fbpx

BCCI ପାଇଲା ନୂଆ ମୁଖିଆ: ଅଧ୍ୟକ୍ଷ ଭାବେ ଗାଙ୍ଗୁଲିଙ୍କ ସ୍ଥାନ ନେଲେ ରୋଜର ବିନ୍ନୀ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ବୋର୍ଡ ପାଇଛି ଆଉ ଜଣେ ନୂଆ ମୁଖିଆ । ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ପରିବର୍ତ୍ତେ ଏବେ ସଂଘକୁ ମିଳିଛି ନୂଆ ଅଧକ୍ଷ । ଏବେ ଅଧ୍ୟକ୍ଷ ପଦ ହାସଲ କରିଛନ୍ତି ୧୯୮୩ ବିଶ୍ୱକପ ବିଜେତା ଦଳର ସଦସ୍ୟ ରୋଜର ବିନ୍ନୀ । କିଛି ଦିନରୁ ଚାଲିଥିବା ଚର୍ଚ୍ଚା ଏବେ ସତରେ ପରିଣତ ହୋଇଛି । ଗାଙ୍ଗୁଲିଙ୍କ ହାତରୁ ପଦ ଛଡାଇ ୩୬ତମ ଅଧ୍ୟକ୍ଷ ପାଲଟିଛନ୍ତି ରୋଜର ବିନ୍ନୀ ।

ବିସିସିଆଇର ଅଧ୍ୟକ୍ଷ ଭାବରେ ରୋଜର ବିନ୍ନୀଙ୍କୁ ଦାୟିତ୍ୱ ଦେବା ନେଇ ବୋର୍ଡ ସୂଚନା ଦେଇଛି । ଏଜିଏମରେ ବିନ୍ନୀଙ୍କୁ ସୌରଭ ଗାଙ୍ଗୁଲିଙ୍କ ସ୍ଥାନରେ ସଂଘର ଅଧ୍ୟକ୍ଷ ପଦ ଦିଆଯାଇଛି । ଏହାସହ ସେ ସଂଘର ୩୬ତମ ଅଧ୍ୟକ୍ଷ ହୋଇଛନ୍ତି । ପୂର୍ବରୁ ବରିଷ୍ଠ ଚୟନ ସମିତିର ସଦସ୍ୟଭାବେ କାମ କରିସାରିଛନ୍ତି । ତେବେ ପୁଅ ଷ୍ଟୁଆର୍ଟ ବିନ୍ନୀ ଦଳରେ ଚୟନ ହେବା ପରେ ସେ ଏହି କମିଟିରୁ ନିଜକୁ ଦୂରେଇ ଦେଇଥିଲେ । ଏବେ ବିସିସିଆଇର ଅଧ୍ୟକ୍ଷ ଭାବରେ ସେ ମନୋନୀତ ହୋଇଛନ୍ତି ।

ତେବେ ଅନ୍ୟ ପକ୍ଷରେ ଜୟ ଶାହ ବିସିସିଆଇ ସଚିବ ନିଜ କାର୍ଯ୍ୟ ଜାରି ରଖିବେ । ସେହିପରି ଅମୁଲ ଧୁମଲ କୋଷାଧ୍ୟକ୍ଷ ପଦରୁ ବିଦାୟ ନେବେ । ତାଙ୍କ ସ୍ଥାନରେ ଆଶିଷ ଶେଲାରଙ୍କୁ ମିଳିବ ଏହି ଦାୟିତ୍ୱ । ରାଜୀବ ଶୁକ୍ଳାଙ୍କୁ ଉପାଧ୍ୟକ୍ଷ ପଦ ଦିଆଯାଉଥିବା ବେଳେ ଦେବଜୀତ ସେକିୟା ସଂଯୁକ୍ତ ସଚିବ ଦାୟିତ୍ୱରେ ରହିବେ । ତେବେ ଆଇପିଏଲର ନୂଆ ଅଧ୍ୟକ୍ଷ ଭାବେ ଅରୁଣ ଧୁମଲଙ୍କୁ ଦାୟିତ୍ୱ ହସ୍ତାନ୍ତର କରାଯିବ ।

Get real time updates directly on you device, subscribe now.