fbpx

ଲୋକପ୍ରିୟ ହେଉଛି ପବ୍‌ଜୀର ଭାରତୀୟ ଭର୍ସନ

Advertisement

ନୂଆଦିଲ୍ଲୀ: ଭାରତରେ ଲଞ୍ଚ ହୋଇଛି ପବ୍‌ଜୀର ଭାରତୀୟ ଭର୍ସନ ବ୍ୟାଟେଲଗ୍ରାଉଣ୍ଡ୍ସ ମୋବାଇଲ ଇଣ୍ଡିଆ । ଜୁଲାଇ ୨ ତାରିଖଠାରୁ ଏହି ଗେମ୍‌କୁ ଭାରତରେ ଲଞ୍ଚ କରାଯାଇଛି । ଏହି ଗେମ୍‌ ଏବେ ଖୁବ ଲୋକପ୍ରିୟ ହେବାରେ ଲାଗିଛି । ଯାହାର ରେକର୍ଡ ସଂଖ୍ୟକ ଡାଉନଲୋଡ ମଧ୍ୟ ହୋଇଛି । ଏହି ଗେମ୍‌କୁ ଏପର୍ଯ୍ୟନ୍ତ ୧ କୋଟିରୁ ଅଧିକ ୟୁଜର୍ସ ଡାଉନଲୋଡ କରିସାରିଲେଣି ।

ପବ୍‌ଜୀ ମୋବାଇଲରେ କିଛି ପରିବର୍ତ୍ତନ କରାଯାଇ ଏହାକୁ ପୁଣି ଥରେ ବ୍ୟାଟେଲଗ୍ରାଉଣ୍ଡ୍ସ ଇଣ୍ଡିଆ ନାମରେ ଭାରତରେ ଲଞ୍ଚ କରାଯାଇଛି । ଯାହାକୁ ବେସ୍ ପସନ୍ଦ କରିଛନ୍ତି ପବ୍‌ଜୀ ଫ୍ୟାନ ।

ସୂଚନାଯୋଗ୍ୟ ପବ୍‌ଜୀ ମୋବାଇଲକୁ ଗତ ବର୍ଷ ଭାତରେ ବ୍ୟାନ କରାଯାଇଥିଲା । ଏହା ପରେ ଦକ୍ଷିଣ କୋରିଆନ କମ୍ପାନୀ କ୍ରାଫ୍ଟନ ବ୍ୟାଟେଲଗ୍ରାଉଣ୍ଡ ମୋବାଇଲ ଇଣ୍ଡିଆକୁ ଭାରତରେ ଲଞ୍ଚ କରିଛି ।

Get real time updates directly on you device, subscribe now.