fbpx

KYC ପ୍ରକ୍ରିୟା ପୂରଣ ଲାଗି ଏଣିକି ଆଉ ଯିବାକୁ ପଡିବନି ବ୍ୟାଙ୍କ, ଭିଡିଓ କଲ୍ ଜରିଆରେ କିପରି କରିବେ ଅପଡେଟ୍ ଜାଣି ନିଅନ୍ତୁ

ନୂଆଦିଲ୍ଲୀ: କେୱାଇସି ପ୍ରକ୍ରିୟା ପୁରଣ କରିବା ଲାଗି ଏଣିକି ଆପଣଙ୍କୁ ଆଉ ବ୍ୟାଙ୍କକୁ ଦୌଡିବାକୁ ପଡିବ ନାହିଁ । ଗ୍ରାହକ କୌଣସି ବି ବ୍ୟାଙ୍କିଂ କାର୍ଯ୍ୟ ଦିବସରେ ସକାଳ ୧୦ରୁ ସନ୍ଧ୍ୟା ୬ ମଧ୍ୟରେ ଭିଡିଓ କେୱାଇସି କଲ୍ ଦ୍ୱାରା ଏହି ପ୍ରକ୍ରିୟାକୁ ସଂପନ୍ନ କରିପାରିବ । ଭିଡିଓ କଲ୍ ଶେଷ ହେବା ପରେ ବ୍ୟାଙ୍କ ରେକର୍ଡରେ ଗ୍ରାହକଙ୍କ ସହ ସମ୍ବନ୍ଧିତ ସମସ୍ତ ତଥ୍ୟ ଅପଡେଟ୍ ହୋଇଯିବ ।

ଗ୍ରାହକଙ୍କୁ ଏହି ସୁବିଧା ଏବେ ବ୍ୟାଙ୍କ ଅଫ୍ ବରୋଦା ପ୍ରଦାନ କରୁଛି । ପବ୍ଲିକ ସେକ୍ଟର ବ୍ୟାଙ୍କ ବ୍ୟାଙ୍କ ଅଫ୍ ବରୋଦା ଗ୍ରାହକଙ୍କ ଲାଗି ଭିଡିଓ Re-KYC ସର୍ଭିସ ଆରମ୍ଭ କରିଛି । ଏହି ସୁବିଧା ଦ୍ୱାରା ଏଣିକି ଗ୍ରାହକ ବ୍ୟାଙ୍କ ନ ଯାଇ (ନିଜ ଗ୍ରାହକଙ୍କୁ ଜାଣ)KYC ପ୍ରକ୍ରିୟା ପୂରଣ କରିପାରିବ ।
ଏହା କରିବାର ଏକ ଡିଜିଟାଲ ତରିକା ରହିଛି । ପୂର୍ବରୁ ଗ୍ରାହକଙ୍କୁ ଏହା କରିବା ଲାଗି ବ୍ୟାଙ୍କ ଯିବାକୁ ହେଉଥିଲା କିମ୍ବା ନେଟ୍ ବ୍ୟାଙ୍କିଂ ଜରିଆରେ ଗ୍ରାହକ ଏହି ପ୍ରକ୍ରିୟା ପୁରା କରୁଥିଲେ । କିନ୍ତୁ ବ୍ୟାଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଭିଡିଓ ରି-କେୱାଇସି ସେବା ଜରିଆରେ ବହୁ ସହଜରେ ଭିଡିଓ କଲ୍ ଜରିଆରେ ଏହା କରାଯାଇପାରିବ । ଏହି ସୁବିଧା ବ୍ୟାଙ୍କର ସେହି ଆକାଉଣ୍ଟ ହୋଲ୍ଡରଙ୍କୁ ମିଳିବ ଯେଉଁମାନେ ଭାରତର ନାଗରିକ ଅଟନ୍ତି ଏବଂ ସେମାନଙ୍କ ନିକଟରେ ଆଧାର ନମ୍ବର ଓ ପାନ ନମ୍ବର ରହିଛି ।

ଏଠାରେ ସୂଚାଇ ଦିଆଯାଇପାରେ ଯେ, ଗ୍ରାହକଙ୍କ କେୱାଇସି କନଫର୍ମ କରାଇବାକୁ ଆରବିଆଇ ସମସ୍ତ ବ୍ୟାଙ୍କକୁ ନିର୍ଦ୍ଦେଶ ଦେଇଥିଲା । ଭିଡିଓ ରି-କେୱାଇସି ସର୍ଭିସ ଜରିଆରେ ଏହାକୁ କାର୍ଯ୍ୟକାରୀ କରିବା ବହୁତ ସହଜ ହୋଇଯାଇଛି । ଏହି ସେବା ଗ୍ରାହକଙ୍କ ଲାଗି ପେପରଲେସ୍, ଟଚଲେସ୍ ଓ ଏହି କାମ ଲାଗି ଗ୍ରାହକକୁ ବ୍ୟାଙ୍କ ଯାଇ ସମୟ ନଷ୍ଟ କରିବାର ଆବଶ୍ୟକତା ବି ନାହିଁ ।

ଏଥିପାଇଁ ପ୍ରଥମେ ଗ୍ରାହକ ବ୍ୟାଙ୍କ ଅଫ୍ ବରୋଦାର ୱେବସାଇଟକୁ ଯାଇ ରି-କେୱାଇସି ଲାଗି ନିଜର ଆବେଦନ କରିବାକୁ ହେବ । ଅନଲାଇନ ଆବେଦନ କରିବାର କିଛି ସମୟ ପରେ ବ୍ୟାଙ୍କ ପକ୍ଷରୁ ଆପଣଙ୍କୁ ମୋବାଇଲ ନମ୍ବରକୁ ଏକ ଭିଡିଓ କଲ୍ ଆସିବ । ଏହି ଭିଡିଓ କଲ୍ ଜରିଆରେ ବ୍ୟାଙ୍କ କର୍ମଚାରୀ ଆପଣଙ୍କ ଠାରୁ ଅନଲାଇନ୍ କେୱାଇସି ପ୍ରକ୍ରିୟା ପୂରଣ କରିବେ ଓ ଏହାକୁ ବ୍ୟାଙ୍କ ଡାଟାରେ ଅପଡେଟ୍ କରିଦେବେ । ଏହି ଭିଡିଓ କେୱାଇସି କରିବା ସମୟରେ ଗ୍ରାହକ ନିଜ ପାଖରେ ପାନ କାର୍ଡ, ଏକ ଧଳା କାଗଜ, ବ୍ଲୁ କିମ୍ବା କଳା ରଙ୍ଗର ପେନ୍ ରଖିବା ଜରୁରୀ ।

 

Get real time updates directly on you device, subscribe now.