ଅଷ୍ଟ୍ରେଲିଆ ଗସ୍ତ ପାଇଁ ଇଣ୍ଡିଆ-ଏ ଟିମ୍ ଘୋଷଣା କଲା BCCI: ଋତୁରାଜ ଅଧିନାୟକ, ଫେରିଲେ ଈଶାନ କିଷନ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଅଷ୍ଟ୍ରେଲିଆ ଗସ୍ତ ପାଇଁ ଇଣ୍ଡିଆ-ଏ ଟିମ୍ ଘୋଷଣା କରିଦେଇଛନ୍ତି । ଏହି ଟିମ୍ ଅଷ୍ଟ୍ରେଲିଆ-ଏ ବିପକ୍ଷରେ ୨ଟି ପ୍ରଥମ ଶ୍ରେଣୀ ମ୍ୟାଚ ଓ ଭାରତର ସିନିୟର ଟିମ ବିପକ୍ଷରେ ୩ଟି ଇଣ୍ଟ୍ରା-ସ୍କ୍ୱାଡ ଗେମ୍ ଖେଳିବ । ଇଣ୍ଡିଆ-ଏ ଟିମରେ ଋତୁରାଜ ଗାୟକୱାଡ ଅଧିନାୟକ ହୋଇଥିବା ବେଳେ ଈଶନ କିଷାନ ଦଳକୁ ଫେରିଛନ୍ତି । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚଳିତ ବର୍ଷ ଶେଷ ଆଡ଼କୁ ବର୍ଡର-ଗାଭାସ୍କର ଟ୍ରଫି ଖେଳାଯିବ । ଏହି ସିରିଜ ପୂର୍ବରୁ ଭାରତୀୟ-ଏ ଟିମ୍ ଅଷ୍ଟ୍ରେଲିଆ ଗସ୍ତ କରିବ । ଏହି ଗସ୍ତ ପାଇଁ ବିସିସିଆଇ ୧୫ ଜଣିଆ ଇଣ୍ଡିଆ-ଏ ସ୍କ୍ୱାଡ ଘୋଷଣା କରିଛି ।

ଇଣ୍ଡିଆ-ଏ ଟିମ୍: ଋତୁରାଜ ଗାୟକୱାଡ (ଅଧିନାୟକ), ଅଭିମନ୍ୟୁ ଈଶ୍ୱରନ (ଉପଅଧିନାୟକ), ସାଈ ସୁଦର୍ଶନ, ନିତୀଶ କୁମାର ରେଡ୍ଡୀ, ଦେବଦତ୍ତ ପଡିକ୍କଲ, ରିକୀ ଭୁଈ, ବବା ଇନ୍ଦ୍ରଜୀତ, ଇଶାନ କିଷାନ (ୱିକେଟ କିପର), ଅଭିଷେକ ପୋରେଲ (ୱିକେଟ କିପର), ମୁକେଶ କୁମାର, ଖଲୀଲ ଅହମଦ, ୟଶ ଦୟାଲ, ନବଦୀପ ସୈନୀ, ମାନବ ସୁଥାର, ତନୁଷ କୋଟିୟାନ ।

Get real time updates directly on you device, subscribe now.