fbpx

ରଣଜୀ ଟ୍ରଫି ପାଇଁ ଗ୍ରୁପ୍ ଘୋଷଣା କଲା BCCI: ଏଲିଟ୍ ଗ୍ରୁପ୍ ଓ ପ୍ଲେଟ୍ ଗ୍ରୁପରେ ସ୍ଥାନ ପାଇଲେ ୩୮ଟି ଟିମ୍

ନୂଆଦିଲ୍ଲୀ: ଆଗାମୀ ରଣଜୀ ଟ୍ରଫି ୨୦୨୪-୨୫ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଗ୍ରୁପସ୍ ଘୋଷଣା କରିଛି । ମୋଟ ୩୮ଟି ଟିମକୁ ୬ଟି ଏଲିଟ୍ ଗ୍ରୁପ ଓ ୧ଟି ପ୍ଲେଟ୍ ଗ୍ରୁପରେ ବଣ୍ଟନ କରାଯାଇଛି । ୩୨ଟି ଟିମକୁ ୬ଟି ଏଲିଟ ଗ୍ରୁପରେ ବଣ୍ଟା ଯାଇଥିବା ବେଳେ ଅନ୍ୟ ୬ଟି ଟିମ୍ ଗୋଟିଏ ପ୍ଲେଟ୍ ଗ୍ରୁପ ଅଧିନରେ ରହିଛନ୍ତି । ବିସିସିଆଇ ନିଜର ଅଫିସିଆଲ ମିଡ଼ିଆ ହ୍ୟାଲେଣ୍ଡରେ ଏନେଇ ଏକ ପୋଷ୍ଟ ଶେୟାର କରିଛି । ରଣଜୀ ଟ୍ରଫି ୨୦୨୪-୨୫ ଅକ୍ଟୋବର ୧୧ ତାରିଖରୁ ଆରମ୍ଭ ହେବ । ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶ ମଧ୍ୟରେ ପ୍ରଥମ ମ୍ୟାଚ ଖେଳାଯିବ ।

Get real time updates directly on you device, subscribe now.