fbpx

ଗ୍ରାହକଙ୍କୁ ନ ଜଣାଇ ଖାତାରୁ ଟଙ୍କା କାଟି ନେଲା ବ୍ୟାଙ୍କ: ଏବେ ଦେବାକୁ ହେବ ଜରିମାନା

ନୂଆଦିଲ୍ଲୀ: ୩ଟି ସହକାରୀ ବ୍ୟାଙ୍କ ଉପରେ ଜରିମାନା ଲଗାଇଛି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ । ଗ୍ରାହକଙ୍କୁ ନ ଜଣାଇ ସେମାନଙ୍କ ଖାତାରୁ ଟଙ୍କା କାଟିନେବା ଅପରାଧରେ ଆରବିଆଇ ନେଇଛି ଏଭଳି ପଦକ୍ଷେପ । ଏହାକୁ ନିୟମର ଉଲ୍ଲଙ୍ଘନ ବୋଲି ଦର୍ଶାଇ ରିଜର୍ଭ ବ୍ୟାଙ୍କ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ତେବେ ଏହାକୁ ନେଇ ଏବେ ଅସନ୍ତୋଷ ଦେଖା ଦେଇଛି । ତେବେ ୩ଟି ବ୍ୟାଙ୍କ ମଧ୍ୟରୁ ଗୋଟିଏ ବ୍ୟାଙ୍କରେ ସର୍ବାଧିକ ୫୦ ଲକ୍ଷ ଟଙ୍କାର ଜରିମାନା ଲଗାଇଛି ଆରବିଆଇ ।

ସୂଚନା ଅନୁସାରେ, ସହକାରୀ ବ୍ୟାଙ୍କ ମାନଦଣ୍ଡ ଅନୁସାରେ କିଛି ଖାତାକୁ ନନ୍ ପରଫର୍ମିଙ୍ଗ ଆସେଟ୍ସ ତାଲିକାର ଅନ୍ତର୍ଭୁକ୍ତ କରି ନଥିଲା । ଏହାବ୍ୟତୀତ ଗ୍ରାହକମାନଙ୍କୁ କିଛି ନ ଜଣାଇ ସେମାନଙ୍କ ଆକାଉଣ୍ଟରୁ ଶୁକ୍ଳ କାଟି ନେଇଥିବା ଜାଣିବାକୁ ମିଳିଛି । ଫଳରେ ୩ଟି ସମବାୟ ବ୍ୟାଙ୍କ ଉପରେ ଆକ୍ସନ ନେଇଛି ଆରବିଆଇ । ଏଥିମଧ୍ୟରେ ଜଲଗାଓ ପିପୁଲ୍ସ ସମବାୟ ବ୍ୟାଙ୍କ ସମେତ ଆଣ୍ଡାମାନ ନିକୋବର ଷ୍ଟେଟ କୋ-ଅପରେଟିଭ ବ୍ୟାଙ୍କ ଏବଂ ହିସାର ଅର୍ବାନ କୋ-ଅପରେଟିଭ ବ୍ୟାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ନିୟମ ଉଲ୍ଲଙ୍ଘନ କରିବା ଅଭିଯୋଗରେ ଏହି ବ୍ୟାଙ୍କଗୁଡିକ ଉପରେ ଜରିମାନା ଲଗାଇଛି ରିଜର୍ଭ ବ୍ୟାଙ୍କ ।

ତେବେ ଆଣ୍ଡାମାନ ନିକୋବର ଷ୍ଟେଟ କୋ-ଅପରେଟିଭ ବ୍ୟାଙ୍କ ଉପରେ ୫ ଲକ୍ଷ ଟଙ୍କାର ଜରିମାନା ଲଗାଇଥିବା ବେଳେ ହିସାର ଅର୍ବାନ କୋ-ଅପରେଟିଭ ବ୍ୟାଙ୍କ ବ୍ୟାଙ୍କ ଉପରେ ୩ ଲକ୍ଷ ଟଙ୍କାର ଜରିମାନା ଲଗାଇଯାଇଛି । କିନ୍ତୁ ଜଲଗାଓ ପିପୁଲ୍ସ କୋ-ଅପରେଟିଭ ବ୍ୟାଙ୍କ ଉପରେ ସର୍ବାଧିକ ୫୦ ଲକ୍ଷ ଟଙ୍କା ଜରିମାନା ଲଗାଇଛି ଆରବିଆଇ ।

Get real time updates directly on you device, subscribe now.