fbpx

BCCI ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି କରୋନା ପଜିଟିଭ୍ (VIDEO)

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି କରୋନା ପଜିଟିଭ୍ ହୋଇଛନ୍ତି । ଗତକାଲି ବିଳମ୍ବିତ ରାତ୍ରିରେ ସୌରଭଙ୍କ କୋଭିଡ୍ ରିପୋର୍ଟ ଆସିଥିଲା । କରୋନାରେ ସଂକ୍ରମିତ ହେବା ପରେ ସଙ୍ଗେସଙ୍ଗେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ସେ ଦ୍ୱିତୀୟ ଥର ପାଇଁ ହସ୍ପିଟାଲରେ ଆଡମିଟ୍ ହୋଇଛନ୍ତି । ଏହାପୂର୍ବରୁ ଗତ ଜାନୁଆରୀ ମାସରେ ହାର୍ଟ ଆଟାକ୍ କାରଣରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଗାଙ୍ଗୁଲି କୋଭିଡର ଦୁଇଟି ଯାକ ଡୋଜ୍ ନେଇସାରିଥିଲେ ହେଁ ତାଙ୍କର ରିପୋର୍ଟ ପଜିଟିଭ୍ ଆସିଛି । ବର୍ତ୍ତମାନ ଦେଶରେ କୋଭିଡର ନୂଆ ଭାରିଆଣ୍ଟ ଓମିକ୍ରନ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ସୌରଭ କୋଭିଡରେ ସଂକ୍ରମିତ ହେବା ନିହାତି ଚିନ୍ତାଜନକ ବିଷୟ । ଏହି ଖବର ଶୁଣିବା ପରେ ସୌରଭଙ୍କ ଫ୍ୟାନଙ୍କ ଟେନସନ ବଢ଼ିଯାଇଛି ।

ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ଭାରତୀୟ କ୍ରିକେଟ ଟିମ୍ ଦକ୍ଷିଣ ଆଫ୍ରିକା ଗସ୍ତରେ ଟେଷ୍ଟ ସିରିଜ୍ ଜାରି ରଖିଛି । ଏହି ଗସ୍ତ ପୂର୍ବରୁ ସୌରଭ ବିବାଦ ମଧ୍ୟରେ ରହିଥିଲେ । ବିରାଟ କୋହଲିଙ୍କୁ ଦିନିକିଆ ଅଧିନାୟକ ପଦବୀରୁ ହଟାଇବାକୁ ନେଇ ବିବାଦ ଉପୁଜିଥିଲା । ପୂର୍ବରୁ ଟି-୨୦ ଅଧିନାୟକ ଦାୟିତ୍ୱ ନେଇ ବିରାଟଙ୍କ ସହ ଆଲୋଚନା କରିଥିବା ସୌରଭ କହିଥିଲେ । ମାତ୍ର ପରେ ପ୍ରେସ୍ ମିଟ୍ କରି ସୌରଭଙ୍କ ବୟାନକୁ ବିରାଟ ଖଣ୍ଡନ କରିବା ପରେ ବିବାଦ ଘନେଇଥିଲା ।

Get real time updates directly on you device, subscribe now.