fbpx

ଫିକ୍ସଡ୍ ଡିପୋଜିଟ୍ କୁ ଆକର୍ଷକ ବନାଇବା ଲାଗି ସୁଧ ହାର ବଢାଇଲା ବ୍ୟାଙ୍କ ଅଫ୍ ଇଣ୍ଡିଆ, ବରିଷ୍ଠ ନାଗରିକଙ୍କୁ ମଧ୍ୟ ମିଳିବ ଅତିରିକ୍ତ ସୁଧ

Advertisement

ନୂଆଦିଲ୍ଲୀ:ବ୍ୟାଙ୍କ ଅଫ୍ ଇଣ୍ଡିଆ ନିଜ ଫିକ୍ସଡ୍ ଡିପୋଜିଟ୍ (ସ୍ଥାୟୀ ଜମା)କୁ ଆକର୍ଷକ କରିବା ଲାଗି ସୁଧ ହାରରେ ପରିବର୍ତ୍ତନ କରିଛି । ବ୍ୟାଙ୍କ ୭ ଦିନରୁ ଆରମ୍ଭ କରି ୧୦ ବର୍ଷ ପର୍ଯ୍ୟନ୍ତ ଏଫ୍ଡି ଉପରେ ଆକର୍ଷକ ସୁଧ ଅଫର ଦେଉଛି । ଏହା ବ୍ୟତିତ ବରିଷ୍ଠ ନାଗରିକଙ୍କୁ ଅତିରିକ୍ତ ସୁଧ ପ୍ରଦାନ କରାଯିବ ବୋଲି ବ୍ୟାଙ୍କ ଘୋଷଣା କରିଛି ।

ବ୍ୟାଙ୍କ ଅଫ୍ ଇଣ୍ଡିଆ ୨ କୋଟିରୁ କମ୍ ଫିକ୍ସଡ୍ ଡିପୋଜିଟ୍ ଉପରେ ମିଳୁଥିବା ସୁଧ ହାରକୁ ପରିବର୍ତ୍ତନ କରିଛି । ଏହି ପରିବର୍ତ୍ତନ ପରେ ୭ଦିନରୁ ନେଇ ୧୦ ବର୍ଷ ପର୍ଯ୍ୟନ୍ତ ଫିକ୍ସଡ୍ ଡିପୋଜିଟ୍ ସ୍କିମ୍ ଉପରେ ବ୍ୟାଙ୍କ ଏବେ ୩ ପ୍ରତିଶତରୁ ୬ ପ୍ରତିଶତ ପର୍ଯ୍ୟନ୍ତ ସୁଧ ପ୍ରଦାନ କରିବ । ଏକ ବର୍ଷରେ ମାଚ୍ୟୁର ହେଉଥିବା ଫିକ୍ସଡ୍ ଡିପୋଜିଟ୍ ଉପରେ ବ୍ୟାଙ୍କ ସର୍ବାଧିକ ୭ ପ୍ରତିଶତ ହାରରେ ସୁଧ ଦେଉଛି । ବ୍ୟାଙ୍କ ଅଫ୍ ଇଣ୍ଡିଆର ଅଧିକାରୀକ ୱେବସାଇଟ୍ ଅନୁସାରେ ଫିକ୍ସଡ୍ ଡିପୋଜିଟ୍ ଉପରେ ନୂଆ ହାରରେ ସୁଧ ୨୬ ମେ’ ୨୦୨୩ ଠାରୁ କାର୍ଯ୍ୟକାରୀ ହୋଇଯାଇଛି । ଏହା ସହିତ ବ୍ୟାଙ୍କ ଆଗାମୀ ୭ରୁ ୪୫ ଦିନ ମଧ୍ୟରେ ମାଚ୍ୟୁର ହେଉଥିବା ଡିପୋଜିଟ୍ ଉପରେ ୩ ପ୍ରତିଶତ ହାରରେ ସୁଧ ପ୍ରଦାନ କରୁଛି । ସେହିପରି ଆଗାମୀ ୪୬ରୁ ୧୭୯ ଦିନ ମଧ୍ୟରେ ମାଚ୍ୟୁର ହେଉଥିବା ଡିପୋଜିଟ୍ ଉପରେ ବ୍ୟାଙ୍କ ୪.୫୦ ପ୍ରତିଶତ ସୁଧ ପ୍ରଦାନ କରୁଛି । ୧୮୦ରୁ ୨୬୯ ଦିନ ମଧ୍ୟରେ ମାଚ୍ୟୁର ହେଉଥିବା

ଏଫ୍ଡି ଉପରେ ବ୍ୟାଙ୍କ ଅଫ୍ ଇଣ୍ଡିଆ ୫ ପ୍ରତିଶତ ଓ ୨୭୦ ଦିନରୁ ଏକ ବର୍ଷ ମଧ୍ୟରେ ମାଚ୍ୟୁର ହେଉଥିା ଏଫଡି ଉପରେ ୫.୫୦ ପ୍ରତିଶତ ସୁଧ ପ୍ରଦାନ କରୁଛି । ତେବେ ବ୍ୟାଙ୍କ ଅଫ୍ ଇଣ୍ଡିଆ ୧ ବର୍ଷରେ ମାଚ୍ୟୁର ହେଉଥିବା ଏଫଡି ଉପରେ ସବୁଠାରୁ ଅଧିକ ସୁଧ ଦେଉଛି । ଏହା ଅବଧିର ଏଫଡି ଉପରେ ୭ ପ୍ରତିଶତ ସୁଧ ମିଳୁଛି । ସେହିପରି ୨ ବର୍ଷରୁ ନେଇ ୩ ବର୍ଷରୁ କମ୍ ଅବଧିର ଏଫ୍ଡି ଉପରେ ବ୍ୟାଙ୍କ ୬.୭୫ ପ୍ରତିଶତ ସୁଧ ପ୍ରଦାନ କରୁଛି । ବ୍ୟାଙ୍କ ଅଫ୍ ଇଣ୍ଡିଆ ଅନୁସାରେ ବରିଷ୍ଠ ନାଗରିକଙ୍କ ରିଟେଲ ଟର୍ମ ଡିପୋଜିଟ୍ (୨ କୋଟିରୁ କମ୍) ଉପରେ ଏବେ ୫୦ ବିପିଏସ୍ ସହିତ ୨୫ ବିପିଏସର ଅତିରିକ୍ତ ସୁଧ ମିଳିବ । ଏହି ସୁଧ ୩ ବର୍ଷ କିମ୍ବା ଏହାଠାରୁ ଅଧିକ ସମସ୍ତ ଅବଧି ପାଇଁ ମିଳିବ । ଏହା ସହିତ ଏବେ ବ୍ୟାଙ୍କ ଅଫ୍ ଇଣ୍ଡିଆ ୩ ବର୍ଷୀୟ ଟିଡି ଉପରେ ଏହାର ବରିଷ୍ଠ ଗ୍ରାହକଙ୍କୁ ୭୫ ବେସିସ୍ ପଏଣ୍ଟ ସୁଧ ପ୍ରଦାନ କରୁଛି ।

 

Get real time updates directly on you device, subscribe now.