fbpx

ଋଣ ସୁଝିବା ପାଇଁ ରାଜଧାନୀରେ ବ୍ୟାଙ୍କ ଲୁଟ

ଭୁବନେଶ୍ୱର,୫ ।୧୦(ଓଡିଶା ଭାସ୍କର): ଭୁବନେଶ୍ୱରରେ ୨ଟି ବ୍ୟାଙ୍କ ଲୁଟ ଘଟଣାର ଫର୍ଦ୍ଦାଫାସ ହୋଇଛି । ଏନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ । ସେ କହିଛନ୍ତି ଯେ, ‘ ୨୫ ବର୍ଷୀୟ ସୌମ୍ୟ ରଞ୍ଜନ ଜେନାଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତଙ୍କଠାରୁ ୧୦ ଲକ୍ଷ ଟଙ୍କା ଜବତ କରାଯାଇଛି । ସୌମ୍ୟ ରଞ୍ଜନ ହିଁ ବ୍ୟାଙ୍କରୁ ଡକାୟତି କରିଥିଲା । ଲୁଟ କରିଥିବା ୨ଟି ବ୍ୟାଙ୍କରେ ତାର ଆକାଉଣ୍ଟ ରହିଛି । ବ୍ୟାଙ୍କରୁ ଋଣ କରିଥିବା ବେଳେ ସୁଝିବା ପାଇଁ ସୌମ୍ୟ ଲୁଟ୍ କରିଛି ।’

ତେବେ ସୌମ୍ୟ ବ୍ୟାଙ୍କରୁ ୧୯ ଲକ୍ଷ ଟଙ୍କାର ଋଣ କରିଥିଲା । ଲୁଟ ପରେ ସେ ୧୦ ଲକ୍ଷ ଟଙ୍କାର ଋଣ ସୁଝିଛି । ଅଭିଯୁକ୍ତର ଏକ ଦୋକାନ ଥିଲା, ଲକଡାଉନ ପରେ ଆଉ ବ୍ୟବସାୟ ହୋଇନଥିଲା । ଋଣ ବଢିବାରୁ ୟୁଟ୍ୟୁବରୁ ଲୁଟର ତରିକା ସିଖି ସେ ବ୍ୟାଙ୍କ ଲୁଟ କରିଥିବା କମିଶନର କହିଛନ୍ତି । ଅତ୍ୟନ୍ତ ଚତୁରତାର ସହ ପୋଲିସ ସୌମ୍ୟକୁ ଧରିଛି । ତେବେ ସୌମ୍ୟ ରଞ୍ଜନ ନାଁରେ ଆଗରୁ କୌଣସି ଅପରାଧିକ ରେକର୍ଡ ନଥିଲା ।

Get real time updates directly on you device, subscribe now.