ବାରିପଦା: ଘରେ ପଶି ବ୍ୟବସାୟୀଙ୍କ ତଣ୍ଟି କାଟି ହତ୍ୟା କରାଯାଇଛି । ଭଞ୍ଜପୁର ଥାନା ଫରେଷ୍ଟ କଲୋନୀରେ ବ୍ୟବସାୟୀଙ୍କୁ ହତ୍ୟା ।
ଘଟଣା ପରେ ଆହତ ଅବସ୍ଥାରେ ବ୍ୟବସାୟୀଙ୍କୁ ନିକଟସ୍ଥ ଡାକ୍ତରଖାନା ନିଆଯାଇଥିଲା; ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ ।
ଗଳା କାଟି ଦୁର୍ବୃତ୍ତ ଫେରାର୍ ହୋଇଯାଇଥିବାବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି ।
ମୃତ ବ୍ୟସାୟୀ ଜଣକ ସ୍ଥାନୀୟ ଅଞ୍ଚଳେରେ ବେଶ୍ ଜଣାଶୁଣା ପ୍ରତିଷ୍ଠିତ ଥିଲେ । ରାଜନୈତିକ ଦଳ ସହ ସେମାନଙ୍କ ସମ୍ପର୍କ ମଧ୍ୟ ରହିଥିଲା ।
ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଘନ୍ୟ ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି ।