କଟକ: ରାଜ୍ୟରେ ତଥା ଦେଶରେ ପ୍ରତିଦିନ ଆତ୍ମହତ୍ୟା ଖବର ଦେଖିବାକୁ ମିଳୁଛି । ଅସୁସ୍ଥ ମାନସିକତା କାରଣରୁ ଚିନ୍ତାଗ୍ରସ୍ତ ହୋଇ ମଣିଷ ଆତ୍ମହତ୍ୟା କରୁଛି । ତେବେ ଆଜି ବାରଙ୍ଗ ଥାନା ଏଏସଆଇଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି ।
ସୂଚନା ଅନୁଯାୟୀ, ବାରଙ୍ଗ ଥାନା ଏଏସଆଇ ଅଶୋକ ପ୍ରଧାନଙ୍କ ଝୁଲନ୍ତା ମୃତଦେହର ଦୃଶ୍ୟ ସାମ୍ନାକୁ ଆସିଛି । ନନ୍ଦନକାନନ ପଦାସାହିରେ ଥିବା ନିଜ ଘରେ ସେ କବାଟ ଦେଇ ଶୋଇଥିଲେ । ଅନେକ ସମୟ ଧରି କବାଟ ନ ଖୋଲିବା କାରଣରୁ କବାଟ ଭଙ୍ଗାଯାଇଥିଲା ପରେ ଦେଖିବାକୁ ମିଳିଥିଲା ଯେ, ସେ ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ଅଛନ୍ତି ।
ଘଟଣାସ୍ଥଳରେ ପୋଲିସ ପହଁଚି ମୃତଦେହ ଉଦ୍ଧାର କରିଛି । ଏହାସହ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ପରିବାର ଏବଂ ସମ୍ପର୍କୀୟ ଲୋକଙ୍କୁ ପଚାରାପଚରି କରାଯାଉଛି । ଏହାସହ ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରହିଛି ।