fbpx

ସପ୍ତାହରେ କେବଳ ୫ ଦିନ ଖୋଲିବ ବ୍ୟାଙ୍କ; ଅର୍ଥ ମନ୍ତ୍ରଣାଳୟରେ ପହଞ୍ଚିିଲା ପ୍ରସ୍ତାବ, ଖୁବ୍ ଶୀଘ୍ର ମଞ୍ଜୁରୀ

ନୂଆଦିଲ୍ଲୀ:  ଯଦି ସବୁକିଛି ଠିକ୍ ରହିବ ତେବେ ବ୍ୟାଙ୍କ ପ୍ରତି ସପ୍ତାହରେ ୫ ଦିନ ଖୋଲା ରହିବ । ବ୍ୟାଙ୍କରେ ସପ୍ତାହରେ ୫ ଦିନ କାର୍ଯ୍ୟଦିବସ ଓ ୨ ଦିନ ସାପ୍ତାହିକ ଛୁଟୀ ରହିବ । ବ୍ୟାଙ୍କର ଏହି ସାପ୍ତାହିକ ଅବକାଶକୁ ଖୁବ୍ ଶୀଘ୍ର ମଞ୍ଜୁରୀ ମିଳିବାର ସମ୍ଭାବନା ରହିଛି । ଏବେ ରବିବାର ବ୍ୟତିତ ମାସର ଦ୍ୱିତୀୟ ଓ ଚତୁର୍ଥ ଶନିବାର ବ୍ୟାଙ୍କର ଛୁଟୀ ଦିବସ ରହିଛି ।

ବିଜନେସ୍ ଲାଇନର ଏକ ରିପୋର୍ଟ ଅନୁସାରେ ବ୍ୟାଙ୍କ କର୍ମଚାରୀ ସଂଘ ପକ୍ଷରୁ ସମସ୍ତ ଶନିବାରକୁ ସାପ୍ତାହିକ ଅବକାଶ ଘୋଷିତ କରାଯିବାର ଦାବୀକୁ ୨୮ ଜୁଲାଇ ବୈଠକରେ ବ୍ୟାଙ୍କ ସଂଘ ସ୍ୱୀକାର କରିନେଇଥିଲେ । ଏବେ ଭାରତୀୟ ବ୍ୟାଙ୍କ ପରିଚାଳନା ପ୍ରତିନିଧି ସଂସ୍ଥା ପ୍ରସ୍ତାବର ମଂଜୁରୀ ଲାଗି ଅର୍ଥ ମନ୍ତ୍ରଣାଳୟ ପାଖକୁ ଏହାକୁ ପଠାଇ ଦେଇଛି । ଯଦି କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଏହାକୁ ମଂଜୁରୀ ଦେଇଦେବେ ତେବେ ବ୍ୟାଙ୍କ ସପ୍ତାହରେ କେବଳ ୫ ଦିନ ଚାଲିବ ଓ କର୍ମଚାରୀଙ୍କୁ ପ୍ରଥମ ଓ ତୃତୀୟ ଶନିବାର ବି କାମ କରିବାକୁ ପଡିବ ନାହିଁ । ଅନ୍ୟପକ୍ଷରେ ୫ କାର୍ଯ୍ୟଦିବସର ସମୟାବଧିରେ ୪୫ ମିନିଟ୍ ପର୍ଯ୍ୟନ୍ତ ବୃଦ୍ଧି କରାଯିବ ।

Get real time updates directly on you device, subscribe now.