ଓଡିଶା ଭାସ୍କର: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଦମଦାର ପ୍ରଦର୍ଶନ ପରେ ଏବେ ଭାରତର ନଜର ରହିଛି ଏସିଆ କପ ଉପରେ । ଭାରତୀୟ ଦଳ କିନ୍ତୁ ଏପର୍ଯ୍ୟନ୍ତ ଚୂଡାନ୍ତ ହୋଇ ପାରିନାହିଁ । ଟେଷ୍ଟ ଅଧିନାୟକ ଶୁଭମନ ଗିଲଙ୍କୁ ଏସିଆ କପ ଦଳର ଉପ-ଅଧିନାୟକ କରାଯାଇପାରେ, ମାତ୍ର ତାଙ୍କ ସାମ୍ନାରେ ଅକ୍ଷର ପଟେଲ ନାମଙ୍କ ଚ୍ୟାଲେଞ୍ଜ ରହିବ । ସେ ମଧ୍ୟ ପ୍ରବଳ ଦାବିଦାର ଅଛନ୍ତି ଦଳର ଉପ-ଅଧିନାୟକ ପାଇଁ । ଏହାବାଦ ଦ୍ରୁତତମ ବୋଲର ତଥା ଭାରତୀୟ ଦଳର ବୋଲିଂ ବିଭାଗର ମେରୁଦଣ୍ଡ ଜଶପ୍ରୀତ ବୁମରା ମଧ୍ୟ ଏସିଆ କପ ଖେଳିବା ପାଇଁ ସମ୍ପୂର୍ଣ୍ଣ ଭାବରେ ଫିଟ ଅଛନ୍ତି ।
କେମିତି ଖେଳାଳି ବାଛିବ ବିସିସିଆଇ:
ପ୍ରକାଶଥାଉ ଯେ, ଅଜିତ ଅଗରକରଙ୍କ ତତ୍ତ୍ୱାବଧାନରେ ଆସନ୍ତା 19 କିମ୍ୱା 20 ତାରିଖରେ ଏସିଆକପ ପାଇଁ ଦଳ ଚୟନ କରାଯିବ । ଭାରତୀୟ ଚୟନକର୍ତ୍ତା ନିରନ୍ତରତାକୁ ଧ୍ୟାନରେ ରଖି ଏସିଆକପ ପାଇଁ ଦଳ ଚୟନ କରିବ ବୋଲି ରିପୋର୍ଟରୁ ଜଣା ପଡିଛି । ଏମିତି ହେଲେ ପୁଣିଥିରେ ଷ୍ଟାର ବ୍ୟାଟର ସୂର୍ଯ୍ୟକୁମାର ଯାଦବଙ୍କୁ ଅଧିନାୟକ ପଦ ମିଳିପାରେ ।
ଅଧିକ ପଢନ୍ତୁ…
ଟିମ୍ ଇଣ୍ଡିଆକୁ ଶକ୍ତ ଝଟକା, ଏସିଆ କପରୁ କାହିଁକି ବାଦ୍ ପଡିଲେ ଷ୍ଟାର ଖେଳାଳି ହାର୍ଦ୍ଦିକ !
ଏହାବାଦ ଚୟନକର୍ତ୍ତା ଦଳରେ ବିଶେଷ ପରିବର୍ତ୍ତନ କରିବାକୁ ଚାହିଁବ ନାହିଁ । ଅଭିଶେକ ଶର୍ମା, ସଞ୍ଜୁ ସାମସନ, ହାର୍ଦ୍ଦିକ ପାଣ୍ଡ୍ୟା, ତିଳକ ବର୍ମା ଓ ସୂର୍ଯ୍ୟକୁମାର ଯାଦବ ଶୀର୍ଷ 5 ରେ ନିଜର ସ୍ଥାନ ବଜାୟ ରଖିବେ । ଦଳରେ ଅକ୍ଷର ପଟେଲ ଓ ୱାଶିଂଟନ ସୁନ୍ଦର ସ୍ପିନ ଅଲରାଉଣ୍ଡର ଭାବରେ ଖେଳିବେ । ତାହାସହ ବରୁଣ ଚକ୍ରବର୍ତ୍ତୀ, ଅର୍ଶଦୀପ ସିଂ, ହର୍ଷିତ ରାଣା,ଶିବମ ଦୁବେ ମଧ୍ୟ ସ୍ଥାନ ପାଇବା ପାଇଁ ପ୍ରବଳ ଦାବିଦାର ଅଟନ୍ତି ।
ସମ୍ଭାବିତ ଦଳ: ସୂର୍ଯ୍ୟକୁମାର ଯାଦବ ( ଅଧିନାୟକ), ଶୁଭମନ ଗିଲ, ଅଭିଶେକ ଶର୍ମା, ସଞ୍ଜୁ ସାମସନ, ତିଳକ ବର୍ମା, ଶିବମ ଦୁବେ, ୱାଶିଂଟନ ସୁନ୍ଦର, ବରୁଣ ଚକ୍ରବର୍ତ୍ତୀ,କୁଲଦୀପ ଯାଦବ, ଜଶପ୍ରୀତ ବୁମରା, ଅର୍ଶଦୀପ ସିଂ,ପ୍ରସିଦ୍ଧ କ୍ରିଷ୍ଣା, ହାର୍ଦ୍ଦିକ ପାଣ୍ଡ୍ୟା, ଜିତେଶ ଶର୍ମା ।