fbpx
BSKY SKY
BSKY SKY

ଲୋନ୍ ନ ମିଳିବାରୁ ଜାଳିଦେଲେ ବ୍ୟାଙ୍କ, ଅଭିଯୁକ୍ତ ଗିରଫ

BSKY

ନୂଆଦିଲ୍ଲୀ: ବ୍ୟାଙ୍କରୁ ଲୋନ୍ ବା ଋଣ ମିଳିବା ଏତେ ସହଜ ପ୍ରକ୍ରିୟା ନୁହେଁ । ଏଥିରେ ଅନେକ ପର୍ଯ୍ୟାୟ ରହିଛି । ଅନେକ ଥର ଏପରି ହୁଏ ଯେ, ବ୍ୟାଙ୍କ ଲୋନ୍ ଦେବାକୁ ହିଁ ମନା କରିଦିଏ । ହେଲେ କର୍ଣ୍ଣାଟକରେ ଏକ ଅଲଗା ହିଁ ଦୃଶ୍ୟ ଦେଖିବାକୁ ମିଳିଛି । ଏଠାରେ ଜଣେ ବ୍ୟକ୍ତିଙ୍କର ଲୋନ୍ ରିଜେକ୍ଟ ହେବାରୁ ରାଗିଯାଇ ବ୍ୟାଙ୍କରେ ନିଆଁ ଲଗାଇ ଦେଇଛି । ଏହି ଘଟଣା ରବିବାର ଦିନ ଘଟିଥିବା ଜଣାପଡ଼ିଛି ।

ସୂଚନା ଯେ, ଅଭିଯୁକ୍ତଙ୍କ ବିରୋଧରେ କଗିନେଲ୍ଲୀ ପୋଲିସ୍ ମାମଲା ରୁଜୁ କରିଛି ଓ ତାକୁ ଆଇପିସି ଧାରା ୪୩୬, ୪୭୭ ଓ ୪୩୫ ଆଧାରରେ ଗିରଫ କରାଯାଇଛି । ପୋଲିସ୍ କହିବାନୁସାରେ, ଉକ୍ତ ବ୍ୟକ୍ତିଙ୍କୁ ଲୋନ୍ ର ଆବଶ୍ୟକତା ଥିବାରୁ ବ୍ୟାଙ୍କକୁ ଯାଇଥିଲେ । ସମସ୍ତ ଡକ୍ୟୁମେଣ୍ଟ୍ ମଧ୍ୟ ଦେଇଥିଲେ । ହେଲେ ବ୍ୟାଙ୍କ ଲୋନ୍ ଦେବାକୁ ମନା କରିଦେଇଥିଲେ । ଏହାପରେ ରାଗରେ ଆସି ବ୍ୟାଙ୍କରେ ନିଆଁ ଲଗାଇ ଦେଇଥିଲେ ଉକ୍ତ ବ୍ୟକ୍ତି ।

Get real time updates directly on you device, subscribe now.