fbpx

ଅକ୍ଟୋବର ୧ରୁ ବ୍ୟାଙ୍କ ସେବାରେ ପରିବର୍ତ୍ତନ;ଶୀଘ୍ର ସାରି ଦିଅନ୍ତୁ ବ୍ୟାଙ୍କ କାମ

ଋିପୋର୍ଟ: ଅକ୍ଟୋବର ପହିଲା ୨୦୨୨ରେ ବଦଳିବ ନିୟମ । ଆଉ ହାତରେ ମାତ୍ର ଏକ ସପ୍ତାହରୁ କମ୍ ସମୟ । ୧ ଅକ୍ଟୋବରରୁ ବ୍ୟାଙ୍କ ସେବାର ଅନେକ ନିୟମରେ ପରିବର୍ତ୍ତନ କରାଯିବ। ଏହାକୁ ନେଇ ଆରବିଆଇ ସମୟସୀମା ମଧ୍ୟ ଜାରି କରିଛି । ଆସନ୍ତା ମାସରେ ପରିବର୍ତ୍ତନ ହେଉଥିବା ନିୟମ ମଧ୍ୟରେ ଡେବିଟ ଏବଂ କ୍ରେଡିଟ କାର୍ଡ ବ୍ୟବହାରରେ ମଧ୍ୟ ପରିବର୍ତ୍ତନ ହେବାର ଆଶଙ୍କା ରହିଛି ।
ତେବେ ଆସନ୍ତୁ ଜାଣିବା ଆଉ କେଉଁ ସେବାରେ କଣ କଣ ପରିବର୍ତ୍ତନ କରାଯିବ ?

୧. ପରିବର୍ତ୍ତନ ହେବାକୁ ଥିବା ନିୟମ ମଧ୍ୟରେ ରହିଛି ଅଟଳ ପେନସନ୍ ଯୋଜନା । ଏଥିରେ ହେବାକୁ ଯାଉଛି ଏକ ବଡ ଧରଣର ପରିବର୍ତ୍ତନ । ସରକାରଙ୍କ ଲୋକ୍ରିୟ ଯୋଜନା ମଧ୍ୟରେ ଅଟଳ ନେସନ୍ ଯୋଜନା ଅନ୍ୟତମ । ଏଥିରେ ଅର୍ଥ ବିନିଯୋଗ କରୁଥିବା ବ୍ୟକ୍ତିମାନେ ମାସିକ ୫ ହଜାର ଟଙ୍କା ପର୍ଯ୍ୟନ୍ତ ପେନସନ୍ ପାଇଥାନ୍ତି । ଆସନ୍ତା ମାସ ଅକ୍ଟୋବର ପହିଲା ଠାରୁ ନୂତନ ନିୟମ ଅନୁୟାୟୀ, ଟ୍ୟାକ୍ସ ଦେଉଥିବା ବ୍ୟକ୍ତିମାନେ ଅଟଳ ପେନସନ ପାଇଥାନ୍ତି । ଆସନ୍ତା ମାସ ଅକ୍ଟୋବର ପହିଲା ଠାରୁ ନୂତନ ନିୟମ ଅନୁୟାୟୀ, ଟ୍ୟାକ୍ସ ଦେଉଥିବା ବ୍ୟକ୍ତିମାନେ ଅଟଳ ପେନସନ୍ ଯୋଜନାର ଅନ୍ତଭୁର୍କ୍ତ ହୋଇପାରିବେ ନାହିଁ ।
୨.ଅକ୍ଟୋବର ପହିଲାରୁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର କାର୍ଡ-ଅନ୍-ଫାଇଲ ଟୋକେନାଇଜେସନ୍ ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି । ଟୋକୋନାଇଜେସନ୍ ଦ୍ୱାରା ଡେବିଟ୍ ଏବଂ କ୍ରେଡିଟ୍ କାର୍ଡ କାରବାର ପୂର୍ବ ଅପେକ୍ଷା ସୁରକ୍ଷିତ ହେବ । ଆରବିଆଇ ଅନୁଯାୟୀ, ଯଦି ଗ୍ରାହକ ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡ ମାଧ୍ୟମରେ ଅନ୍ଲାଇନ୍ , ପଏଣ୍ଟ ଅଫ ସେଲ୍ କିମ୍ବା ଆପ କାରବାର କରନ୍ତି ତେବେ ସମସ୍ତ ବିବରଣୀ ସୁରକ୍ଷିତ ହୋଇ ଏନକ୍ରିପ୍ଟ କାର୍ଡ ମଧ୍ୟରେ ରହିବ ।
ପୂର୍ବରୁ ଆପଣ ଯେ କୌଣସି ଅନଲାଇନ୍ କିମ୍ବା ଆପ ଜରିଆରେ ପେମେଣ୍ଟ କରୁଥିଲେ । ସେତେବେ ଆପଣଙ୍କ ବ୍ୟକ୍ତିଗତ ପରିଚୟ ତଥା କାର୍ଡ ଡିଟେଲସ୍ ସବୁ କିଛି କମ୍ପାନୀରେ ସର୍ଭରରେ ଷ୍ଟୋର ହୋଇଯାଉଥିଲା । ଯାହା ଫଳରେ ଆପଣ ଯେତେବେଳେ ପୂର୍ଣ୍ଣବାରପେମେଣ୍ଟ କରିବାକୁ ପା ଇଥାନ୍ତି । ସେତେବେଳେ ଆପଣଙ୍କୁ କମ୍ପାନୀ ସମ୍ପୁର୍ଣ୍ଣ ବିବରଣୀ ମାଗେ ନାହିଁ । ଅକ୍ଟୋବର ପହିଲାରୁ ଏପରି ଆଉ ହେବ ନାହିଁ । ଆପଣ ଯେ ତେବେଳେ ପେମେଣ୍ଟ କରିବେ ସେତେବେଳେ ଆପଣଙ୍କ ଆକାଉଣ୍ଟ ଡିଟେଲସ ଏବଂ କାର୍ଡ ନମ୍ବର ସମସ୍ତ ତଥ୍ୟ ଏନକ୍ରି୍ଟ କୋଡ୍ ରେ ମଧ୍ୟରେ ରହିବ । ଯାହାକୁ ପଢି ହେବ ନାହିଁ । ଏହା ଦ୍ୱାରା ଆପଣଙ୍କ ସମସ୍ତ ଡାଟା ଅଧିକ ସୁରକ୍ଷିତ ରହିବ ।
ନୂତନ ନିୟମ ଅନୁସାରେ, ରିଜର୍ଭ ବ୍ୟାଙ୍କ କମ୍ପାନୀ ଗୁଡିକୁ ଗ୍ରାହାକଙ୍କ କ୍ରେଡିଟ ଏବଂ ଡେବିଟ୍ କାର୍ଡ ଡିଟେଲସ୍ ଷ୍ଟୋର କରିବାକୁ ମନା କରଛି । କାର୍ଡ ବଦଳରେ ଟୋକନ୍ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଛି ରିଜଭ ବ୍ୟାଙ୍କ । ଯାହାଦ୍ୱାରା ଗୋଟିଏ ଟୋକନ୍ ଏକାଧିକ କାର୍ଡ ପାଇଁ କାମ କରିବ । ଅନଲାଇନ୍ ପେମେଣ୍ଟ ପାଇଁ କାର୍ଡକୁ ସିଧାସଳଖ ବ୍ୟବହାର କରିବା ପରିବର୍ତ୍ତେ ଏକ ସ୍ୱତନ୍ତ୍ର ଟୋକନ୍ ବ୍ୟବହାର କରିବାକୁ ପଡିବ ।

୩. ଯଦି ଆପଣଙ୍କର ଡେମାଟ୍ ଆକାଉଣ ଅଛି ଏବଂ ଏହା ମାଧ୍ୟମରେ ଆପଣ ଷ୍ଟକ୍ ମାର୍କେଟରେ ସେୟାର କିଣନ୍ତି କିମ୍ବା ବିକ୍ରି କରନ୍ତି ତେବେଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱୂର୍ଣ୍ଣ । ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ ୧୪ ଜୁନ୍ ରେ ଏକ ସର୍କୁଲାର ଜାରି କରିଥିଲା । ସେହି ଅନୂଯାୟୀ, ସେପ୍ଟେମ୍ବର ୩୦,୨୦୨୨ ସୁଦ୍ଧା ଦୁଇଟି ଫ୍ୟାକ୍ଟର ପ୍ରାମାଣିକି କରଣ ସକ୍ଷମ କରିବାକୁ ଡେମାଟ୍ ଆକାଉଣଧାରୀଙ୍କ ପାଇଁ ବାଧ୍ୟତାମୂଳକ । ଯଦି ଆପଣ ଦୁଇ ଫ୍ୟାକ୍ଟର୍ ପ୍ରାମାଣିକିକରଣ କରିନାହାନ୍ତି ତେବେ ୧ ଅକ୍ଟୋବର ୨୦୨୨ ରୁ ଆପଣଙ୍କ ଡେମାଟ୍ ଆକାଉଣ ଲଗ୍ଇନ୍ ହୋଇପାରିବ ନାହିଁ ।
ଆସନ୍ତା ମାସରେ ବ୍ୟାଙ୍କ ସେବାରେ ହେବାକୁ ଥିବା ପରିବର୍ତ୍ତନ ପ୍ରଭାବ ସିଧାସଳଖ ସାଧାରଣ ଜନତାଙ୍କ ଉପରେ ପଡିବ । ତେବେ ଦର୍ଶକ ବନ୍ଧୁ ଯଦି ଆପଣଙ୍କର କିଛି କାମ ବ୍ୟାଙ୍କରେ ଅଧା ପଡିଛି । ତେବେ ଆଜି ହିଁ ବ୍ୟାଙ୍କ ଯାଆନ୍ତୁ ଏବଂ ନିଜର କାମ ଶେଷ କରନ୍ତୁ ।

ଜାଣନ୍ତୁ ଡେମାଟ୍ ଆକାଉଣ କଣ?
ଡିଜିଟାଲ ଫର୍ମରେ ଆର୍ଥିକ ସିକ୍ୟୁରିଟି ରଖିବା ଏବହ ସେୟାର ବାଣିଜ୍ୟ କରିବା ପାଇଁ ଡେମାଟ୍ ଆକାଉଣ୍ଟ ରଖିବା ଆବ୍ୟଶ୍ୟକ । ଭାରତରେ ଡେମାଟ ଆକାଉଣ୍ଟ ଦୁଇଟି ଜମାକାରୀ ସଂସ୍ଥା ନ୍ୟାସନାଲ୍ ସିକ୍ୟୁରିଟି ଡିପୋଜିଟରୀ ଲିମିଟେଡ୍ ଏବଂ ସେଣ୍ଟ୍ରାଲ ଡିପୋଜିଟରୀ ସର୍ଭିସେସ୍ ଲିମିଟେଡ୍ ଦ୍ୱାରା ପରିଚାଳିତ ।

Get real time updates directly on you device, subscribe now.