ହେବେ ନାହିଁ ।

ତେବେ ଜୁଲାଇ ମାସ କ୍ୟାଲେଣ୍ଡର ଅନୁଯାୟୀ ଜୁଲାଇରେ ୯ ଦିନ ବ୍ୟାଙ୍କ ଛୁଟି ରହିଛି । ଏହା ବ୍ୟତିତ ୬ଟି ଛୁଟି ରବିବାର, ଦ୍ୱିତୀୟ ଶନିବାର ଓ ଚତୁର୍ଥ ଶନିବାରରେ ହେବ, ଫଳରେ ମୋଟ ୧୫ ଦିନ ଛୁଟି ଅଛି । ତେବେ ଆସନ୍ତୁ ଜାଣିବା କାଲିଠାରୁ ୬ ଦିନ ବ୍ୟାଙ୍କ ବନ୍ଦର ଲିଷ୍ଟ୍…

-୧୬ ଜୁଲାଇ ୨୦୨୧- ଗୁରୁବାର – ହରେଲା ପୂଜା (ଡେରାଡୁନ୍)

-୧୭ ଜୁଲାଇ ୨୦୨୧ – ଖାରଚି ପୂଜା (ଅଗରତାଲା, ଶିଲାଙ୍ଗ)

-୧୮ ଜୁଲାଇ ୨୦୨୧ – ରବିବାର

-୧୯ ଜୁଲାଇ ୨୦୨୧ – ଗୁରୁ ରିମ୍ପୋଚେଙ୍କ ଥୁଙ୍ଗକର ସ୍ତୋଚୁ (ଗ୍ୟାଙ୍ଗଟୋକ)

-୨୦ ଜୁଲାଇ ୨୦୨୧ – ମଙ୍ଗଳବାର – ଇଦ୍ ଅଲ ଅଦା (ଦେଶବ୍ୟାପୀ)

-୨୧ ଜୁଲାଇ ୨୦୨୧ – ବୁଧବାର – ବକରୀଦ (ସମଗ୍ର ଦେଶରେ)

Get real time updates directly on you device, subscribe now.