କଟକ, ୩୦/୯(ଓଡିଶା ଭାସ୍କର): ହାଇକୋର୍ଟରେ ଭୁବନେଶ୍ବର ନାବାଳିକା ଗଣଦୁଷ୍କର୍ମ ମାମଲାକୁ ନେଇ ତଦନ୍ତର ଅଗ୍ରଗତି ରିପୋର୍ଟ ଦାଖଲ କଲେ DCP । ପୋଲିସର ନିଷ୍କ୍ରିୟତା ନେଇ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। DCP ପାହ୍ୟାର ଅଧିକାରୀ ୭ ଦିନରେ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦେଶ ଦିଆଯାଇଛି । ଆସନ୍ତା ୭ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଆବେଦନକାରୀ ଓକିଲ ଗୌତମ ସିଦ୍ଦିକ ଏନେଇ ସୂଚନା ଦେଇଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ ଘଟଣାର ୧୨୦ ଦିନ ପରେ ଥାନାରେ ମାମଲା ରୁଜୁ ହୋଇଥିଲା।